Advertisment

ବୁମ୍ରାଙ୍କୁ କ୍ୟାରିୟରର ଶ୍ରେଷ୍ଠ ରେଟିଂ, ବୋଲାଣ୍ଡଙ୍କୁ ଐତିହାସିକ ସଫଳତା

ବର୍ଡର-ଗାଭାସ୍କର ଟ୍ରଫିରେ ବୁମ୍ରା ଦମଦାର ପ୍ରଦର୍ଶନ କରିଥିଲେ ହେଁ ଭାରତ ୧-୩ରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି। ସେହିପରି ଦଳର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ସ୍ୱପ୍ନ ମଧ୍ୟ ଚୂରମାର ହୋଇଯାଇଛି।

Jasprit

Jasprit

Advertisment

ଆଇସିସି ପୁରୁଷ ଟେଷ୍ଟ ଖେଳାଳି ରାଙ୍କିଙ୍ଗ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ମିଶ୍ରିତ ଉତ୍ସାହ ଆଣିଛି। ଭାରତୀୟ ଟିମର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା କ୍ୟାରିୟରର ଶ୍ରେଷ୍ଠ ରେଟିଂ ୯୦୮ ପଏଣ୍ଟ ସହ ରାଙ୍କିଙ୍ଗର ୧ନଂ ସ୍ଥାନରେ ନିଜର ସ୍ଥାନକୁ ମଜବୁତ କରିଛନ୍ତି।

Advertisment

ବର୍ଡର-ଗାଭାସ୍କର ଟ୍ରଫିରେ ବୁମ୍ରା ଦମଦାର ପ୍ରଦର୍ଶନ କରିଥିଲେ ହେଁ ଭାରତ ୧-୩ରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି। ସେହିପରି ଦଳର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ସ୍ୱପ୍ନ ମଧ୍ୟ ଚୂରମାର ହୋଇଯାଇଛି।

୫ ଟେଷ୍ଟ ପୂର୍ବରୁ ବୁମ୍ରାଙ୍କ ରେଟିଂ ପଏଣ୍ଟ ୯୦୭ ରହିଥିଲା। ୫ମ ଟେଷ୍ଟର ପ୍ରଥମ ଇନିଂସରେ ସେ ୨ଟି ୱିକେଟ ନେବାରୁ ତାଙ୍କ ରେଟିଂ ୯୦୮ ପଏଣ୍ଟରେ ପହଞ୍ଚିଥିଲା। ତେବେ ଆହତ ସମସ୍ୟା ଯୋଗୁ ସେ ୫ମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବୋଲିଂ କରିପାରି ନଥିଲେ।

Advertisment

ବୁମ୍ରା ୧ନଂ ସ୍ଥାନରେ ସ୍ଥିର ରହିଥିବା ବେଳେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କୁ ଐତିହାସିକ ସଫଳତା ମିଳିଛି। ସେ ଭାରତ ବିପକ୍ଷ ୫ମ ଟେଷ୍ଟରେ ୧୦ ୱିକେଟ ଦଖଲ କରିବାରୁ ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ସେ ପ୍ରଥମ ଇନିଂସରେ ୪ଟି ଓ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ନେଇଥିଲେ।

ବୋଲାଣ୍ଡ ଏକାଥରେ ୨୯ଟି ସ୍ଥାନ ଉପରକୁ ଉଠି ୧୦ନଂରେ ପହଞ୍ଚିଛନ୍ତି। ପାଟ କମିନ୍ସ ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ ପାକିସ୍ତାନ ବିପକ୍ଷରେ ୬ ୱିକେଟ ନେଇଥିବା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ତୃତୀୟ ସ୍ଥାନ ଦଖଲ କରିଛନ୍ତି।

ଅନ୍ୟପକ୍ଷରେ ବ୍ୟାଟିଂ ରାଙ୍କିଙ୍ଗ ଦେଖିଲେ, ଭାରତର ଋଷଭ ପନ୍ତ ୩ଟି ସ୍ଥାନ ଉପରକୁ ଉଠି ୯ନଂରେ ପହଞ୍ଚିଛନ୍ତି।

Jasprit Bumrah ICC Ranking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe