Advertisment

ବିରଳ ରେକର୍ଡ କ୍ଲବରେ ରବୀନ୍ଦ୍ର ଜାଡେଜା

ଜାଡେଜାଙ୍କ ସହ ଅଧିନାୟକ ରୋହିତ ଶର୍ମା ମଧ୍ୟ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦମ ଦେଖାଇଛନ୍ତି। ସେ ୧୩୧ ରନ କରିଥିବା ବେଳେ ଜାଡେଜା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୧୧୦ ରନ କରି ଅପରାଜିତ ରହିଛନ୍ତି।

author-image
Hemant Lenka
Jadeja

Jadeja

ନିଜର ହୋମଗ୍ରାଉଣ୍ଡ ରାଜକୋଟରେ ଚମକିଛନ୍ତି ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ଇଂଲଣ୍ତ ବିପକ୍ଷ ତୃତୀୟ ଟେଷ୍ଟରେ ସେ ନିଜର ଜଲୱା ଦେଖାଇଛନ୍ତି। ଏଥିସହ ନିଜ ଟେଷ୍ଟ କ୍ୟାରିୟରର ୪ର୍ଥ ଶତକ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଓ ଘରୋଇ ପରିବେଶରେ ଏହା ଜାଡେଜାଙ୍କ ଦ୍ୱିତୀୟ ଶତକ।

Advertisment

ଜାଡେଜାଙ୍କ ସହ ଅଧିନାୟକ ରୋହିତ ଶର୍ମା ମଧ୍ୟ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦମ ଦେଖାଇଛନ୍ତି। ସେ ୧୩୧ ରନ କରିଥିବା ବେଳେ ଜାଡେଜା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୧୧୦ ରନ କରି ଅପରାଜିତ ରହିଛନ୍ତି। ଭାରତ ୫ ୱିକେଟ ହରାଇ ତା’ର ପ୍ରଥମ ଇନିଂସରେ ୩୨୬ ରନ ମଧ୍ୟ କରି ନେଇଛି।

ତେବେ ଆଜିର ଶତକୀୟ ଇନିଂସ ପରେ ବିରଳ ରେକର୍ଡ କ୍ଲବରେ ଜାଡେଜା ନିଜକୁ ସାମିଲ କରିପାରିଛନ୍ତି। ସେ ଭାରତର ତୃତୀୟ ଅଲରାଉଣ୍ଡର ଭାବେ ଟେଷ୍ଟ କ୍ରିକେଟରେ ୩ ହଜାର ରନ କରିବା ସହ ୨୫୦ରୁ ଅଧିକ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କପିଲ ଦେବ ଓ ରବିଚନ୍ଦ୍ରନ ଅଶ୍ୱିନ ଏପରି ରେକର୍ଡ କରିଥିଲେ।

Advertisment

ଜାଡେଜା ବର୍ତ୍ତମାନ ସୁଦ୍ଧା ଟେଷ୍ଟ କ୍ରିକେଟରେ ୩୦୦୩ ରନ କରିବା ସହ ୨୮୦ଟି ୱିକେଟ ନେଇ ସାରିଲେଣି। କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ୧୩୧ଟି ଟେଷ୍ଟ ଖେଳି ୫୨୪୮ ରନ ସହ ୪୩୪ ୱିକେଟ ନେଇଛନ୍ତି। ଅଶ୍ୱିନ ଟେଷ୍ଟ କ୍ରିକେଟରେ ୩୨୭୧ ରନ ଓ ୪୯୯ ୱିକେଟ ଦଖଲ କରିଛନ୍ତି। 

Ravindra Jadeja Test Cricket