Advertisment

କ୍ୟାପ୍ଟେନ ପଦ ପାଇବା ପରେ ଧୋନିଙ୍କ ସମ୍ପର୍କରେ କ’ଣ କହିଲେ ଜାଡେଜା

ଚେନ୍ନାଇ: ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ରବୀନ୍ଦ୍ର ଜାଡେଜାଙ୍କ ଅଧିନାୟିକତ୍ୱରେ ଖେଳିବ। କାରଣ ୨୦୨୨ ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇର କ୍ୟାପ୍ଟେନ୍ସି ଛାଡ଼ି ଦେଇଛନ୍ତି। ଏଥିସହ ଜାଡେଜାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ବାଛିଛନ୍ତି। ୨୦୦୮ରୁ ଧୋନି ଚେନ୍ନାଇର କମାଣ ସମ୍ଭାଳି ଆସୁଥିଲେ। ତାଙ୍କ ନେତୃତ୍ୱରେ ଦଳ ୪ଥର ଚାମ୍ପିୟନ ହୋଇଛି। ଜାଡେଜା ୨୦୧୨ରୁ ଚେନ୍ନାଇ ପାଇଁ ଖେଳି ଆସୁଛନ୍ତି। ସେ ଦଳର ବରିଷ୍ଠ ଖେଳାଳି ହୋଇଥିବାରୁ […]

author-image
Hemant Lenka
ଅଦ୍ୟତନ ହୋଇଛି
କ୍ୟାପ୍ଟେନ ପଦ ପାଇବା ପରେ ଧୋନିଙ୍କ ସମ୍ପର୍କରେ କ’ଣ କହିଲେ ଜାଡେଜା

Jadeja

ଚେନ୍ନାଇ: ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ରବୀନ୍ଦ୍ର ଜାଡେଜାଙ୍କ ଅଧିନାୟିକତ୍ୱରେ ଖେଳିବ। କାରଣ ୨୦୨୨ ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇର କ୍ୟାପ୍ଟେନ୍ସି ଛାଡ଼ି ଦେଇଛନ୍ତି। ଏଥିସହ ଜାଡେଜାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ବାଛିଛନ୍ତି।

Advertisment

୨୦୦୮ରୁ ଧୋନି ଚେନ୍ନାଇର କମାଣ ସମ୍ଭାଳି ଆସୁଥିଲେ। ତାଙ୍କ ନେତୃତ୍ୱରେ ଦଳ ୪ଥର ଚାମ୍ପିୟନ ହୋଇଛି। ଜାଡେଜା ୨୦୧୨ରୁ ଚେନ୍ନାଇ ପାଇଁ ଖେଳି ଆସୁଛନ୍ତି। ସେ ଦଳର ବରିଷ୍ଠ ଖେଳାଳି ହୋଇଥିବାରୁ ଚେନ୍ନାଇ ତାଙ୍କୁ କ୍ୟାପ୍ଟେନ ଭାବେ ଚୟନ କରିଛି।

କ୍ୟାପ୍ଟେନ ପଦ ମିଳିବା ପରେ ଚେନ୍ନାଇ ପ୍ରାଞ୍ଚାଇଜ ପକ୍ଷରୁ ଜାଡେଜାଙ୍କ ପ୍ରଥମ ପ୍ରତିକ୍ରିୟା ବେଳର ଭିଡିଓକୁ ଶେୟାର କରାଯାଇଛି। ଏଥିରେ ସେ ଧୋନି ପ୍ରସ୍ତୁତ କରିଥିବା ଲିଗାସିକୁ ଆଗକୁ ନେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

Advertisment

ଜାଡେଜା କହିଛନ୍ତି, “ଅଧିନାୟକ ପଦ ପାଇ ବେଶ ଖୁସି। ଠିକ ଏହି ସମୟରେ ମୁଁ ଗୋଟିଏ ବଡ଼ ଦାୟିତ୍ୱ ନେଇଛି। ମାହି ଭାଇ(ଧୋନି) ବହୁତ ବଡ଼ ଲିଗାସି ପ୍ରସ୍ତୁତ କରି ଦେଇଛନ୍ତି। ତେଣୁ ଏହାକୁ ମୋତେ ଆଗକୁ ନେବାର ଅଛି। ତେବେ ମୁଁ ଏଥିପାଇଁ ଆଦୌ ବ୍ୟସ୍ତ ନୁହେଁ। କାରଣ ସେ(ମାହି) ଏଠାରେ ଅଛନ୍ତି। ମାହି ଭାଇ ମୋତେ ସବୁ ଥରେ ସହଯୋଗ କରିବେ। ସେ ଥିଲେ ଓ ସେ ଆଜି ବି ଅଛନ୍ତି। ମୁଁ ଦ୍ୱନ୍ଦ୍ୱରେ ପଡ଼ିଲେ ସେ ସହାୟତା କରିବେ। ତେଣୁ ମୁଁ ମୋ ଦାୟିତ୍ୱକୁ ନେଇ ଆଦୌ ଅଧିକ ବ୍ୟସ୍ତ ହେଉନାହିଁ। ଆପଣମାନଙ୍କ ଶୁଭେଚ୍ଛା ପାଇଁ ବହୁତ ବହୁତ ଧନ୍ୟବାଦ। ଆମକୁ ଏମିତି ସମର୍ଥନ କରି ଚାଲନ୍ତୁ।”


୨୬ ତାରିଖରୁ ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ଓ କୋଲକାତା ପରସ୍ପରକୁ ଭେଟିବେ। ଧୋନି ଚେନ୍ନାଇ ପାଇଁ ୧୨ଟି ସଂସ୍କରଣରେ ଅଧିନାୟିକତ୍ୱ କରିଛନ୍ତି। ତାଙ୍କ ନେତୃତ୍ୱରେ ଚେନ୍ନାଇ ୨୦୪ଟି ମ୍ୟାଚ୍‌ ଖେଳିଥିବା ବେଳେ ୧୨୧ଟିରେ ଜିତିଛି ଓ ୮୨ଟିରେ ହାରିଛି। ବିଜୟ ପ୍ରତିଶତ ୫୯.୬ ରହିଛି। ଧୋନିଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି ଓ ୨ଥର ଚାମ୍ପିୟନ୍ସ ଲିଗ ଟି-୨୦ ଟାଇଟଲ ହାତେଇଛି।

IPL 2022 MS Dhoni