Advertisment

୩୫ହଜାର ବଲ୍ ପକାଇ ବିଶ୍ୱ ରେକର୍ଡ କଲେ ଆଣ୍ଡରସନ୍

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଆୟୋଜକ ଦଳର ଭେଟେରାନ୍ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନ୍ ନିଜ ନାଁରେ ବଡ଼ ରେକର୍ଡ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୩୫ହଜାର ବଲ୍ ପକାଇବାରେ ଦୁନିଆର ପ୍ରଥମ ପେସ୍ ବୋଲର ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ବଲ୍ ପକାଇବା ତାଲିକାରେ ସେ ମୁଥିଆ ମୁରଲିଧରନ, ଅନୀଲ କୁମ୍ବଲେ ଓ ଶେନ୍ ୱାର୍ଣ୍ଣଙ୍କ ପରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଆଣ୍ଡରସନ୍ ଏହି ମ୍ୟାଚକୁ ମିଶାଇ ଏପର୍ଯ୍ୟନ୍ତ ୩୫ହଜାରରୁ […]

୩୫ହଜାର ବଲ୍ ପକାଇ ବିଶ୍ୱ ରେକର୍ଡ କଲେ ଆଣ୍ଡରସନ୍

anderson

Advertisment

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଆୟୋଜକ ଦଳର ଭେଟେରାନ୍ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନ୍ ନିଜ ନାଁରେ ବଡ଼ ରେକର୍ଡ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୩୫ହଜାର ବଲ୍ ପକାଇବାରେ ଦୁନିଆର ପ୍ରଥମ ପେସ୍ ବୋଲର ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ବଲ୍ ପକାଇବା ତାଲିକାରେ ସେ ମୁଥିଆ ମୁରଲିଧରନ, ଅନୀଲ କୁମ୍ବଲେ ଓ ଶେନ୍ ୱାର୍ଣ୍ଣଙ୍କ ପରେ ଚତୁର୍ଥ ସ୍ଥାନରେ ରହିଛନ୍ତି।

Advertisment

ଆଣ୍ଡରସନ୍ ଏହି ମ୍ୟାଚକୁ ମିଶାଇ ଏପର୍ଯ୍ୟନ୍ତ ୩୫ହଜାରରୁ ଅଧିକ ବଲ୍ ପକାଇ ସାରିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର୍ ମୁରଲିଧରନ ନିଜ କ୍ୟାରିୟରରେ ସର୍ବାଧିକ ୪୪,୦୩୯ ବଲ୍ ପକାଇଥିଲେ। ସେହିପରି ଭାରତର ଅନୀଲ କୁମ୍ବଲେ ୪୦,୮୫୦ ବଲ୍ ଏବଂ ଅଷ୍ଟ୍ରେଲିଆର ଶେନ୍ ୱାର୍ଣ୍ଣ ୪୦,୭୦୫ ବଲ୍ ପକାଇଥିଲେ।

ପେସ୍ ବୋଲରଙ୍କ ମଧ୍ୟରେ ସର୍ବାଧିକ ବଲ୍ ପକାଇବାର ରେକର୍ଡ ୱେଷ୍ଟଇଣ୍ଡିଜର କର୍ଟନୀ ୱାଲ୍ସଙ୍କ ନାଁରେ ରହିଛି। ୱାଲ୍ସ ୩୦,୦୧୯ ବଲ୍ ପକାଇଥିବା ବେଳେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ ୨୯,୮୬୩ ବଲ୍ ଓ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକଗ୍ରା’ ୨୯,୨୪୮ ବଲ୍ ପକାଇଛନ୍ତି।

Advertisment

ନିଜର ୧୬୪ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଆଣ୍ଡରସନ୍ ଏପର୍ଯ୍ୟନ୍ତ ୬୨୧ (ଦ୍ୱିତୀୟ ଟେଷ୍ଟ ପୂର୍ବରୁ) ୱିକେଟ୍ ନେଇଛନ୍ତି। ସେ ସର୍ବାଧିକ ୱିକେଟ୍ ନେବା ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ମୁରଲିଧରନ (୮୦୦) ଓ ୱାର୍ଣ୍ଣ (୭୦୮) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଆଜି ମ୍ୟାଚରେ ଆଣ୍ଡରସନ୍ ଦମଦାର ପ୍ରଦର୍ଶନ କରି ଦୁଇଟି ୱିକେଟ୍ ନେଇଛନ୍ତି। ସେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କୁ ଆଉଟ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe