Advertisment

'ବିରାଟ୍' ବିଜୟରଥରେ ବ୍ରେକ୍ ଲଗାଇଲେ ଧୋନି

ମୁମ୍ବାଇ: ଶେଷରେ ବିରାଟ୍ ବିଜୟରେ ଲାଗିଲା ବ୍ରେକ୍। ଲଗାତର ୪ଟି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୬୯ ରନରେ ପରାସ୍ତ କରିଛି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍। ଏହି ବିଜୟ ସହ ଚେନ୍ନାଇ ଆଇପିଏଲ୍ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନକୁ ଉଠିଥିବା ବେଳେ ଆରସିବି ଦ୍ୱିତୀୟକୁ ଖସି ଆସିଛି। ରବିବାର ଡବଲ୍ ହେଡରର ପ୍ରଥମ ମୁକାବିଲାରେ ରବୀନ୍ଦ୍ର ଜାଡେଜାଙ୍କ […]

ଅଦ୍ୟତନ ହୋଇଛି
'ବିରାଟ୍' ବିଜୟରଥରେ ବ୍ରେକ୍ ଲଗାଇଲେ ଧୋନି

csk

Advertisment

ମୁମ୍ବାଇ: ଶେଷରେ ବିରାଟ୍ ବିଜୟରେ ଲାଗିଲା ବ୍ରେକ୍। ଲଗାତର ୪ଟି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୬୯ ରନରେ ପରାସ୍ତ କରିଛି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍। ଏହି ବିଜୟ ସହ ଚେନ୍ନାଇ ଆଇପିଏଲ୍ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନକୁ ଉଠିଥିବା ବେଳେ ଆରସିବି ଦ୍ୱିତୀୟକୁ ଖସି ଆସିଛି।

Advertisment

ରବିବାର ଡବଲ୍ ହେଡରର ପ୍ରଥମ ମୁକାବିଲାରେ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା। ଜବାବରେ ଆରସିବି ୯ ୱିକେଟ୍ ହରାଇ ୧୨୨ ରନ୍ କରିବାକୁ ସକ୍ଷମ ହୋଇଛି। ମ୍ୟାଚରେ ଚେନ୍ନାଇ ପାଇଁ ହିରୋ ସାଜିଛନ୍ତି ରବୀନ୍ଦ୍ର ଜାଡେଜା। ହର୍ଷଲ ପଟେଲଙ୍କ ଶେଷ ଓଭରରେ ୩୭ ରନ୍ ବ୍ୟୟ କରିବା ପରେ ଜାଡେଜା ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇକୁ ଏହି ବଡ଼ ବିଜୟ ଦେଇଛନ୍ତି। ବ୍ୟାଠିଂରେ ୬୨ (୨୮ ବଲ୍‌, ୪ ଚୌକା ଓ ୫ ଛକା) ରନ୍ ଓ ବୋଲିଂରେ ୩ଟି ୱିକେଟ୍‌ ନେଇଥିବା ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

୧୯୨ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଆରସିବି ଭଲ ଆରମ୍ଭ କରିଥିଲା। ପୂର୍ବ ମ୍ୟାଚରେ ଶତକ ମାରିଥିବା ଦେବଦତ୍ତ ପାଡିକଲ୍ ପୁଣିଥରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଚେନ୍ନାଇ ବୋଲରଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ତାଙ୍କ ସହ ଓପନ୍ କରିବାକୁ ଆସିଥିବା କ୍ୟାପଟେନ୍ ବିରାଟ୍ କୋହଲି (୭) କିଛି ଖାସ୍ କରିପାରିନଥିଲେ। କୋହଲିଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ସାମ୍ କୁରାନ୍। ଜବରଦସ୍ତ ବ୍ୟାଟିଂ କରୁଥିବା ପାଡିକଲଙ୍କ ଇନିଂସରେ ବ୍ରେକ୍ ଲଗାଇଥିଲେ ଶାର୍ଦ୍ଦୁଲ ଠାକୁର। ପାଡିକଲ୍ ମାତ୍ର ୧୫ ବଲରେ ୪ ଚୌକା ଓ ୨ ଛକା ସହ ୩୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

Advertisment

ଏହା ପରେ ଜାଡେଜା ଆରସିବିର ତିନି ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ନେଇ ମ୍ୟାଚକୁ ଚେନ୍ନାଇ କବଜାରେ କରିଥିଲେ। ଜାଡେଜା ୱାଶିଂଟନ୍ ସୁନ୍ଦର (୭), ସେଟ୍‌ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ (୨୨) ଓ ଏବି ଡି'ଭିଲିୟର୍ସ (୪)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ମିଡଲ୍ ଅର୍ଡରରେ ଆରସିବିର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନଥିଲେ, ଯେଉଁ କାରଣରୁ ଟିମ୍ ମାତ୍ର ୧୨୨ ରନ୍ କରିପାରିଥିଲା। ଡାନିଏଲ୍ କ୍ରିଷ୍ଟିଆନ୍ (୧), କାଇନ୍ ଜେମିସନ୍ (୧୬) ଓ ନଭଦୀପ ସାଇନି (୨) ନିରାଶ କରିଥିଲେ। ଦୁଇ ଶେଷ ବ୍ୟାଟ୍ସମ୍ୟାନ୍ ୟୁଜବେନ୍ଦ୍ର ଚହଲ୍ ୮ ଓ ମହମ୍ମଦ ସିରାଜ ୧୨ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ଜାଡେଜା ୧୪ ରନ୍ ଦେଇ ୩ଟି ଓ ତାହିର୍ ୧୬ ରନ୍ ଦେଇ ୨ଟି ୱିକେଟ୍‌ ନେଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଜବରଦସ୍ତ ଆରମ୍ଭ କରିଥିଲା। କିନ୍ତୁ ମିଡଲ୍ ଓଭର ଗୁଡ଼ିକରେ ହର୍ଷଲ୍ ପଟେଲଙ୍କ ଦମଦାର ବୋଲିଂ ଚେନ୍ନାଇର ରନରେ ଅଙ୍କୁଶ ଲଗାଇଥିଲା। କିନ୍ତୁ ସେହି ହର୍ଷଲ୍ ପଟେଲଙ୍କୁ ଶେଷ ଓଭରରେ ରବୀନ୍ଦ୍ର ଜାଡେଜା ୩୭ ରନ୍ କରିଥିଲେ, ଯାହା ଚେନ୍ନାଇକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲା। ଦଳ ପକ୍ଷରୁ ଜାଡେଜାଙ୍କ ବ୍ୟତୀତ ଫାଫ୍ ଡୁପ୍ଲେସିସ୍ ୫୦, ଋତୁରାଜ ଗାଏକ୍ୱାଡ୍ ୩୩, ସୁରେଶ ରାଇନା ୨୪, ଅମ୍ବାତି ରାୟୁଡୁ ୧୪ ରନ୍ ଆଉଟ୍ ହୋଇଥିବା ବେଳେ କ୍ୟାପଟେନ୍ ଧୋନି ୨ ରନ୍ କରି ଅପରାଜିତ ଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe