Advertisment

ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହେଲେ ଯଶସ୍ୱୀ ଜୈସୱାଲ

ଯଶସ୍ୱୀ ଜୈସୱାଲ ୩୭ ରନ କରିବା ପରେ କ୍ରିକେଟର କିଙ୍ଗ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

Yashasvi Jaiswal

Yashasvi Jaiswal

Advertisment

ଟିମ ଇଣ୍ଡିଆର ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲ ଇଂଲଣ୍ଡ ବିପକ୍ଷ ସିରିଜରେ ନିଜର କମାଲ ଜାରି ରଖିଛନ୍ତି। ପୂର୍ବରୁ ଦୁଇଟି ଡବଲ ଟନ ହାସଲ କରିଥିବା ଯଶସ୍ୱୀ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୭ ରନ କରିଛନ୍ତି।

Advertisment

ସେ ୩୭ କରିଥିଲେ ହେଁ ଭାରତ ଉକ୍ତ ଟେଷ୍ଟକୁ ଜିତି ନେଇଛି। ଧ୍ରୁବ ଜୁରେଲଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ଭାରତ ୫ ୱିକେଟରେ ଇଂଲଣ୍ଡକୁ ହରାଇ ଟେଷ୍ଟ ସିରିଜ କବଜା କରିଛି। ଜୁରେଲ ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।

ତେବେ ଯଶସ୍ୱୀ ଜୈସୱାଲ ୩୭ ରନ କରିବା ପରେ କ୍ରିକେଟର କିଙ୍ଗ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ସର୍ବାଧିକ ରନ ହାସଲ କରିବା ମାମଲାରେ ବିରାଟଙ୍କ ରେକର୍ଡକୁ ବରାବର କରିଛନ୍ତି ଯଶସ୍ୱୀ।

Advertisment

ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିବାର ପୂର୍ବରେ ସେ ୬୧୮ ରନ କରିଥିଲେ। ବିରାଟଙ୍କ ରେକର୍ଡକୁ ବରାବର କରିବା ପାଇଁ ତାଙ୍କୁ ୩୭ ରନର ଆବଶ୍ୟକ ରହିଥିଲା। ସେ ସମାନ ୩୭ ରନ କରି ଆଉଟ ହୋଇଛନ୍ତି। ବିରାଟ ୨୦୧୬-୧୭ରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଥିଲେ।

ଆଜି ଜୈସୱାଲ ଓ ରୋହିତ ଶର୍ମା ୪୦/୦ରୁ ଭାରତର ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ଜୈସୱାଲ ଅଡ଼ୁଆରେ ପଡ଼ିଥିଲେ। ଟମ ହାର୍ଟଲୀଙ୍କ ଗୋଟିଏ ବଲରେ ଆଉଟ ହୋଇଥିଲେ ହେଁ ଡିଆରଏସ୍‌ ଯୋଗୁ ବର୍ତ୍ତି ଯାଇଥିଲେ। ଏହାପରେ ସେ ଶୋଏବ ବଶିରଙ୍କୁ କିଛି ବାଉଣ୍ଡରୀ ମାରି ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ତେବେ ଜୋ ରୁଟଙ୍କ ବଲରେ ସେ ୩୭ ରନ କରି ଶେଷରେ ଆଉଟ ହୋଇଥିଲେ।

ଏବେ ଯଶସ୍ୱୀଙ୍କ ପାଖରେ ସୁନୀଲ ଗାଭାସ୍କରଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ରହିଛି। ସେ ଦ୍ୱିତୀୟ ଭାରତୀୟ ଭାବେ କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ୭୦୦ ରନ କରିବାର କୀର୍ତ୍ତିମାନ ହାସଲ କରିପାରିବେ। ମାର୍ଚ୍ଚ ୭ରୁ ଧର୍ମଶାଲାରେ ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ଆରମ୍ଭ ହେବ। ଏଥିରେ ସେ ରନ କରି ପାରିଲେ ୭୦୦ ରନର ମାଇଲଖୁଣ୍ଟକୁ ଅତିକ୍ରମ କରିପାରିବେ।

ଏଯାଏ ୮ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଜୈସୱାଲ ୯୭୧ ରନ କରି ସାରିଲେଣି। ତାଙ୍କ ବ୍ୟାଟିଂ ହାର ଇଂଲଣ୍ଡ ବିପକ୍ଷ ସିରିଜରେ ୯୩.୫୭ ରହିଛି।

Test Match Virat Kohli Test Cricket Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe