ବିଶ୍ୱ ରେକର୍ଡ କଲେ ଜଗଦୀଶନ, ୧୪୧ ବଲରେ ମାରିଲେ ୨୭୭

ଚେନ୍ନାଇ: ତାମିଲନାଡୁ ପାଇଁ ଖେଳୁଥିବା ନାରାୟଣ ଜଗଦୀଶନ ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ କରିଛନ୍ତି। ସେ ଆଜି ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ୨୭୭ ରନର ଇନିଂସ ଖେଳିଛନ୍ତି। ପୁରୁଷ ଲିଷ୍ଟ ଏ କ୍ରିକେଟରେ ପୂର୍ବରୁ କୌଣସି ଖେଳାଳି ଏପରି ଇନିଂସ ଖେଳି ନଥିଲେ। ଲିଷ୍ଟ ଏରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୬୮ ଆଲିଷ୍ଟର ବ୍ରାଉନଙ୍କ ନାଁରେ ଥିଲା। ସେ ୨୦୦୨ରେ ଏକାକୀ ୨୬୮ ରନର ଇନିଂସ ଖେଳିଥିଲେ। ଆଜି ଏହାକୁ ଜଗଦୀଶନ ଭାଙ୍ଗି ଦେଇଛନ୍ତି। […]

Tamilnadu

Tamilnadu

Hemant Lenka
  • Published: Monday, 21 November 2022
  • Updated: 21 November 2022, 03:58 PM IST

ଚେନ୍ନାଇ: ତାମିଲନାଡୁ ପାଇଁ ଖେଳୁଥିବା ନାରାୟଣ ଜଗଦୀଶନ ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ କରିଛନ୍ତି। ସେ ଆଜି ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ୨୭୭ ରନର ଇନିଂସ ଖେଳିଛନ୍ତି। ପୁରୁଷ ଲିଷ୍ଟ ଏ କ୍ରିକେଟରେ ପୂର୍ବରୁ କୌଣସି ଖେଳାଳି ଏପରି ଇନିଂସ ଖେଳି ନଥିଲେ। ଲିଷ୍ଟ ଏରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୬୮ ଆଲିଷ୍ଟର ବ୍ରାଉନଙ୍କ ନାଁରେ ଥିଲା।

ସେ ୨୦୦୨ରେ ଏକାକୀ ୨୬୮ ରନର ଇନିଂସ ଖେଳିଥିଲେ। ଆଜି ଏହାକୁ ଜଗଦୀଶନ ଭାଙ୍ଗି ଦେଇଛନ୍ତି। ସେ ମାତ୍ର ୧୪୧ ବଲରେ ୨୭୭ ରନର ଇନିଂସ ଖେଳିବାରୁ ତାମିଲନାଡୁ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ ହରାଇ ୫୦୬ ରନ କରିଛି। ଜଗଦୀଶନଙ୍କ ବ୍ୟତୀତ ସାଈ ସୁଦର୍ଶନ ମଧ୍ୟ ୧୫୪ ରନର ଇନିଂସ ଖେଳିଛନ୍ତି।

ପୂରା ମ୍ୟାଚ୍‌ରେ ଜଗଦୀଶନଙ୍କ ବ୍ୟାଟିଂ ମୁଖ୍ୟ ଆକର୍ଷଣ ରହିଥିଲା। ଲିଷ୍ଟ ଏ(ଉଭୟ ପୁରୁଷ ଓ ମହିଳା) କ୍ରିକେଟରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର। ୨୦୦୭ରେ ଶ୍ରୀଲଙ୍କାର ମହିଳା କ୍ରିକେଟର ସ୍ରିପାଲି ୱୀରାକୋଡୀ ଅପରାଜିତ ୨୭୧ ରନର ଇନିଂସ ଖେଳିଥିଲେ। ଏହାକୁ ମଧ୍ୟ ଜଗଦୀଶନ ଅତିକ୍ରମ କରିଯାଇଛନ୍ତି।

ଏହାବାଦ ଜଗଦୀଶନ ପ୍ରଥମ ବ୍ୟାଟର ଭାବେ ଲିଷ୍ଟ ଏର କ୍ରମାଗତ ୫ଟି ଇନିଂସରେ ଶତକ ହାସଲ କରିଛନ୍ତି। ପୂର୍ବରୁ ୩ ଜଣ ବ୍ୟାଟର ୪ଟି ଲେଖାଏ ଶତକ ହାସଲ କରିଥିଲେ। ୨୦୧୪-୧୫ରେ କୁମାର ସାଙ୍ଗାକାରା, ୨୦୧୫-୧୬ରେ ଅଲଭିରୋ ପିଟରସନ ଓ ୨୦୨୦-୨୧ରେ ଦେବଦତ୍ତ ପାଡିକ୍କଲ କ୍ରମାଗତ ୪ଟି ଲେଖାଏ ଶତକ କରିଥିଲେ।

ଜଗଦୀଶନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ସେ ଏହି ଇନିଂସରେ ୧୫ଟି ଛକା ଓ ୨୫ଟି ଚୌକା ମାରିଛନ୍ତି। ଅରୁଣାଚଳ ପ୍ରଦେଶ ବିପକ୍ଷରେ ତାମିଲନାଡୁ ୨ ୱିକେଟ ହରାଇ ୫୦୬ ରଦ କରିଛନ୍ତି। ପୁରୁଷ ଲିଷ୍ଟ ଏ କ୍ରିକେଟରେ ତାମିଲନାଡ଼ୁ ପ୍ରଥମ ଦଳ ଭାବେ ୫୦୦ରୁ ଅଧିକ ରନ କରିବାର ରେକର୍ଡ କରିଛି। ଏହାପୂର୍ବରୁ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଇଂଲଣ୍ଡ ନାଁରେ ରହିଥିଲା। ଇଂଲଣ୍ଡ ଚଳିତ ବର୍ଷ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ୪ ୱିକେଟ ହରାଇ ୪୯୮ ରନ କରିଥିଲା।

ଜଗଦୀଶନ ୧୧୪ ବଲରେ ଦୁଇ ଶତକ ହାସଲ କରିଛନ୍ତି। ଏଥିସହ ସେ ଡ୍ରାଭିସ ହେଡ୍‌ଙ୍କ ସହ ଯୁଗ୍ମ ଭାବେ ଦ୍ରୁତତମ ଦୁଇ ଶତକଧାରୀ ହେବାର ରେକର୍ଡ କରିଛନ୍ତି। ହେଡ୍‌ ଗତବର୍ଷ ମାର୍ଶ ଏକ ଦିବସୀୟ କପ୍‌ରେ ସମାନ ୧୧୪ ବଲ ଖେଳି ଦୁଇ ଶତକ ହାସଲ କରିଥିଲେ। ଲିଷ୍ଟ ଏ ରେ ଦୁଇ ଶତକ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ଜଗଦୀଶନଙ୍କ ଷ୍ଟ୍ରାଇକ ରେଟ ସବୁଠାରୁ ଅଧିକ। ସେ ୧୪୧ ବଲରେ ୨୭୭ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୯୪.୪୫। ପୂର୍ବରୁ ୧୮୧.୧ ଷ୍ଟ୍ରାଇକ ରେଟ୍‌ ସହ ଡ୍ରାଭିସ ହେଡ୍‌ ୧ନଂ ସ୍ଥାନରେ ଥିଲେ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଦୁଇ ଶତକ ହାସଲ କରିଥିବା ଅନ୍ୟ ୩୬ ଜଣ ବ୍ୟାଟରଙ୍କ ଷ୍ଟ୍ରାଇକ ୧୭୫ କିମ୍ବା ତା’ ଠାରୁ କମ।

ଜଗଦୀଶନ ଓ ସୁର୍ଦଶନ ମିଳିତ ଭାବେ ପ୍ରଥମ ୱିକେଟ ପାଇଁ ୪୧୬ ରନର ଭାଗିଦାରୀ କରିଛନ୍ତି। ଲିଷ୍ଟ ଏରେ ଉଭୟ ପ୍ରଥମ ଯୋଡ଼ି ଭାବେ ୪୦୦ରୁ ଅଧିକ ରନ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ କ୍ରିସ ଗେଲ ଓ ମାରଲୋନ ସାମୁଏଲ୍ସ ଦ୍ୱିତୀୟ ୱିକେଟ ପାଇଁ ୨୦୧୫ରେ ୩୭୨ ରନର ଭାଗିଦାରୀ କରିଥିଲେ।

ବର୍ତ୍ତମାନ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଜଗଦୀଶନଙ୍କ ଏହା ୫ନଂ ଶତକ। ଗୋଟିଏ ସଂସ୍କରଣରେ ୫ ଶତକ ହାସଲ କରିବାରେ ସେ ପ୍ରଥମ କ୍ରିକେଟର। ବିରାଟ କୋହଲି(୨୦୦୮-୦୯), ଦେବଦତ୍ତ ପାଡିକ୍କଲ(୨୦୨୦-୨୧), ପୃଥ୍ୱୀ ଶ’(୨୦୨୦-୨୧) ଓ ଋତୁରାଜ ଗାଏକ୍ୱାଡ(୨୦୨୧-୨୨) ଗୋଟିଏ ସଂସ୍କରଣରେ ୪ଟି ଶତକ ହାସଲ କରିଥିଲେ।

ବିଜୟ ହଜାରେ ଟ୍ରଫିର କୌଣସି ଗୋଟିଏ ଇନିଂସରେ ୧୫ଟି ଛକା ମାରିବାରେ ମଧ୍ୟ ଜଗଦୀଶନ ରେକର୍ଡ କରିଛନ୍ତି। ୨୦୧୯-୨୦ରେ ଯଶ୍ୱସୀ ଜୈସୱାଲ ଝାରଖଣ୍ଡ ବିପକ୍ଷରେ ୧୨ଟି ଛକା ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story