Advertisment

ପାକିସ୍ତାନରେ ଖେଳିଲେ, ଭାରତରେ ଖେଳିବାକୁ ମନା କଲେ

ନୂଆଦିଲ୍ଲୀ: ପାକିସ୍ତାନରେ ମାସ ମାସ ଧରି କ୍ରିକେଟ୍ ଖେଳିଲେ। ହେଲେ ଭାରତରେ ଖେଳିବାକୁ ମନା କରିଦେଲେ। ଇଂଲଣ୍ଡର ଷ୍ଟାର୍ ଓପନିଂ ବ୍ୟାଟର୍ ଜେସନ୍ ରୟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୫ଶ ସଂସ୍କରଣରୁ ହଟି ଯାଇଛନ୍ତି। ଆଇପିଏଲ୍ ଆରମ୍ଭ ହେବାକୁ ଆଉ ମାସେରୁ କମ୍ ଥିବା ବେଳେ ରୟ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏଥର ଆଇପିଏଲରେ ନୂଆ ଫ୍ରାଞ୍ଚାଇଜି ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ରୟଙ୍କ ନଖେଳିବା ନିଷ୍ପତ୍ତି ଗୁଜରାଟ ଟାଇଟନ୍ସକୁ […]

ପାକିସ୍ତାନରେ ଖେଳିଲେ, ଭାରତରେ ଖେଳିବାକୁ ମନା କଲେ

jason-roy

Advertisment

ନୂଆଦିଲ୍ଲୀ: ପାକିସ୍ତାନରେ ମାସ ମାସ ଧରି କ୍ରିକେଟ୍ ଖେଳିଲେ। ହେଲେ ଭାରତରେ ଖେଳିବାକୁ ମନା କରିଦେଲେ। ଇଂଲଣ୍ଡର ଷ୍ଟାର୍ ଓପନିଂ ବ୍ୟାଟର୍ ଜେସନ୍ ରୟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୫ଶ ସଂସ୍କରଣରୁ ହଟି ଯାଇଛନ୍ତି। ଆଇପିଏଲ୍ ଆରମ୍ଭ ହେବାକୁ ଆଉ ମାସେରୁ କମ୍ ଥିବା ବେଳେ ରୟ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏଥର ଆଇପିଏଲରେ ନୂଆ ଫ୍ରାଞ୍ଚାଇଜି ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ରୟଙ୍କ ନଖେଳିବା ନିଷ୍ପତ୍ତି ଗୁଜରାଟ ଟାଇଟନ୍ସକୁ ବଡ଼ ଝଟକା ଦେଇଛି।

Advertisment

ଆଇପିଏଲରୁ ହଟିବା ନେଇ ରୟ ଏକ ଚିଠି ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଚଳିତ ସଂସ୍କରଣରେ ମୁଁ ନଖେଳିବାକୁ ନିଷ୍ପତ୍ତି ନେଇଛି। ମୁଁ ଟିମ୍ ମ୍ୟାନେଜମେଣ୍ଟ ଏବଂ ହାର୍ଦ୍ଦିକଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଆଇପିଏଲ୍ ଅକ୍ସନରେ ମୋ ଉପରେ ଭରସା ଦେଖାଇଛନ୍ତି। ଗତ ତିନି ବର୍ଷ ଧରି ସମଗ୍ର ବିଶ୍ୱରେ ଯାହା କିଛି ଘଟୁଛି, ତାହା ମୋ ଉପରେ ବହୁତ ପ୍ରଭାବ ପକାଇଛି।

https://twitter.com/JasonRoy20/status/1498579545867407361?s=20&t=fueUtdbVf3iaD9Pn4-VaKQ

Advertisment

ରୟ ଆହୁରି କହିଛନ୍ତି, ପରିବାର ସହ ସମୟ ବିତାଇବାର ଏହା ଉପଯୁକ୍ତ ସମୟ। କାରଣ ଆଗାମୀ ଦୁଇ ମାସ ମୋର ବ୍ୟସ୍ତବହୁଳ ସିଡ୍ୟୁଲ୍ ରହିଛି। ମୁଁ ଗୁଜରାଟର ସବୁ ମ୍ୟାଚ୍ ଦେଖିବି ଏବଂ ସପୋର୍ଟ ମଧ୍ୟ କରିବି, ଯାହାଦ୍ୱାରା ଟିମ୍ ସିଜନରେ ଟ୍ରଫି ଜିତିପାରିବ। ମୋର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।

ସୂଚନାଯୋଗ୍ୟ, ଜେସନ୍ ରୟଙ୍କୁ ଗୁଜରାଟ ଟାଇଟନ୍ସ ୨ କୋଟି ଟଙ୍କାରେ କିଣିଥିଲା, ଯାହା ତାଙ୍କର ବେସ୍ ପ୍ରାଇସ୍ ଥିଲା। ଏବେ ରୟଙ୍କ ସ୍ଥାନରେ ଟିମକୁ ଏକ ଓପ୍ନରଙ୍କ ଆବଶ୍ୟକ ହେଉଛି। ରୟ ଏହା ପୂର୍ବରୁ ପାକିସ୍ତାନରେ ପିଏସଏଲ୍ ଖେଳିଥିଲେ। ସେ ପିଏସଏଲରେ କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରୁ ୬ ମ୍ୟାଚ୍ ଖେଳି ୫୦.୫୦ ହାରରେ ୩୦୩ ରନ୍ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe