/odisha-reporter/media/post_attachments/uploadimage/library/16_9/16_9_0/Jasprit_1736420686.jpg)
Jasprit
ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ଫିଟନେସକୁ ନେଇ ଚର୍ଚ୍ଚା ଲାଗି ରହିଛି। ପିଠିରେ ଯନ୍ତ୍ରଣା ଯୋଗୁ ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ବୋଲିଂ କରିପାରି ନଥିଲେ। ମ୍ୟାଚ୍ ବେଳେ ବୁମ୍ରା ଅସହଜ ଅନୁଭବ କରିବାରୁ ସ୍କାନ ପାଇଁ ହସ୍ପିଟାଲ ବି ଯାଇଥିଲେ। ତାଙ୍କ ଆହତ ସମସ୍ୟା କେତେ ଗୁରୁତର, ସେବିଷୟରେ ବିସିସିଆଇ ଏଯାଏ କୌଣସି ଅପଡେଟ ଦେଇନାହିଁ।
କିନ୍ତୁ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବୁମ୍ରା ନିଜର ଆହତ ସମସ୍ୟା ସମ୍ପର୍କରେ ନ୍ୟୁଜିଲ୍ୟାଣ୍ଡର ଅର୍ଥୋପେଡିକ ସର୍ଜନ ଡାକ୍ତର ରୋୱାନା ସ୍କଟନଙ୍କ ସହ କଥା ହୋଇଛନ୍ତି। ସର୍ଜନ ଜଣଙ୍କ ବିସିଆଇର ମେଡିକାଲ ଟିମ ଓ ଚୟନକର୍ତ୍ତାଙ୍କ ଯୋଗାଯୋଗରେ ରହିଛନ୍ତି। ସେ ବୁମ୍ରାଙ୍କ ଆହତ କେତେ ଗୁରୁତର ସେସମ୍ପର୍କରେ ଅବଗତ କରାଇବେ। ସେହିପରି ସେ ଚାମ୍ପିୟନ୍ସ ଟ୍ରଫି ଖେଳିବେ କି ନାହିଁ, ସେକଥା ମଧ୍ୟ ସର୍ଜନ ଜଣଙ୍କ ସ୍ପଷ୍ଟ କରିବେ।
ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେବାକୁ ଥିବା ୧୫ ଜଣିଆ ସ୍କ୍ୱାଡରେ ବୁମ୍ରାଙ୍କ ନାଁ ରହିବ। କିନ୍ତୁ ସେ ବୋଲିଂ କରିବା ବେଳେ ଯଦି କୌଣସି ଯନ୍ତ୍ରଣା ଅନୁଭବ ନ କରିବେ, ତା’ହେଲେ ସେ ମ୍ୟାଚ୍ ଖେଳିବାକୁ ସକ୍ଷମ ହେବ। ନଚେତ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
