Advertisment

ICC Ranking: ଐତିହାସିକ ରେକର୍ଡ କଲେ ବୁମ୍ରା, ଅଶ୍ୱିନଙ୍କ ସମକକ୍ଷ ହେଲେ

ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଅଶ୍ୱିନ ୨୦୧୬ ଡିସେମ୍ବର ମାସରେ ରେକର୍ଡ ୯୦୪ ରେଟିଂ ପଏଣ୍ଟ ହାସଲ କରିଥିଲେ। ଆଜି ବୁମ୍ରା ଏହି ରେକର୍ଡର ସମକକ୍ଷ ହୋଇଛନ୍ତି।

author-image
Hemant Lenka
Bumrah

Bumrah

ଟିମ ଇଣ୍ଡିଆର ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ବୋଲିଂ ରାଙ୍କିର ୧ନଂ ସ୍ଥାନରେ ସ୍ଥିର ରହିଛନ୍ତି। ତେବେ ୧ନଂ ସ୍ଥାନରେ ରହି ସେ ଐତିହାସିକ ରେକର୍ଡର ଅଧିକାରୀ ହୋଇଛନ୍ତି। ବେଶ କିଛି ସପ୍ତାହ ଧରି ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବା ବୁମ୍ରା ଏବେ ଉକ୍ତ ସ୍ଥାନରେ ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିଛନ୍ତି।

Advertisment

୨୦୨୪ରେ ସର୍ବାଧିକ ୱିକେଟ(୬୨) ଦଖଲ କରିଥିବା ବୁମ୍ରାଙ୍କ ରେଟିଂ ପଏଣ୍ଟ ଚଳିତ ସପ୍ତାହରେ ୯୦୪ରେ ପହଞ୍ଚି ଯାଇଛି। ଏହି ରେକର୍ଡ ପଏଣ୍ଟ ସହ ବୁମ୍ରା କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଆଇସିସିରେ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ବୁମ୍ରା ଓ ଅଶ୍ୱିନଙ୍କ ତୁଳନାରେ କେବେ ହେଲେ ବି କୌଣସି ଭାରତୀୟ ବୋଲର ଏତେ ରେଟିଂ ପଏଣ୍ଟ ହାସଲ କରିପାରି ନାହାନ୍ତି।

ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଅଶ୍ୱିନ ୨୦୧୬ ଡିସେମ୍ବର ମାସରେ ରେକର୍ଡ ୯୦୪ ରେଟିଂ ପଏଣ୍ଟ ହାସଲ କରିଥିଲେ। ଆଜି ବୁମ୍ରା ଏହି ରେକର୍ଡର ସମକକ୍ଷ ହୋଇଛନ୍ତି।

Advertisment

ବୁମ୍ରା ଓ ଅଶ୍ୱିନଙ୍କ ବ୍ୟତୀତ ‌ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ସର୍ବାଧିକ ରେଟିଂ ପଏଣ୍ଟ ପାଇଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା(୮୯୯), କପିଲ ଦେବ(୮୭୭) ଓ ଅନୀଲ କୁମ୍ବଲେ(୮୫୯) ରହିଛନ୍ତି।

ଆଜି ଆଇସିସି ଜାରି କରିଥିବା ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ବୁମ୍ରା ରହିଥିବା ବେଳେ ଦ୍ୱିତୀୟରେ ଦ୍ୱିତୀୟରେ କାଗିସୋ ରବାଡା, ତୃତୀୟରେ ଜୋଶ ହାଜେଲଉଡ, ୪ର୍ଥରେ ପାଟ କମିନ୍ସ ଓ ୫ମରେ ରବି ଅଶ୍ୱିନ ରହିଛନ୍ତି। ରବୀନ୍ଦ୍ର ଜାଡେଜା ୪ଟି ସ୍ଥାନ ତଳକୁ ଖସି ୧୦ନଂରେ ପହଞ୍ଚି ଯାଇଛନ୍ତି।

ଅନ୍ୟପକ୍ଷରେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ଜୋ ରୁଟ ରହିଛନ୍ତି। ଭାରତ ବିପକ୍ଷରେ ଦମଦାର ଇନିଂସ ଖେଳିଥିବା ଟ୍ରାଭିସ ହେଡ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ୪ର୍ଥରେ ପହଞ୍ଚିଥିବା ବେଳେ ଯଶସ୍ୱୀ ଜୈସୱାଲ ୫ମକୁ ଖସିଛନ୍ତି। ଟପ୍‌ ୧୦ରେ ଥିବା ଋଷଭ ପନ୍ତ ୧୨ ନଂରେ ପହଞ୍ଚିଛନ୍ତି। ଷ୍ଟିଭ ସ୍ମିଥ ଗୋଟିଏ ସ୍ଥାନ ଉପରକୁ ଉଠି ୧୧ନମ୍ବର ସ୍ଥାନ ଦଖଲ କରିଛନ୍ତି।

Jasprit Bumrah Test Cricket Test Match ICC Ranking