ଶେଷ ହେବ ଆଣ୍ଡରସନ ଯୁଗ, ଘୋଷଣା କଲେ ଅବସର

ଐତିହାସିକ ଲର୍ଡସ ଟେଷ୍ଟ ହେବ ୪୧ ବର୍ଷୀୟ ଆଣ୍ଡରସନଙ୍କ ଶେଷ ମ୍ୟାଚ୍‌।

James Anderson

ଜେମ୍ସ ଆଣ୍ଡରସନ

Hemant Lenka
  • Published: Saturday, 11 May 2024
  • Updated: 11 May 2024, 05:42 PM IST

Sports

Latest News

ଶେଷ ହେବାକୁ ଯାଉଛି ଜେମ୍ସ ଆଣ୍ଡରସନ ଯୁଗ। ଇଂଲଣ୍ଡର କିମ୍ବଦନ୍ତୀ ତଥା ଭେଟରାନ ସ୍ପିଡଷ୍ଟର ଜେମ୍ସ ‌ଆଣ୍ଡରସନ ଟେଷ୍ଟ କ୍ରିକେଟରୁ ନେବେ ଅବସର। ଆଜି ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ଜୁଲାଇ ୧୦ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବେ। ଐତିହାସିକ ଲର୍ଡସ ଟେଷ୍ଟ ହେବ ୪୧ ବର୍ଷୀୟ ଆଣ୍ଡରସନଙ୍କ ଶେଷ ମ୍ୟାଚ୍‌। ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବାକୁ ଯାଉଥିବା ଆଣ୍ଡରସନ ସୋଶାଲ ମିଡିଆରେ ସମସ୍ତଙ୍କୁ ଜଣାଇଛନ୍ତି।

Also Read

ଆଣ୍ଡରସନ ଏବେ ବିଶ୍ୱ ଟେଷ୍ଟ କ୍ରିକେଟର ତୃତୀୟ ସର୍ବାଧିକ ୱିକେଟ ଦଖଲକାରୀ ଖେଳାଳି। ତାଙ୍କ ଉପରେ ମୁଥିଆ ମୁରଲୀଧରନ ଓ ଶେନ ୱାର୍ଣ୍ଣ ରହିଛନ୍ତି। ଆଣ୍ଡରସନ ୨୦୦୩ରୁ ଇତିମଧ୍ୟରେ ୧୮୭ଟି ଟେଷ୍ଟ କରି ୭୦୦ଟି ୱିକେଟ ନେଇଛନ୍ତି। ୭୦୮ ୱିକେଟ ସହ ୱାର୍ଣ୍ଣ ଦ୍ୱିତୀୟ ଓ ୮୦୦ ୱିକେଟ ସହ ମୁରଲୀଧରନ ୧ନଂ ସ୍ଥାନରେ ରହିଛନ୍ତି।

ଆଣ୍ଡରସନ କହିଛନ୍ତି, “ସମସ୍ତଙ୍କୁ ହାଏ। ଗୋଟିଏ କଥା କହିବାକୁ ଚାହୁଁଛି ଯେ ଲର୍ଡସରେ ମୁଁ ମୋର ଶେଷ ଟେଷ୍ଟ ଖେଳିବାକୁ ଯାଉଛି। ଦେଶକୁ ୨୦ ବର୍ଷ ଧରି ପ୍ରତିନିଧିତ୍ୱ କରିବା ଗୋଟିଏ ଅଦ୍ଭୂତପୂର୍ବ ଘଟଣା।

ପିଲା ବେଳୁ ଯେଉଁ ଖେଳକୁ ଭଲ ପାଉଥିଲି, ସେଥିରେ ମୁଁ ରହିଥିଲି। ଇଂଲଣ୍ଡ ପାଇଁ ଖେଳିବା ଦିନକୁ ମିସ କରିବି। କିନ୍ତୁ ବାହାରେ ପାଦ ରଖିବାକୁ ଏହା ଉପଯୁକ୍ତ ସମୟ। ମୁଁ ଯେମିତି ମୋର ସ୍ୱପ୍ନ ପୂରଣ କରିଛି, ଅନ୍ୟମାନେ ମଧ୍ୟ ଏହାର ସୁଯୋଗ ପାଇବା ଉଚିତ। କାରଣ ଏହା ଠାରୁ ବଡ଼ ଅନୁଭବ କିଛି ହୋଇ ନପାରେ।

ମୋତେ ଦୀର୍ଘ ବର୍ଷ ହେଲା ସହଯୋଗ ଓ ସମର୍ଥନ କରି ଆସିଥିବା ସମସ୍ତଙ୍କୁ ଧନ୍ୟବାଦନ। ସମସ୍ତ ଖେଳାଳି ଓ କୋଚମାନଙ୍କୁ ମଧ୍ୟ ଧନ୍ୟବାଦ। ଆଗକୁ ପଡ଼ିଥିବା ଚ୍ୟାଲେଞ୍ଜ ପାଇଁ ମୁଁ ବେଶ ଉତ୍ସାହିତ। ଅଧିକ ସମୟ ଗଲ୍ଫ ଖେଳି କାଟିବି। ସମସ୍ତଙ୍କୁ ଧନ୍ୟବାଦ।”

୨୦ ବର୍ଷ ଧରି ଟେଷ୍ଟ କ୍ରିକେଟ ଖେଳିଥିବା ଆଣ୍ଡରସନ ସୀମିତ ଓଭର କ୍ରିକେଟରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି। ସେ ଇଂଲଣ୍ଡ ପାଇଁ ୧୯୪ଟି ଦିନିକିଆରେ ୨୬୯ ଓ ୧୯ଟି ଟି-୨୦ରେ ୧୮ଟି ୱିକେଟ ନେଇଥିଲେ।

୨୦୧୫ ବିଶ୍ୱକପ ପରଠାରୁ ସେ ଆଉ ସୀମିତ ଓଭର କ୍ରିକେଟରେ ନଜର ଆସି ନଥିଲେ। ସେ କେବଳ ଟେଷ୍ଟ କ୍ରିକେଟ ଖେଳିବାରେ ଲାଗିଥିଲେ। ଷ୍ଟୁଆର୍ଟ ବ୍ରଡ ଓ ଆଣ୍ଡରସନଙ୍କ ଯୋଡ଼ି ଇଂଲଣ୍ଡ ପାଇଁ ଟେଷ୍ଟରେ ଦୀର୍ଘ ବର୍ଷ ହେଲା କମାଲ କରି ଚାଲିଥିଲେ। ପ୍ରଥମେ ବ୍ରଡ ଓ ଏବେ ଆଣ୍ଡରସନ ମଧ୍ୟ କ୍ରିକେଟକୁ ଅଲବିଦା କହିଛନ୍ତି।

୨୦୦୩ ମେ’ ମାସରେ ଆଣ୍ଡରସନ ଜିମ୍ବାୱେ ବିପକ୍ଷ ଟେଷ୍ଟରେ ଟେବ୍ୟୁ କରିଥିଲେ। ଦୀର୍ଘ ୨୧ ବର୍ଷ ମଧ୍ୟରେ ସେ ୧୮୭ଟି ଟେଷ୍ଟ ଖେଳି ସାରିଲେଣି। ୪୧ ବର୍ଷ ବୟସରେ ପାଦ ଥାପି ସାରିଥିବା ଆଣ୍ଡରସନ ଏବେ ବି ସମାନ ରନଅପ ଓ ସମାନ ପେସ୍‌ରେ ବୋଲିଂ ଜାରି ରଖିଛନ୍ତି।

ଟେଷ୍ଟ କ୍ରିକେଟରେ ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟ ଦଖଲ କରିଥିବା ତାଲିକାରେ ଆଣ୍ଡରସନଙ୍କ ପଛକୁ ୬୦୪ ୱିକେଟ ସହ ଷ୍ଟୁଆର୍ଟ ବ୍ରଡ ଓ ଗ୍ଲେନ ମ୍ୟାଗ୍ରାଥ ( ୫୬୩) ରହିଛନ୍ତି। ଭାରତ ବିପକ୍ଷରେ ସେ ୧୪୯ଟି ୱିକେଟ ନେଇଛନ୍ତି। ଏହା ମଧ୍ୟରୁ ୪୪ଟି ୱିକେଟ ଭାରତରେ ଖେଳିଥିବା ୧୭ଟି ଟେଷ୍ଟରୁ ମିଳିଛି।

ଆଣ୍ଡରସନ ଘରୋଇ ମାଟି ଅର୍ଥାତ ଇଂଲଣ୍ଡରେ ୪୩୪ ଓ ବିଦେଶରେ ୨୬୬ ୱିକେଟ ନେଇଛନ୍ତି। କେବଳ ଏସିଆରେ ତାଙ୍କ ୱିକେଟ ସଂଖ୍ୟା ୯୨ ରହିଛି। ଆଣ୍ଡରସନ ତାଙ୍କ ଟେଷ୍ଟ କ୍ୟାରିୟରରେ ଜିମ୍ବାୱେର ମାର୍କ ଭେରମେଉଲେନଙ୍କୁ ଆଉଟ କରି ପ୍ରଥମ ୱିକେଟ ପାଇଥିଲେ।

ଏହାପରେ ଜ୍ୟାକ କ୍ୟାଲିସଙ୍କୁ ଆଉଟ କରି ୧୦୦ତମ, ଅଷ୍ଟ୍ରଆଲିଆର ପିଟର ସିଡ୍‌ଲଙ୍କୁ ଆଉଟ କରି ୨୦୦ତମ, ନ୍ୟୁଜିଲ୍ୟାଣ୍ଡର ପିଟର ଫୁଲଟନଙ୍କୁ ଆଉଟ କରି ୩୦୦ତମ, ମାର୍ଟିନ ଗପ୍ଟିଲଙ୍କୁ ଆଉଟ କରି ୪୦୦ତମ, ୱେଷ୍ଟଇଣ୍ଡିଜର କ୍ରେଗ ବ୍ରାଥୱେଟଙ୍କୁ ଆଉଟ କରି ୫୦୦ତମ ଓ ପାକିସ୍ତାନର ଆଝାର ଅଲୀଙ୍କୁ ଆଉଟ କରି ଆଣ୍ଡରସନ ୬୦୦ତମ ୱିକେଟ ଦଖଲ କରିଥିଲେ। ସେହିପରି ନିକଟରେ ଭାରତର କୁଲଦୀପ ଯାଦବଙ୍କୁ ଆଉଟ କରି ସେ ତାଙ୍କ ଟେଷ୍ଟ କ୍ୟାରିୟରର ୭୦୦ ୱିକେଟ ପୂରଣ କରିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story