Advertisment

ଦ୍ୱିତୀୟ ଟେଷ୍ଟରୁ ଆଣ୍ଡରସନ୍ ଓ ଆର୍ଚର ଆଉଟ୍

ଚେନ୍ନାଇ: ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ସିରିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଥିବା ଇଂଲଣ୍ଡକୁ ୨ୟ ମ୍ୟାଚ୍ ପୂର୍ବରୁ ବଡ଼ ଝଟକା ଲାଗିଛି। ୨ୟ ଟେଷ୍ଟ ପାଇଁ ଆଜି ଘୋଷିତ ହୋଇଥିବା ୧୨ ଜଣିଆ ଟିମରୁ ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ସେହିପରି ପ୍ରଥମ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭେଟେରାନ୍ ପେସର୍ ଜେମ୍ସ ଆଣ୍ଡରନସ ଓ ଅଫ୍ ସ୍ପିନର୍ […]

author-image
Ranjit Kumar Jena
ଦ୍ୱିତୀୟ ଟେଷ୍ଟରୁ ଆଣ୍ଡରସନ୍ ଓ ଆର୍ଚର ଆଉଟ୍

eng

ଚେନ୍ନାଇ: ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ସିରିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଥିବା ଇଂଲଣ୍ଡକୁ ୨ୟ ମ୍ୟାଚ୍ ପୂର୍ବରୁ ବଡ଼ ଝଟକା ଲାଗିଛି। ୨ୟ ଟେଷ୍ଟ ପାଇଁ ଆଜି ଘୋଷିତ ହୋଇଥିବା ୧୨ ଜଣିଆ ଟିମରୁ ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ସେହିପରି ପ୍ରଥମ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭେଟେରାନ୍ ପେସର୍ ଜେମ୍ସ ଆଣ୍ଡରନସ ଓ ଅଫ୍ ସ୍ପିନର୍ ଡମ୍ ବେସଙ୍କୁ ବିଶ୍ରାମ ଦିଆଯାଇଛି।

Advertisment

ଜୋ ରୁଟ୍‌ଙ୍କ ନେତୃତ୍ୱରେ ଏହି ଟିମକୁ ମୋଇନ୍ ଅଲୀ, ଷ୍ଟୁଆର୍ଟ ବ୍ରଡ, କ୍ରିସ୍ ଓକ୍ସ, ବେନ୍ ଫୋକ୍ସ ଓ ଓଲି ଷ୍ଟୋନ କମବ୍ୟାକ୍ କରିଛନ୍ତି। ଇଂଲଣ୍ଡର ରୋଟେସନ୍ ପଲିସୀ ଅନୁଯାୟୀ଼ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ବେନ୍ ଫୋକ୍ସ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି।

ବ୍ରଡଙ୍କ ଫେରିବା ଟିମକୁ ଅଧିକ ଶକ୍ତି ଯୋଗାଇବ। ବ୍ରଡଙ୍କୁ ପ୍ରଥମ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇଥିଲା। କିନ୍ତୁ ରୋଟେସନ୍ ପଲିସୀ ଆଧାରରେ ତାଙ୍କୁ ଟିମରେ ସାମିଲ୍ କରାଯାଇଛି। ପ୍ରଥମ ଟେଷ୍ଟରେ ଉଭୟ ଆଣ୍ଡରସନ୍ ଓ ବେସ୍ ଚମତ୍କାର ବୋଲିଂ କରିଥିଲେ। ବେସ୍ ପ୍ରଥମ ଇନିଂସରେ ୪ ୱିକେଟର ସଫଳତା ପାଇଥିବା ବେଳେ ଆଣ୍ଡରସନ୍ ଦ୍ୱିତୀୟ ଇନିଂସରେ ରିଭର୍ସ ସୁଇଂ ଦ୍ୱାରା ଭାରତୀୟ ବ୍ୟାଟ୍ସମ୍ୟାନ୍ ସମସ୍ୟାରେ ପକାଇଥିଲେ।

Advertisment

ଆର୍ଚରଙ୍କ ସ୍ଥାନରେ ବ୍ରଡ୍ ଖେଳିବେ। ତେବେ ଆଣ୍ଡରସନଙ୍କ ସ୍ଥାନରେ ଓକ୍ସ କିମ୍ବା ଓଲି ଷ୍ଟୋନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ବେସଙ୍କ ସ୍ଥାନରେ ମୋଇନ୍ ଅଲୀ ଖେଳିବା ଏକପ୍ରକାର ନିଶ୍ଚିତ। ମୋଇନ୍ ପାଖାପାଖି ୧୮ମାସ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ତାଙ୍କ ପାଖରେ ଏସୀୟ ମାଟିରେ ବୋଲିଂ କରିବାର ପ୍ରଚୁର ଅଭିଜ୍ଞତା ରହିଛି। ସୂଚନାଯୋଗ୍ୟ, ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୨୨୭ ରନରେ ଭାରତକୁ ହରାଇଥିଲା। ଏହି ବିଜୟ ଇଂଲଣ୍ଡ ଏବେ ଚାରିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।

ଇଂଲଣ୍ଡ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ୍), ରୋରୀ ବର୍ନସ୍, ଡମ୍ ସିବଲେ, ଡାନିଏଲ୍ ଲରେନ୍ସ, ବେନ୍ ଷ୍ଟୋକ୍ସ, ଓଲି ପୋପ୍, ମୋଇନ୍ ଅଲୀ, ଜ୍ୟାକ୍ ଲିଚ୍, ଷ୍ଟୁଆର୍ଟ ବ୍ରଡ୍, କ୍ରିସ୍ ଓକ୍ସ, ବେନ୍ ଫୋକ୍ସ ଓ ଓଲି ଷ୍ଟୋନ୍।