Advertisment

T20 World Cup: ଇତିହାସ ରଚିଲା ଇଟାଲୀ, ବିଶ୍ୱକପରେ ହାସଲ କଲା ପ୍ରଥମ ବିଜୟ

୧୨୪ ରନର ଟାର୍ଗେଟକୁ ଦଳ ବିନା କୌଣସି ୱିକେଟ ହରାଇ ୪୪ ବଲ ପୂର୍ବରୁ ହାସଲ କରି ନେଇଛି। ଦଳର ଦୁଇ ଓପନର ଜଷ୍ଟିନ ମୋସକା ଓ ଆନ୍ଥୋନୀ ମୋସକା ଉଭୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

Iraly

ଆନ୍ଥୋନୀ ଓ ଜଷ୍ଟିନ

Advertisment

ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ପଦାର୍ପଣ କରିଥିବା ଇଟାଲୀ ଇତିହାସ ରଚିଛି। ପଦାର୍ପଣ ବିଶ୍ୱକପରେ ନିଜର ପ୍ରଥମ ବିଜୟ ହାସଲ କରିଛି ଦଳ। ଇଂଲଣ୍ଡକୁ ନାକରେ ପାଣି ପିଆଇଥିବା ନେପାଳକୁ ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏକତରଫା ଭାବେ ହରାଇ ଦେଇଛି ଇଟାଲୀ।

Advertisment

ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ ଦଳ କମାଲ କରିଛି। ୧୨୪ ରନର ଟାର୍ଗେଟକୁ ଦଳ ବିନା କୌଣସି ୱିକେଟ ହରାଇ ୪୪ ବଲ ପୂର୍ବରୁ ହାସଲ କରି ନେଇଛି। ଦଳର ଦୁଇ ଓପନର ଜଷ୍ଟିନ ମୋସକା ଓ ଆନ୍ଥୋନୀ ମୋସକା ଉଭୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଜଷ୍ଟିନ ଶେଷ ଯାଏ ୪୪ ବଲରେ ୬୦ ଓ ଆନ୍ଥୋନୀ ୩୨ ବଲରେ ୬୨ ରନ କରି ଅପରାଜିତ ରହିଥିଲେ। ଜଷ୍ଟିସ ତାଙ୍କ ଇନିଂସରେ ୫ଟି ଚୌକା ଓ ୩ଟି ଛକା ଏବଂ ଆନ୍ଥୋନୀ ୩ଟି ଚୌକା ଓ ୬ଟି ଛକା ମାରିଛନ୍ତି। 

Advertisment

ଏହା ଟି-୨୦ ବିଶ୍ୱକପ ଇତିହାସରେ ଇଟାଲୀର ପ୍ରଥମ ବିଜୟ। ପ୍ରଥମଥର ପାଇଁ କୌଣସି ଟି-୨୦ରେ ଦଳ ନେପାଳର ସାମ୍ନା କରୁଥିବା ବେଳେ ଦମଦାର ବିଜୟ ହାସଲ କରିଛି। ଏହାପୂର୍ବରୁ ଦୁଇ ଦଳ ପରସ୍ପରକୁ ୩ଟି ଦିନିକିଆ ମ୍ୟାଚ୍‌ରେ ଭେଟିଥିଲେ। ସବୁଥର ନେପାଳ ବାଜି ମାରୁଥିଲା। କିନ୍ତୁ ଟି-୨୦ ବିଶ୍ୱକପରେ ଇତିହାସ ବଦଳିଛି। ଡେବ୍ୟୁ ବିଶ୍ୱକପରେ କୌଣସି ମ୍ୟାଚ୍‌ ଜିତି ଇଟାଲୀ ନୂଆ କୀର୍ତ୍ତିମାନ ହାସଲ କରିଛି। 

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନେପାଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ନେପାଳର ଜଣଙ୍କ ପରେ ଜଣେ ବ୍ୟାଟର ନିରାଶ କରିଥିଲେ। କୁଶଲ ଭୁର୍ଟେଲ ୫, ଆସିଫ ଶେଖ ୨୦, ଅଧିନାୟକ ରୋହିତ ପୌଡେଲ ୨୩, ଦିପେନ୍ଦ୍ର ସିଂହ ଏଇରେ ୧୭ ଓ ଆରିଫ ଶେଖ କେବଳ ୨୭ ରନ କରିଥିଲେ।

ଶେଷ ଭାଗରେ କରଣ କେସି ଅପରାଜିତ ୧୮ ରନର ଇନିଂସ ଖେଳିବାରୁ ନେପାଳ ୧୦୦ ରନ ପାର କରି ପାରିଥିଲା। ଦଳ ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୨୩ ରନର ଅଲଆଉଟ ହୋଇ ଯାଇଥିଲା। 

ଇଟାଲୀ ପକ୍ଷରୁ କ୍ରିଶାନ କାଲୁଗାମେଜ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ୪ ଓଭରରେ କେବଳ ୧୮ ରନ ଦେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ମିଳିଛି। ସେହିପରି ବେନ ମାନେଣ୍ଟି ୨ଟି, ଅଲୀ ହାସନ, ଜେଜେ ସମ୍ପୁଟ୍ସ ଓ ଯଶପ୍ରୀତ ସିଂହ ଗୋଟିଏ ଲେଖାଏ ସଫଳତା ପାଇଥିଲେ। 

୧୨୪ ରନ ପିଛା କରିବାକୁ ଓହ୍ଲାଇ ଥିବା ଇଟାଲୀ ପାଇଁ ଜଷ୍ଟିସ ଓ ଆନ୍ଥୋନୀ ଦମଦାର ପ୍ରଦର୍ଶନ କରିଥିଲେ। ଉଭୟ ଆରମ୍ଭରୁ କାଉଣ୍ଟର ଆଟାକ କରି ନେପାଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଶେଷରେ ଦଳକୁ ୧୦ ୱିକେଟରେ ୪୪ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ଇଟାଲୀ ପ୍ରଥମ ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ଠାରୁ ୭୩ ରନରେ ହାରିଥିଲା। କିନ୍ତୁ ଆଜିର ବିଜୟ ପରେ ଗ୍ରୁପ ସିରେ ଥିବା ଇଟାଲୀ ତୃତୀୟ ସ୍ଥାନକୁ ଉଠିଛି। ଇଂଲଣ୍ଡ ୪ର୍ଥ ସ୍ଥାନରେ ଥିବା ବେଳେ ୧ନଂରେ ରହିଛି ୱେଷ୍ଟଇଣ୍ଡିଜ। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe