Advertisment

ସଚିନଙ୍କ ରେକର୍ଡ ଠାରୁ ୮୫ ରନ ଦୂରରେ ବର୍ଷ ଶେଷ କଲେ ଯଶସ୍ୱୀ ଜୈସୱାଲ

ସେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ୮୪ ରନର ଇନିଂସ ଖେଳିବା ପରେ ବୀରେନ୍ଦ୍ର ସେହୱାଗ ଓ ସୁନୀଲ ଗାଭାସ୍କରଙ୍କ ଭଳି କିମ୍ବଦନ୍ତୀ ଭାରତୀୟ କ୍ରିକେଟରୁ ପଛରେ ପକାଇ ଦେଇଛନ୍ତି।

author-image
Hemant Lenka
Jaiswal

Jaiswal

ଟିମ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସୱାଲ ବର୍ଡର-ଗାଭାସ୍କର ଟ୍ରଫିରେ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି। ଭାରତ ପରାଜୟ ସହ ୨୦୨୪ ଶେଷ କରିଥିଲେ ହେଁ ଯଶସ୍ୱୀ ବ୍ୟକ୍ତିଗତ ଭାବେ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୩ ବର୍ଷୀୟ ଏହି ବ୍ୟାଟର ଜଣଙ୍କ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ କରିଥିବା ଭାରତୀୟଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ସେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ୮୪ ରନର ଇନିଂସ ଖେଳିବା ପରେ ବୀରେନ୍ଦ୍ର ସେହୱାଗ ଓ ସୁନୀଲ ଗାଭାସ୍କରଙ୍କ ଭଳି କିମ୍ବଦନ୍ତୀ ଭାରତୀୟ କ୍ରିକେଟରୁ ପଛରେ ପକାଇ ଦେଇଛନ୍ତି।

ବର୍ଡର ଗାଭାସ୍କରର ୮ଟି ଇନିଂସରେ ସେ ୫୧.୨୯ ହାରରେ ମୋଟ ୩୫୯ ରନ ସଂଗ୍ରହ କରିଛନ୍ତି। ଉକ୍ତ ସିରିଜରେ ସେ ଭାରତ ପାଇଁ ସର୍ବାଧିକ ରନ ହାସଲକାରୀ କ୍ରିକେଟର ମଧ୍ୟ ବନି ଯାଇଛନ୍ତି। ଆଡିଲେଡ ଓ ବ୍ରିସବେନ ଟେଷ୍ଟରେ ଯଶସ୍ୱୀ ଜୈସୱାଲ ଫେଲ ମାରିଥିଲେ।

Advertisment

ଯଦି ଏହି ଦୁଇ ଟେଷ୍ଟରେ କିଛି ରନ କରି ଥାଆନ୍ତେ, ତା’ହେଲେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ ହାସଲ କରିଥିବା ଭାରତୀୟଙ୍କ ମଧ୍ୟରେ ୧ନଂ ସ୍ଥାନରେ ପହଞ୍ଚି ଯାଇଥାଆନ୍ତେ। ଏହି ତାଲିକାରେ ପୂର୍ବଭଳି ସଚିନ ତେନ୍ଦୁଲକର ରହିଛନ୍ତି। ଯଶସ୍ୱୀ ତାଙ୍କ ଠାରୁ ୮୫ ରନ ଦୂରରେ ରହି ବର୍ଷ ଶେଷ କରିଛନ୍ତି।

୨୦୨୪ ବର୍ଷରେ ଜୈସୱାଲ ମୋଟ ୧୪୭୮ ରନ କରିଛନ୍ତି। ଏହା ମଧ୍ୟରେ ୩ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି। ୨୦୧୦ରେ ସଚିନ ୭୮.୧୦ ହାରରେ ମୋଟ ୧୫୬୨ ରନ ଭାରତ ପାଇଁ କରିଥିଲେ। ଏହା ମଧ୍ୟରେ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ରହିଥିଲା।

ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଉଭୟ ତେନ୍ଦୁଲକର ଓ ଯଶସ୍ୱୀଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୧୪। ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଜୈସୱାଲ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଅପରାଜିତ ୧୬୧ ରନର ଇନିଂସ ଖେଳିଥିଲେ। ମେଲବର୍ଣ୍ଣ ଟେଷ୍ଟର ଉଭୟ ଇନିଂସରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ କରିଥିବା ଭାରତୀୟ

୧- ସଚିନ ତେନ୍ଦୁଲକର-୨୦୧୦- ୨୩ ଇନିଂସ- ୧୫୬୨ ରନ

୨- ଯଶସ୍ୱୀ ଜୈସୱାଲ- ୨୦୨୪- ୨୯ ଇନିଂସ- ୧୪୭୮ ରନ

୩- ବୀରେନ୍ଦ୍ର ସେହୱାଗ- ୨୦୦୮- ୨୭ ଇନିଂସ- ୧୪୬୨ ରନ

୪- ବୀରେନ୍ଦ୍ର ସେହୱାଗ- ୨୦୧୦- ୨୫ ଇନିଂସ- ୧୪୨୨ ରନ

୫- ସୁନୀଲ ଗାଭାସ୍କର- ୧୯୭୯-୨୬ ଇନିଂସ- ୧୪୦୭ ରନ୍‌

Yashasvi Jaiswal Test Cricket Test Match