Advertisment

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା

ସେ ସମସ୍ତଙ୍କୁ ପଛରେ ପକାଇ ଭାରତର ଶ୍ରେଷ୍ଠ ବାମହାତୀ ସ୍ପିନର ହେବାର କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତର ଟେଷ୍ଟ କ୍ରିକେଟ ଇତିହାସରେ ଜାଡେଜା ବର୍ତ୍ତମାନ ସବୁଠାରୁ ସଫଳ ବାମହାତୀ ସ୍ପିନର।

Jadeja

Jadeja

Advertisment

ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇତିହାସ ରଚିଛନ୍ତି। ସେ ସମସ୍ତଙ୍କୁ ପଛରେ ପକାଇ ଭାରତର ଶ୍ରେଷ୍ଠ ବାମହାତୀ ସ୍ପିନର ହେବାର କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତର ଟେଷ୍ଟ କ୍ରିକେଟ ଇତିହାସରେ ଜାଡେଜା ବର୍ତ୍ତମାନ ସବୁଠାରୁ ସଫଳ ବାମହାତୀ ସ୍ପିନର।

Advertisment

ଆଜି ସେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ୱିକେଟ ଦଖଲ କରି କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀଙ୍କୁ ଅତିକ୍ରମ କରି ଯାଇଛନ୍ତି। ଆଜି ଯାଏ ବେଦୀ ହିଁ ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ବାମହାତୀ ସ୍ପିନରର ଆଖ୍ୟା ପାଇ ଆସୁଥିଲେ। ହେଲେ ଇଂଲଣ୍ଡର ଓଭାଲରେ ଖେଳା ଯାଉଥିବା WTC ‍ଫାଇନାଲ ମ୍ୟାଚ୍‌ରେ ଜାଡେଜା ଏହି ଆଖ୍ୟାର ହକଦାର ବନିଛନ୍ତି।

WTC ଫାଇନାଲ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଜାଡେଜା ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଷ୍ଟିଭ ସ୍ମିଥ(୩୪) ଓ ଟ୍ରାଭିସ ହେଡ୍‌ (୧୮)ଙ୍କ ବ୍ୟତୀତ କାମେରନ ଗ୍ରୀନ(୨୫)ଙ୍କୁ ଆଉଟ କରିଛନ୍ତି। ଜାଡେଜା ଏଯାଏ ୬୫ଟି ଟେଷ୍ଟରେ ୨.୪୫ ଇକୋନୋମିରେ ୨୬୮ଟି ୱିକେଟ ନେଇଛନ୍ତି।

Advertisment

ତାଙ୍କର ଆଭରେଜ ୨୪.୨୪ ରହିଛି। ବିଶନ ସିଂହ ବେଦୀ ୬୭ ମ୍ୟାଚ୍‌ରେ ୨୬୬ଟି ୱିକେଟ ନେଇଥିଲେ। ତେଣୁ ଭାରତର ସବୁଠାରୁ ସଫଳ ବାମହାତୀ ସ୍ପିନର ହେବାର ମୁକୁଟ ଜାଡେଜାଙ୍କ ପାଖକୁ ଯାଇଛି।

ଟେଷ୍ଟ କ୍ରିକେଟ ଇତିହାସକୁ ବିଚାରକୁ ନେଲେ ଜାଡେଜା ବିଶ୍ୱର ୪ର୍ଥ ଶ୍ରେଷ୍ଠ ବାମହାତୀ ସ୍ପିନର। ତାଙ୍କ ଉପରେ ଶ୍ରୀଲଙ୍କାର ରଙ୍ଗନା ହେରାଥ(୯୩ ମ୍ୟାଚ୍‌ରେ ୪୩୩ ୱିକେଟ), ନ୍ୟୁଜିଲ୍ୟାଣ୍ଡର ଡାନେଲ ଭିଟ୍ଟୋରୀ(୧୧୩ ମ୍ୟାଚ୍‌ରେ ୩୬୨ ୱିକେଟ) ଓ ଇଂଲଣ୍ଡର ଡେରେକ ଅଣ୍ଡରଉଡ(୮୬ ମ୍ୟାଚ୍‌ରେ ୨୯୭ ୱିକେଟ) ରହିଛନ୍ତି।

୨୦୨୩ରେ ଜାଡେଜା ଟେଷ୍ଟ କ୍ରିକେଟରେ ନିଜର ଦବଦବା ଦେଖାଇ ଚାଲିଛି। ଚଳିତ ବର୍ଷ ୫ଟି ମ୍ୟାଚ୍‌ରେ ସେ ୩୦.୫୦ ହାରିରେ ୧୮୩ ରନ କରିଛନ୍ତି। ଏଥିରେ ଗୋଟିଏ ଅର୍ଦ୍ଧଶତକ(୭୦) ରହିଛି। ଏଥିସହ ସେ ୧୯.୮୪ ହାରରରେ ୨୫ଟି ୱିକେଟ ନେଇଛନ୍ତି।

India Vs Australia World Test Championship Finale WTC Ravindra Jadeja WTC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe