40037 ବଲରେ 704 ୱିକେଟ: ସରିଲା ଆଣ୍ଡରସନଙ୍କ ଯୁଗ

ଇଂଲଣ୍ଡ ପାଇଁ ୧୮୮ଟି ଟେଷ୍ଟ ମ୍ୟାଚ୍‌ରେ ଆଣ୍ଡରସନ ୭୦୪ ୱିକେଟ ନେଇଛନ୍ତି। ସେ ୪୦୦୩୭ଟି ବଲ ପକାଇଛନ୍ତି। ତାଙ୍କ ବୋଲିଂ ହାର ୨୬.୪୫ ଓ ଷ୍ଟ୍ରାଇକ ରେଟ ୫୬.୮ ରହିଛି। ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୭/୪୨।

James Anderson

ଜେମ୍ସ ଆଣ୍ତରସନ

Hemant Lenka
  • Published: Friday, 12 July 2024
  • Updated: 12 July 2024, 09:41 PM IST

Sports

Latest News

ଶେଷ ହୋଇଛି ଗୋଟିଏ ଯୁଗ। କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓରଫ ଜିମ୍ମୀ। ୨୧ ବର୍ଷ ଧରି କ୍ରିକେଟ ଖେଳି ଆସୁଥିବା ଜିମ୍ମୀ ଆଜି ଶେଷରେ ବିଦାୟ ନେଇଛନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ଐତିହାସିକ ଲର୍ଡସରେ ବିଜୟୀ ହୋଇ ଜିମ୍ମୀଙ୍କୁ ସୁଖଦ ବିଦାୟ ଦେଇଛି। ଆଜି ନିଜର ଶେଷ ବଲ ପକାଇଥିବା ଆଣ୍ଡରସନଙ୍କ କ୍ୟାରିୟର ୨୦୦୩ରେ ଆରମ୍ଭ ହୋଇଥିଲା।

୨୦ ବର୍ଷୀୟ ଆଣ୍ଡରସନ ଏବେ ୪୧ ବର୍ଷ ବୟସର ହୋଇଯାଇଛନ୍ତି। ଯେଉଁ ଲର୍ଡସରୁ ସେ କ୍ୟାରିୟର ଆରମ୍ଭ କରି ପ୍ରଥମ ବଲ ପକାଇଥିଲେ ଆଜି ସେହି ସ୍ଥାନରେ ଶେଷ ବଲ ପକାଇଛନ୍ତି।

Also Read

ନିଜର ଶେଷ ମ୍ୟାଚ୍‌ରେ ମଧ୍ୟ ଆଣ୍ଡରସନ ୪ ୱିକେଟ ନେଇଛନ୍ତି। ଫଳରେ ଇଂଲଣ୍ଡ ଇଂନିସ ଓ ୧୧୪ ରନରେ ୱେଷ୍ଟଇଣ୍ଡିଜକୁ ହରାଇଛି। ୪୧ ବର୍ଷୀୟ ଆଣ୍ଡରସନ ୫ ୱିକେଟ ସହ ବିଦାୟ ନେବାର ସମ୍ଭାବନା ସୃଷ୍ଟି ହୋଇଥିଲା।

କିନ୍ତୁ ସେ କଟ ଆଣ୍ଡ ବୋଲ୍ଡ ସୁଯୋଗ ହାତ ଛଡ଼ା କରିଥିଲେ। ତଥାପି ବିଜୟ ସହ ସେ ଲର୍ଡସ ମୈଦାନାରୁ ବିଦାୟ ନେଇଛନ୍ତି। ପରିବାର ଲୋକଙ୍କ ଉପସ୍ଥିତି ଓ ସାଥୀ ଖେଳାଳି ତାଙ୍କୁ ଲୁହ ଭିଜେ ଆଖିରେ ବିଦାୟ ଦେଇଛନ୍ତି।

ଆଣ୍ଡରସନ ଏବେ ବିଶ୍ୱ ଟେଷ୍ଟ କ୍ରିକେଟର ତୃତୀୟ ସର୍ବାଧିକ ୱିକେଟ ଦଖଲକାରୀ ଖେଳାଳି। ତାଙ୍କ ଉପରେ ମୁଥିଆ ମୁରଲୀଧରନ ଓ ଶେନ ୱାର୍ଣ୍ଣ ରହିଛନ୍ତି।  ୭୦୮ ୱିକେଟ ସହ ୱାର୍ଣ୍ଣ ଦ୍ୱିତୀୟ ଓ ୮୦୦ ୱିକେଟ ସହ ମୁରଲୀଧରନ ୧ନଂ ସ୍ଥାନରେ ରହିଛନ୍ତି।

୨୧ ବର୍ଷ ଧରି ଟେଷ୍ଟ କ୍ରିକେଟ ଖେଳିଥିବା ଆଣ୍ଡରସନ ସୀମିତ ଓଭର କ୍ରିକେଟରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି। ସେ ଇଂଲଣ୍ଡ ପାଇଁ ୧୯୪ଟି ଦିନିକିଆରେ ୨୬୯ ଓ ୧୯ଟି ଟି-୨୦ରେ ୧୮ଟି ୱିକେଟ ନେଇଥିଲେ।

୨୦୧୫ ବିଶ୍ୱକପ ପରଠାରୁ ସେ ଆଉ ସୀମିତ ଓଭର କ୍ରିକେଟରେ ନଜର ଆସି ନଥିଲେ। ସେ କେବଳ ଟେଷ୍ଟ କ୍ରିକେଟ ଖେଳିବାରେ ଲାଗିଥିଲେ। ଷ୍ଟୁଆର୍ଟ ବ୍ରଡ୍‌ ଓ ଆଣ୍ଡରସନଙ୍କ ଯୋଡ଼ି ଇଂଲଣ୍ଡ ପାଇଁ ଟେଷ୍ଟରେ ଦୀର୍ଘ ବର୍ଷ ହେଲା କମାଲ କରି ଚାଲିଥିଲେ। ପ୍ରଥମେ ବ୍ରଡ ଓ ଏବେ ଆଣ୍ଡରସନ ମଧ୍ୟ କ୍ରିକେଟକୁ ଅଲବିଦା କହିଛନ୍ତି।

୨୦୦୩ ମେ’ ମାସରେ ଆଣ୍ଡରସନ ଜିମ୍ବାୱେ ବିପକ୍ଷ ଟେଷ୍ଟରେ ଟେବ୍ୟୁ କରିଥିଲେ। ଦୀର୍ଘ ୨୧ ବର୍ଷ ମଧ୍ୟରେ ସେ ୧୮୮ଟି ଟେଷ୍ଟ ଖେଳି ସାରିଲେଣି। ଟେଷ୍ଟ କ୍ରିକେଟରେ ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟ ଦଖଲ କରିଥିବା ତାଲିକାରେ ଆଣ୍ଡରସନଙ୍କ ପଛକୁ ୬୦୪ ୱିକେଟ ସହ ଷ୍ଟୁଆର୍ଟ ବ୍ରଡ ଓ ଗ୍ଲେନ ମ୍ୟାଗ୍ରାଥ ( ୫୬୩) ରହିଛନ୍ତି। ଭାରତ ବିପକ୍ଷରେ ସେ ୧୪୯ଟି ୱିକେଟ ନେଇଛନ୍ତି। ଏହା ମଧ୍ୟରୁ ୪୪ଟି ୱିକେଟ ଭାରତରେ ଖେଳିଥିବା ୧୭ଟି ଟେଷ୍ଟରୁ ମିଳିଛି।

ଆଣ୍ଡରସନ ଘରୋଇ ମାଟି ଅର୍ଥାତ ଇଂଲଣ୍ଡରେ ୪୩୪ ଓ ବିଦେଶରେ ୨୬୬ ୱିକେଟ ନେଇଛନ୍ତି। କେବଳ ଏସିଆରେ ତାଙ୍କ ୱିକେଟ ସଂଖ୍ୟା ୯୨ ରହିଛି। ଆଣ୍ଡରସନ ତାଙ୍କ ଟେଷ୍ଟ କ୍ୟାରିୟରରେ ଜିମ୍ବାୱେର ମାର୍କ ଭେରମେଉଲେନଙ୍କୁ ଆଉଟ କରି ପ୍ରଥମ ୱିକେଟ ପାଇଥିଲେ।

ଏହାପରେ ଜ୍ୟାକ କ୍ୟାଲିସଙ୍କୁ ଆଉଟ କରି ୧୦୦ତମ, ଅଷ୍ଟ୍ରଆଲିଆର ପିଟର ସିଡ୍‌ଲଙ୍କୁ ଆଉଟ କରି ୨୦୦ତମ, ନ୍ୟୁଜିଲ୍ୟାଣ୍ଡର ପିଟର ଫୁଲଟନଙ୍କୁ ଆଉଟ କରି ୩୦୦ତମ, ମାର୍ଟିନ ଗପ୍ଟିଲଙ୍କୁ ଆଉଟ କରି ୪୦୦ତମ, ୱେଷ୍ଟଇଣ୍ଡିଜର କ୍ରେଗ ବ୍ରାଥୱେଟଙ୍କୁ ଆଉଟ କରି ୫୦୦ତମ ଓ ପାକିସ୍ତାନର ଆଝାର ଅଲୀଙ୍କୁ ଆଉଟ କରି ଆଣ୍ଡରସନ ୬୦୦ତମ ୱିକେଟ ଦଖଲ କରିଥିଲେ। ସେହିପରି ନିକଟରେ ଭାରତର କୁଲଦୀପ ଯାଦବଙ୍କୁ ଆଉଟ କରି ସେ ତାଙ୍କ ଟେଷ୍ଟ କ୍ୟାରିୟରର ୭୦୦ ୱିକେଟ ପୂରଣ କରିଥିଲେ।

ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟ : ୧୮୮ ମ୍ୟାଚ୍‌ରେ ୭୦୪ ୱିକେଟ ନେବାରେ ଆଣ୍ଡରସନ ପ୍ରଥମ ଦ୍ରୁତ ବୋଲର। ବ୍ରଡ୍‌ ୬୦୪ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ସର୍ବାଧିକ ୫ ୱିକେଟ ନେବାରେ ୬ଷ୍ଠ: ଆଣ୍ଡରସନ ତାଙ୍କ ଲମ୍ବା କ୍ୟାରିୟରରେ ୩୨ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ସେ ସର୍ବାଧିକ ‍ଫାଇଫର ନେଇଥିବା ୬ଷ୍ଠ ବୋଲର।

ତାଙ୍କ ଉପରେ ମୁରିଲୀଧରନ ୬୭ଥର, ରିଚାର୍ଡ ହାଡଲୀ ୩୬ଥର, ଅନୀଲ କୁମ୍ବଲେ ୩୫ ଥର, ରବି ଅଶ୍ୱୀନ ୩୬ ଥର ଓ ରଙ୍ଗନା ହେରାଥ ୩୪ ଥର ରହିଛନ୍ତି। ଆଣ୍ଡରସନଙ୍କ ଏହି ୩୨ଥର ଫାଇଫର ମଧ୍ୟରୁ ୩ଥର ୧୦ ୱିକେଟ ବି ଦଖଲ କରିଛନ୍ତି।

ଦ୍ୱିତୀୟ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଖେଳାଳି: ଆଣ୍ଡରସନ ୧୮୮ଟି ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ଅବସର ନେଇଛନ୍ତି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ତାଙ୍କ ଉପରେ ୨୦୦ ଟେଷ୍ଟ ସହ ସଚିନ ତେନ୍ଦୁଲକର ରହିଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ନାଥନ ଲାୟନ ଅଛନ୍ତି। ସେ ୧୨୯ଟି ଟେଷ୍ଟ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story