Advertisment

ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହେଲେ ଶ୍ରେୟସ ଆୟର

ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା।

Iyer

Iyer

Advertisment

କୋଲକାତା ନାଇଟ ରାଇଡର୍ସର ପୂର୍ବତନ ଅଧିନାୟକ ତଥା ଟିମ ଇଣ୍ଡିଆର ବ୍ୟାଟର ଶ୍ରେୟସ ଆୟର ଇତିହାସ ରଚିଛନ୍ତି। ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ବନି ଯାଇଛନ୍ତି। ତାଙ୍କୁ ପଞ୍ଜାବ କିଙ୍ଗସ ରେକର୍ଡ ୨୬.୭୫ କୋଟି ଟଙ୍କାରେ କିଣିଛି।

Advertisment

ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ଶ୍ରେୟସ ଆୟରଙ୍କୁ ନେବା ପାଇଁ ଆରମ୍ଭରୁ ହିଁ ପଞ୍ଜାବ ଉଦ୍ୟମ କରିଥିଲା। ପଞ୍ଜାବ ସହ ଆରମ୍ଭରୁ କୋଲକାତା ମଧ୍ୟ ବିଡରେ ସାମିଲ ହୋଇଥିଲା। କିନ୍ତୁ ଆୟରଙ୍କ ପୂର୍ବତନ ଟିମ କେକେଆର ୭.୨୫ କୋଟି ଟଙ୍କା ପରେ ଓହରି ଯାଇଥିଲା। ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ ମଧ୍ୟ ଶ୍ରେୟସଙ୍କ ପାଇଁ ଲଢ଼େଇ ହୋଇଥିଲା।

Advertisment

ଦିଲ୍ଲୀ ଋଷଭ ପନ୍ତଙ୍କୁ ରିଲିଜ କରି ଦେଇଥିବାରୁ ଆୟରଙ୍କୁ ନେବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଥିଲା। କିନ୍ତୁ ପଞ୍ଜାବ ମଧ୍ୟ ପଛରେ ପଡ଼ି ନଥିଲା। ଶେଷରେ ଆୟରଙ୍କୁ ପଞ୍ଜାବ ରେକର୍ଡ ୨୬.୭୫ କୋଟି ଟଙ୍କାରେ କିଣିଛି।

ଚଳିତ ଆଇପିଏଲର ମେଗା ଅକ୍ସନ ପୂର୍ବରୁ ହାଇଦ୍ରାବାଦ ହେନରିଚ କ୍ଲାସେନଙ୍କୁ ରେକର୍ଡ ୨୩ କୋଟି ଟଙ୍କା ବଳରେ ରିଟେନ କରିଥିଲା। ହେଲେ ଅକ୍ସନରେ କେବେ ହେଲେ କୌଣସି ଖେଳାଳିଙ୍କ ଦାମ ୨୫ କୋଟି ପାର କରି ନଥିଲା। ଆୟର ଆଇପିଏଲ ଇତିହାସରେ ନୂଆ ରେକର୍ଡ କରିଛନ୍ତି। କିନ୍ତୁ ଆୟରଙ୍କ ପରେ ପନ୍ତ ଅକ୍ସନରେ ସାମିଲ ହେବେ। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

IPL Auction Shreyas Iyer IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe