ଭାରତ ପାଇଁ ରେକର୍ଡ କଲେ ଯଶପ୍ରୀତ ବୁମ୍ରା

ବୁମ୍ରା ୬୭୮୧ଟି ବଲ ବୋଲିଂ କରି ୧୫୦ଟି ୱିକେଟ ନେଇଥିବା ବେଳେ ତାଙ୍କ ପଛକୁ ଉମେଶ ଯାଦବ(୭୬୬୧ ବଲ), ମହମ୍ମଦ ଶାମି(୭୭୫୫ ବଲ), କପିଲ ଦେବ(୮୩୭୮ ବଲ) ଓ ଅଶ୍ୱିନ(୮୩୮୦ ବଲ) ରହିଛନ୍ତି।

Jasprit Bumrah

ୱିକେଟ ଦଖଲ ପରେ ଯଶପ୍ରୀତ ବୁମ୍ରା

Hemant Lenka
  • Published: Saturday, 03 February 2024
  • Updated: 03 February 2024, 05:20 PM IST

Sports

Latest News

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରେକର୍ଡ କରିଛନ୍ତି ଯଶପ୍ରୀତ ବୁମ୍ରା। ସେ ଏକାକୀ ୬ ୱିକେଟ ନେଇ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୫୩ ରନରେ ଅଟକାଇ ଦେଇଛନ୍ତି। ଭାରତ ତା’ର ପ୍ରଥମ ଇନିଂସରେ ୩୯୬ ରନ କରିଥିଲା। ତେଣୁ ଦଳକୁ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୧୪୩ ରନର ଲିଡ୍‌ ମିଳିଛି।

ତେବେ ବୁମ୍ରା ମଧ୍ୟ ଆଜି ୬ ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି। ସେ ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୫୦ତମ ୱିକେଟ ହାସଲ କରିଛନ୍ତି। ବୁମ୍ରା ଭାରତର ପ୍ରଥମ ପେସ୍‌ ବୋଲର ଯିଏ ସବୁଠାରୁ କମ ମ୍ୟାଚ୍‌ ଓ ବଲରେ ଟେଷ୍ଟ କ୍ରିକେଟରେ ୧୫୦ତମ ୱିକେଟ ପୂରଣ କରିଛନ୍ତି। ଏବେ ବୁମ୍ରାଙ୍କ ୱିକେଟ ସଂଖ୍ୟର ୧୫୧ ରହିଛି।

Also Read

ଆଜି ସେ ବେନ ଷ୍ଟୋକ୍ସଙ୍କୁ ଆଉଟ କରି ୧୫୦ତମ ୱିକେଟ ହାସଲ କରିଥିଲେ। ଏହାପରେ ଜେମ୍ସ ଆଣ୍ଡରସନଙ୍କ ୱିକେଟ ମଧ୍ୟ ବୁମ୍ରା ନେଇଥିଲେ। ବୁମ୍ରା ନିଜର ୩୪ତମ ଟେଷ୍ଟରେ ୧୫୦ ୱିକେଟର ମାଇଲଖୁଣ୍ଟ ପାର କରିଛନ୍ତି। ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲା। ସେ ୩୯ଟି ମ୍ୟାଚ୍‌ରେ ୧୫୦ଟି ୱିକେଟ ନେଇଥିଲେ। 

ତେବେ ଭାରତ ପାଇଁ ଦ୍ରୁତତମ ୧୫୦ଟି ୱିକେଟ ନେବା ତାଲିକା(ଉଭୟ ପେସ ଓ ସ୍ପିନ)ର ୧ନଂ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି। ସେ ୨୯ଟି ମ୍ୟାଚ୍‌ରେ ଏପରି କୀର୍ତ୍ତିମାନ ହାସଲ କରିଥିବା ବେଳେ ତାଙ୍କ ପଛକୁ ରବୀନ୍ଦ୍ର ଜେଡାଜା ୩୨ଟି ମ୍ୟାଚ୍‌, ଯଶପ୍ରୀତ ବୁମ୍ରା ୩୪ଟି ମ୍ୟାଚ୍‌, ଅନୀଲ କୁମ୍ବଲେ ୩୪ଟି ମ୍ୟାଚ୍‌ ଓ ଇ ପ୍ରସନ୍ନା ୩୪ଟି ମ୍ୟାଚ୍‌ ରହିଛନ୍ତି।

ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ବୋଲିଂ ଆରମ୍ଭ କରିଥିବା ବୁମ୍ରା ନିଜର ପ୍ରଥମ ସ୍ପେଲରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। କିନ୍ତୁ ଲଞ୍ଚ ପରେ ସେ କମାଲ କରି ଇଂଲଣ୍ଡର ୬ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଟେଷ୍ଟ କ୍ରିକେଟରେ ବୁମ୍ରାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୱେଷ୍ଟଇଣ୍ଡିଜରେ ଦେଖିବାକୁ ମିଳିଥିଲା। କିଙ୍ଗଷ୍ଟନରେ ସେ ୨୭ ରନ ଦେଇ ୬ ୱିକେଟ ଦଖଲ କରିଥିଲେ। ଏଥିରେ ହ୍ୟାଟ୍ରିକ ମଧ୍ୟ ରହିଥିଲା।

ଆଜି ମଧ୍ୟ ବୁମ୍ରା ୬ ୱିକେଟ ଦଖଲ କରିଛନ୍ତି। କିନ୍ତୁ ତାଙ୍କ ବଲରୁ ଇଂଲଣ୍ଡ ୪୫ ରନ ଆଦାୟ କରଛି। ବୁମ୍ରା ଭାରତର ପ୍ରଥମ ବୋଲର ଯିଏ ୧୫୦ଟି ୱିକେଟ ନେବାକୁ ସବୁଠାରୁ କମ ବଲର ପକାଇଛନ୍ତି।

ଏହାବାଦ ୧୫୦ ୱିକେଟ ନେବାରେ ବୁମ୍ରା ଏସିଆ ମହାଦେଶରେ ଦ୍ୱିତୀୟ ଦ୍ରୁତତମ ବୋଲର ହୋଇଛନ୍ତି। ତାଙ୍କ ଉପରେ କେବଳ ପାକିସ୍ତାନର ୱାକର ୟୁନିସ ରହିଛନ୍ତି। ୱାକର ୟୁନିସ ୨୭ଟି ମ୍ୟାଚ୍‌ରେ ୧୫୦ଟି ୱିକେଟ ନେଇଥିଲେ। ବୁମ୍ରା ୩୪ଟ ମ୍ୟାଚ୍‌, ଇମ୍ରାନ ଖାନ ୩୭ଟି ମ୍ୟାଚ ଓ ଶୋଏବ ଅଖତର ୩୭ଟି ମ୍ୟାଚ୍‌ରେ ନିଜ ନିଜର ଟେଷ୍ଟ କ୍ୟାରିୟରରେ ୧୫୦ ୱିକେଟ ନେବାର ରେକର୍ଡ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story