Advertisment

ବ୍ରାଡମ୍ୟାନଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କଲେ ଯଶସ୍ୱୀ ଜୈସୱାଲ

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ୩ ୱିକେଟ ହରାଇ ୩୫୯ ରନ କରି ନେଇଛି। ଲିଡ୍ସରେ ପ୍ରଥମ ଦିନରେ ଏତେ ସ୍କୋର କରିବାରେ ମଧ୍ୟ ଭାରତର ନୂଆ ରେକର୍ଡ କରିଛି। ଇଂଲିଶ ମାଟିରେ ପ୍ରଥମ ଦିନରେ ଭାରତ ପୂର୍ବରୁ କେବେ ହେଲେ ବି ଏତେ ରନ କରି ନଥିଲା।

Yashasvi Jaiswal

Yashasvi Jaiswal

Advertisment

ଭାରତୀୟ କ୍ରିକେଟ ପାଇଁ ଶୁକ୍ରବାର ବେଶ ଐତିହାସିକ ରହିଥିଲା। କାରଣ ଶୁବମନ ଗିଲଙ୍କ ଟେଷ୍ଟ ଯୁଗର ଆରମ୍ଭ ଶୁଭ ହୋଇଛି। ନିଜେ ଗିଲ ଅପରାଜିତ ୧୨୭ ରନର ଇନିଂସ ଖେଳିଥିବା ବେଳେ ଯଶସ୍ୱୀ ଜୈସୱାଲଙ୍କ ବ୍ୟାଟରୁ ମଧ୍ୟ ଶତକ ବାହାରିଛି। ସେହିପରି ଭାରତୀୟ ଟେଷ୍ଟ ଟିମର ଉପ ଅଧିନାୟକ ଋଷଭ ପନ୍ତ ମଧ୍ୟ ଦମଦାର ଇନିଂସ ଖେଳିଛନ୍ତି।

Advertisment

ଏହି ସବୁ ଇନିଂସ ଯୋଗୁ ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ୩ ୱିକେଟ ହରାଇ ୩୫୯ ରନ କରି ନେଇଛି। ଲିଡ୍ସରେ ପ୍ରଥମ ଦିନରେ ଏତେ ସ୍କୋର କରିବାରେ ମଧ୍ୟ ଭାରତର ନୂଆ ରେକର୍ଡ କରିଛି। ଇଂଲିଶ ମାଟିରେ ପ୍ରଥମ ଦିନରେ ଭାରତ ପୂର୍ବରୁ କେବେ ହେଲେ ବି ଏତେ ରନ କରି ନଥିଲା।

ଜୈସୱାଲ ୧୫୯ ବଲରେ ୧୦୧ ରନ କରି ଆଉଟ ହେବା ପରେ ଅଧିନାୟକ ଗିଲ ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ସେ ମଧ୍ୟ ପ୍ରଥମ ଦିନରେ ଅପରାଜିତ ୧୨୭ ରନ କରିଛନ୍ତି। ଜୈସୱାଲ ତାଙ୍କ ଶତକୀୟ ଇନିଂସରେ ୧୬ଟି ଚୌକା ଓ ଗୋଟିଏ ଛକା ଏବଂ ଗିଲ ଅପରାଜିତ ୧୨୭ ରନର ଇନିଂସରେ ମଧ୍ୟ ୧୬ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

Advertisment

ପନ୍ତ ଅଧିନାୟକ ଗିଲଙ୍କୁ ଭରପୂର ସାଥ ଦେଇ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ହେବା ଯାଏ ଆଉଟ ହୋଇ ନାହାନ୍ତି। ସେ ୧୦୨ ବଲରେ ୬୫ ରନର ଇନିଂସ ଖେଳିଛନ୍ତି। ଗିଲ ଓ ପନ୍ତ ୪ର୍ଥ ୱିକେଟ ପାଇଁ ଅପରାଜି ୧୩୮ ରନର ଭାଗିଦାରୀ କରିଛନ୍ତି। ଏହି ଇନିଂସ ଭିତରେ ଗିଲ ୨ ହଜାର ଓ ପନ୍ତ ୩ ହଜାର ଟେଷ୍ଟ ରନ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

ଇଂଲିଶ କଣ୍ଡିଂସନରେ ନୂଆ ବଲରେ ଭାରତ ପାଇଁ ଭଲ ମୂଳଦୁଆ ପକାଇଥିବା ଜୈସୱାଲ ଚା’ ପାନ ବରିତି ପରେ ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ। କିନ୍ତୁ ଆଉଟ ହେବା ପୂର୍ବରୁ ଇଂଲିଶ ମାଟିରେ ସେ ଶତକ ମାରି ସାରିଥିଲେ। ଇଂଲଣ୍ଡ ବିପକ୍ଷ ୧୦ଟି ଇନିଂସରେ ଏବେ ଜୈସୱାଲ ୮୧୩ ରନ କରି ସାରିଲେଣି। ତାଙ୍କ ବ୍ୟାଟିଂ ହାର ୯୦.୩୩ ରହିଛି। ଏହି ଇନିଂସ ପରେ ସେ କିମ୍ବଦନ୍ତୀ କ୍ରିକେଟର ଡନ ବ୍ରାଡମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି।

ଏଯାଏ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ବ୍ରାଡମ୍ୟାନଙ୍କ ବ୍ୟାଟିଂ ହାର(ଅତିକମରେ ୫୫୦ ରନ) ସବୁ ଠାରୁ ଅଧିକ ରହିଥିଲା। ବ୍ରାଡମ୍ୟାନ ଇଂଲଣ୍ଡ ବିପକ୍ଷ ୬୩ ଇନିଂସରେ ୫୦୨୮ ରନ କରିଥିଲେ। ତାଙ୍କ ବ୍ୟାଟିଂ ହାର ୮୯.୭୮ ରହିଥିଲା। କିନ୍ତୁ ଜୈସୱାଲ ୯୦ ହାରରେ ଇଂଲଣ୍ଡ ବିପକ୍ଷରେ ରନ କରିଥିବାରୁ ବ୍ରାଡମ୍ୟାନଙ୍କ ବିଶ୍ୱ ରେକର୍ଡକୁ ସେ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି।

India Vs England Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe