Advertisment

ଟେଷ୍ଟରେ ଭାରତର ଟି-୨୦ ଷ୍ଟାଇଲ ବ୍ୟାଟିଂ, ୨୮୫/୯ରେ ପାଳି ଘୋଷଣା କଲା

ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟର ଅଢ଼େଇ ଦିନ ଧୋଇ ହୋଇଯିବାରୁ ଭାରତୀୟ ଟିମ ଆଜି ୪ର୍ଥ ଦିନରେ ବିଜୟ ପାଇଁ ବ୍ୟାକୁଳ ହୋଇ ଉଠିଛି।

author-image
Hemant Lenka
KL Rahul

KL Rahul

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପ୍ରଥମ ଇନିଂସରେ ଭାରତୀୟ ଟିମ ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିଛି। ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟର ଅଢ଼େଇ ଦିନ ଧୋଇ ହୋଇଯିବାରୁ ଭାରତୀୟ ଟିମ ଆଜି ୪ର୍ଥ ଦିନରେ ବିଜୟ ପାଇଁ ବ୍ୟାକୁଳ ହୋଇ ଉଠିଛି। ପ୍ରଥମେ ବାଂଲାଦେଶକୁ ୨୩୩ରେ ଅଲଆଉଟ କରିବା ପରେ ଭାରତ ଠିକ ଚା’ ବିରତୀ ପୂର୍ବରୁ ବ୍ୟାଟିଂ କରିବାକୁ ଆସିଥିଲା।

Advertisment

ଆରମ୍ଭରୁ ହିଁ ପ୍ରତିଟି ଖେଳାଳି ବଡ଼ବଡ଼ ଶଟ ଖେଳି ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ। ଯଶସ୍ୱୀ ଜୈସୱାଲ ୫୧ ବଲରେ ୭୨, ରୋହିତ ଶର୍ମା ୧୧ ବଲରେ ୨୩, ଶୁବମନ ଗିଲ ୩୬ ବଲରେ ୩୯, ଋଷଭ ପନ୍ତ ୧୧ ବଲରେ ୯, ବିରାଟ କୋହଲି ୩୫ ବଲରେ ୪୭, କେଏଲ ରାହୁଲ ୪୩ ବଲରେ ୬୮ ଓ ଶେଷ ଭାଗରେ ଆକାଶ ଦୀପ ୫ ବଲରେ ୧୨ ରନ କରିଛନ୍ତି।

ସବୁ ବ୍ୟାଟର ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିବାକୁ ଭାରତ ଦଳୀୟ ସ୍କୋରକୁ ୩୫ ଓଭର ସୁଦ୍ଧା ୨୮୫ରେ ପହଞ୍ଚାଇ ଦେଇଥିଲା। ଏହି ସମୟରେ ଦଳ ୯ଟି ୱିକେଟ ମଧ୍ୟ ହରାଇଥିଲା। ଦଳୀୟ ସ୍କୋର ୨୮୫/୯ ହୋଇଥିବା ବେଳେ ରୋହିତ ପ୍ରଥମ ଇନିଂସ ଘୋଷଣା କରିଛନ୍ତି। ଭାରତ ମାତ୍ର ୩୫ ଓଭର ବ୍ୟାଟିଂ କରି ୫୨ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିନେଇଛି।

Advertisment

ବାଂଲାଦେଶ ପକ୍ଷରୁ ସାକିବ ଅଲ ହାସନ ଓ ମେହିଦ ହାସନ ମିରାଜ ୪ଟି ଲେଖାଏ ୱିକେଟ ନେଇଛନ୍ତି। ଆଜି ମ୍ୟାଚ୍‌ର ୪ର୍ଥ ଦିନ ହୋଇଥିବାରୁ ଭାରତ ଯଥାଶୀଘ୍ର ବାଂଲାଦେଶର ଦ୍ୱିତୀୟ ଇନିଂସକୁ ଶେଷ କରି ମ୍ୟାଚ୍‌ ଜିତିବା ମୁଡରେ ରହିଛି।

KL Rahul Test Cricket Test Match