Advertisment

କର ବା ମର ମ୍ୟାଚ୍‌ରେ ସଅଳ ପ୍ୟାଭିଲିୟନ ଫେରିଲେ ଦୁଇ ପାକ୍‌ ଓପନର

ଉଭୟଙ୍କ ୱିକେଟ ଜବରଦସ୍ତ ଫର୍ମରେ ଥିବା ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର ମାର୍କୋ ୟାନସେନ ନେଇଛନ୍ତି।

SA

SA

Advertisment

ହ୍ୟାଟ୍ରିକ ପରାଜୟ ସହ ଚଳିତ ବିଶ୍ୱକପରେ କର ବା ମର ପରିସ୍ଥିତିରେ ପଡ଼ିଥିବା ପାକିସ୍ତାନ ଆଜି ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଚେନ୍ନାଇରେ ଖେଳା ଯାଉଥିବା ବେଳେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ପଏଣ୍ଟ ଟେବୁଲର ୨ନଂ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ କରିବା ସହ ପାକିସ୍ତାନର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛି।

Advertisment

ଅବଦୁଲ୍ଲା ଶଫିକ ମାତ୍ର ୯ ରନ କରିଥିବା ବେଳେ ଇମାମ ଉଲ ହକ ୧୨ ରନ କରି ଆଉଟ ହୋଇଛନ୍ତି। ଉଭୟଙ୍କ ୱିକେଟ ଜବରଦସ୍ତ ଫର୍ମରେ ଥିବା ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର ମାର୍କୋ ୟାନସେନ ନେଇଛନ୍ତି। ପାକିସ୍ତାନର ଦୁଇ ଓପନ ଅବଦୁଲ୍ଲା ଓ ଇମାମ ପ୍ରଥମ ୪ ଓଭର ବେଶ ସତର୍କତାର ସହ ଖେଳିଥିଲେ।

କିନ୍ତୁ ୪.୩ ଓଭର୍‌ରେ ୟାନସେନ ପାକିସ୍ତାନକୁ ପ୍ରଥମ ଝଟକା ଦେଇଥିଲେ। ସେହିପରି ୬ଷ୍ଠ ଓଭର୍‌ର ତୃତୀୟ ବଲରେ ସେ ଇମାମଙ୍କୁ ଆଉଟ କରି ପାକିସ୍ତାନକୁ ୩୮ ରନରେ ଆଉ ଏକ ଝଟକା ଦେଇଥିଲେ। ୩୮ ରନରେ ଦୁଇ ୱିକେଟ ହରାଇ ସମାନ୍ୟ ବ୍ୟାକଫୁଟରେ ଥିବା ପାକିସ୍ତାନକୁ ଏବେ ଅଧିନାୟକ ବାବର ଆଜମ ଓ ଅଭିଜ୍ଞ ମହମ୍ମଦ ରିଜୱାନ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ରିପୋର୍ଟ ଲେଖା ହେବକଳୁ ପାକିସ୍ତାନ ୧୩ ଓଭର୍‌ରେ ୨ ୱିକେଟ ହରାଇ ୭୧ ରନ କରିଛି। ବାବର ଆଜମ ୨୩ ଓ ରିଜୱାନ ୧୯ ରନ କରି ଅପରାଜିତ ରହିଛନ୍ତି। 

Advertisment

ଆଜି ଦକ୍ଷିଣ ଆଫ୍ରିକା ଦଳକୁ ନିୟମିତ ଅଧିନାୟକ ତେମ୍ବା ବଭୂମା କମବ୍ୟାକ କରିଛନ୍ତି। ସେହିପରି ଲିଜାଡ ୱିଲିୟମ୍ସ ଓ କାଗିସୋ ରବାଡା ମଧ୍ୟ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ବଭୂମା ଓପନର ରୀଜା ହେଣ୍ଡ୍ରିକ୍ସଙ୍କ ବଦଳରେ ଖେଳୁଥିବା ବେଳେ ତ୍ରାବାଇଜ ଶାମସି ଓ ଲୁଙ୍ଗି ଏନଗିଡି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ପାକିସ୍ତାନ ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିଛି। ଓସାମା ମୀର ଓ ହାସନ ଅଲୀଙ୍କୁ ଆଜି ବେଞ୍ଚରେ ବସିବାକୁ ପଡ଼ିଛି। ଏମାନଙ୍କ ବଦଳରେ ମହମ୍ମନ ନୱାଜ ଓ ମହମ୍ମଦ ୱାସିମ ଜୁନିୟର ସୁଯୋଗ ପାଇଛନ୍ତି।

ପାକିସ୍ତାନ ଚଳିତ ବିଶ୍ୱକପରେ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ କେବଳ ୨ଟିରେ ଜିତିଛି। ସେହିପରି ଦକ୍ଷିଣ ‌ଆଫ୍ରିକା ୫ଟିରୁ ୪ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe