Advertisment

ଇଂଲଣ୍ଡରେ ସବୁ ମ୍ୟାଚ୍ ଖେଳିବେନି ଯଶପ୍ରୀତ ବୁମ୍ରା

ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମ୍ରା ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା।

Jasprit Bumrah

Jasprit Bumrah

Advertisment

ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସମସ୍ତ ୫ଟି ଯାକ ମ୍ୟାଚ୍‌ରେ ଖେଳିବେ ନାହିଁ ଭାରତର ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରା। ଇଂଲଣ୍ଡ ଗସ୍ତ ପାଇଁ ଆଜି ୧୮ ଜଣିଆ ଭାରତୀୟ ଟେଷ୍ଟ ଦଳ ଘୋଷଣା କଲା ବେଳେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। ବିସିସିଆଇର ଫିଜିଓ ଓ ଡାକ୍ତରମାନେ ଦେଇଥିବା ତଥ୍ୟ ଆଧାରରେ ଏହି ସୂଚନା ଦେଇଛନ୍ତି ଅଗରକର।

Advertisment

ସେ କହିଛନ୍ତି, ମୁଁ ଭାବୁ ନାହିଁ ଯେ ସେ (ଯଶପ୍ରୀତ ବୁମ୍ରା) ୫ଟି ଯାକ ଟେଷ୍ଟରେ ଉପଲବ୍ଧ ହେବେ। ଫିଜିଓ ଓ ଡାକ୍ତରମାନେ ଯାହା କହିଛନ୍ତି, ସେହି ଆଧାରରେ ଏହା ଜଣାପଡ଼ୁଛି। ସେ ୪ଟି ଟେଷ୍ଟ ଖେଳିବେ କି ୩ଟି ଖେଳିବେ, ତାହା ସିରିଜ୍ ଚାଲିବା ପରେ ଜଣାପଡ଼ିବ। ସେହିପରି ତାଙ୍କ ଶରୀର କେତେ କାର୍ଯ୍ୟଭାର ସମ୍ଭାଳି ପାରୁଛି, ତାହା ଦେଖିବାକୁ ହେବ। ସେ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ସେ ତିନି ବା ଚାରିଟି ଟେଷ୍ଟ ମ୍ୟାଚ୍‌ ପାଇଁ ଫିଟ୍ ରହନ୍ତି, ତା’ହେଲେ ସେ ଆମ ପାଇଁ ବିଜୟ ଆଣି ଦେବେ।

ଅଗରକର କହିଛନ୍ତି, ଆମେ ଖୁସି ଅଛୁ ଯେ ସେ ଏବେ ଫିଟ୍ ଅଛନ୍ତି। ଅଷ୍ଟ୍ରେଲିଆରେ ତାଙ୍କୁ ଯେଉଁ ଝଟକା ଲାଗିଥିଲା, ତାହା ସେତେ ଖରାପ ନଥିଲା। ସେ ପୁଣି ଥରେ ଖେଳିବା ଆରମ୍ଭ କରିଛନ୍ତି। ଏବେ ଆଇପିଏଲରେ ସେ କ’ଣ କରୁଛନ୍ତି, ଆମେ ସମସ୍ତେ ଦେଖୁଛନ୍ତି। ମୁଁ ଖୁସି ଯେ ସେ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି।

Advertisment

ଅଷ୍ଟ୍ରେଲିଆରେ ‘ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫’ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମ୍ରା ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ତେବେ ଏହି ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ଆହତ ହେବାରୁ ଆଉ ବୋଲିଂ କରିବାକୁ ସକ୍ଷମ ହୋଇ ନଥିଲେ।

ଆହତ କାରଣରୁ ଯଶପ୍ରୀତ ବୁମ୍ରା ଚାମ୍ପିୟନ୍ସ ଟ୍ରଫି ଖେଳି ପାରି ନଥିଲେ। କିନ୍ତୁ ସେ ୨୦୨୫ ଆଇପିଏଲରେ ଫେରିଥିଲେ ମୁମ୍ବାଇ ଟିମ୍‌କୁ। ସେ ଏବେ ଭଲ ଫର୍ମରେ ଅଛନ୍ତି। ଦଳ ପାଇଁ ସେ ୯ଟି ମ୍ୟାଚ୍‌ରୁ ୧୬ଟି ୱିକେଟ୍ ନେଇଛନ୍ତି।

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଦୁଇ ବରିଷ୍ଠ ଖେଳାଳି ଟେଷ୍ଟ ମ୍ୟାଚ୍‌ରୁ ଅବସର ନେବା ପରେ ଯଶପ୍ରୀତ ବୁମ୍ରା ଅଧିନାୟକ ହେବା ଦୌଡ଼ରେ ସବୁଠାରୁ ଆଗରେ ରହିଥିଲେ। ହେଲେ ତାଙ୍କ ଫିଟନେଶ ଓ ୱାର୍କଲୋଡ ମ୍ୟାନେଜମେଣ୍ଟ ସବୁଠାରୁ ଚିନ୍ତାର ବିଷୟ ହୋଇଥିବାରୁ ତାଙ୍କୁ ଅଧିନାୟକ କରାଯାଇନାହିଁ।

ଇଂଲଣ୍ଡ ଗସ୍ତ ପାଇଁ ଆଜି ୧୮ ଜଣିଆ ଭାରତୀୟ ଟେଷ୍ଟ ଦଳ ଘୋଷଣା କରାଯାଇଥିବା ବେଳେ ଶୁବମନ ଗିଲଙ୍କୁ କରାଯାଇଛି ଅଧିନାୟକ। ୨୫ ବର୍ଷୀୟ ଗିଲ ହୋଇଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟ ଟିମ୍‌ର ୩୭ତମ ଅଧିନାୟକ।

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଘୋଷଣା କରାଯାଇଥିବା ୧୮ ଜଣିଆ ସ୍କ୍ୱାଡ୍‌ରେ ବରିଷ୍ଠ ଫାଷ୍ଟ ବୋଲର ମହମ୍ମଦ ସାମିଙ୍କୁ ସାମିଲ କରାଯାଇନାହିଁ। ଆହତ ଜନିତ କାରଣରୁ ତାଙ୍କୁ ବାଦ୍ ଦିଆଯାଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇ ନଥିଲା।

ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି, ସେ (ଶାମି) ଏହି ଟେଷ୍ଟ ସିରିଜ୍ ପାଇଁ ଫିଟ୍ ହେବାକୁ ପ୍ରୟାସ କରିଛନ୍ତି। କିନ୍ତୁ ମୁଁ ଭାବୁ ନାହିଁ ସେ ଏବେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯଥେଷ୍ଟ ଫିଟ୍ ହୋଇଛନ୍ତି। ମୁଁ ଭାବୁ ନାହିଁ ଯେ ସେ ଯେତିକି ଫିଟ୍ ରହିବା କଥା ସେତିକି ଅଛନ୍ତି। ଡାକ୍ତରମାନଙ୍କ ପରାମର୍ଶକ୍ରମେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

Jasprit Bumrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe