Advertisment

ପତ୍ନୀଙ୍କୁ ଇଣ୍ଟରଭ୍ୟୁ ଦେଇ ବୁମ୍ରା କହିଲେ କ୍ୟାମେରାକୁ ଦେଖିବି ନା ତମକୁ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଶୁକ୍ରବାରଠାରୁ ସାଉଥାମ୍ପଟନରେ ଏହି ଟାଇଟଲ୍ ଲଢ଼େଇ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୧୭ ମ୍ୟାଚ୍ ଖେଳି ୧୨ଟିରେ ବିଜୟୀ ହୋଇଛି। ଏହାରି ଭିତରେ ଭାରତ ମାତ୍ର ଗୋଟିଏ ସିରିଜ୍ ହାରିଛି। ଫାଇନାଲ୍‌ ପାଇଁ ଭାରତୀୟ ଖେଳାଳିମାନେ ଜୋରଦାର ପ୍ରସ୍ତୁତି କରିଛନ୍ତି। ଫାଇନାଲ୍ ପୂର୍ବରୁ ଉଭୟ ଦଳର ଖେଳାଳିମାନେ ଇଣ୍ଟରଭ୍ୟୁ ଦେଉଛନ୍ତି। ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପତ୍ନୀଙ୍କୁ ଇଣ୍ଟରଭ୍ୟୁ ଦେଇ ବୁମ୍ରା କହିଲେ କ୍ୟାମେରାକୁ ଦେଖିବି ନା ତମକୁ

jasprit-bumrah-and-sanjana-

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଶୁକ୍ରବାରଠାରୁ ସାଉଥାମ୍ପଟନରେ ଏହି ଟାଇଟଲ୍ ଲଢ଼େଇ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୧୭ ମ୍ୟାଚ୍ ଖେଳି ୧୨ଟିରେ ବିଜୟୀ ହୋଇଛି। ଏହାରି ଭିତରେ ଭାରତ ମାତ୍ର ଗୋଟିଏ ସିରିଜ୍ ହାରିଛି। ଫାଇନାଲ୍‌ ପାଇଁ ଭାରତୀୟ ଖେଳାଳିମାନେ ଜୋରଦାର ପ୍ରସ୍ତୁତି କରିଛନ୍ତି। ଫାଇନାଲ୍ ପୂର୍ବରୁ ଉଭୟ ଦଳର ଖେଳାଳିମାନେ ଇଣ୍ଟରଭ୍ୟୁ ଦେଉଛନ୍ତି। ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ନିଜର ଇଣ୍ଟରଭ୍ୟୁ ଦେଇଛନ୍ତି।

Advertisment

ବୁମ୍ରା ନିଜର ଏହି ଇଣ୍ଟରଭ୍ୟୁ ଆଉ କାହାକୁ ନୁହେଁ ବରଂ ନିଜ ପତ୍ନୀ ସଞ୍ଜନା ଗଣେଶନଙ୍କୁ ଦେଇଛନ୍ତି। ସ୍ପୋର୍ଟସ୍ ପ୍ରେଜେଣ୍ଟେଟର୍ ସଞ୍ଜନା ଗଣେଶନଙ୍କ ସହ ବୁମ୍ରାଙ୍କ ବିବାହ ପରେ ଏହା ପ୍ରଥମ ଇଣ୍ଟରଭ୍ୟୁ ଥିଲା। ଇଣ୍ଟରଭ୍ୟୁ ଦେବା ପାଇଁ ବୁମ୍ରା ପତ୍ନୀ ସଞ୍ଜନାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ। ଏହାରି ଭିତରେ ଦୁହେଁ ଲଗାତର ହସୁଥିବା ଦେଖିବାକୁ ମିଳିଛି। ଯେତେବେଳେ ସଞ୍ଜନା ବୁମ୍ରାଙ୍କୁ ସ୍ୱାଗତ କଲେ ଏବଂ କହିଲେ ଯେ ଆପଣଙ୍କୁ ଦେଖି ଭଲ ଲାଗିଲା। ଜବାବରେ ବୁମ୍ରା ମଧ୍ୟ ନିଜ ପତ୍ନୀଙ୍କୁ କହିଲେ ଯେ ମୁଁ ବି ଆପଣଙ୍କୁ ପୂର୍ବରୁ ଦେଖିଛି। ଏହା ଉପରେ ସଞ୍ଜନା କହିଲେ, ମୁଁ ଏହି ଆଖପାଖରେ ଅଛି।

https://twitter.com/mipaltan/status/1405390125350068224?s=20

ଯେତେବେଳେ ସଞ୍ଜନା ତାଙ୍କୁ ପଚାରିଲେ ଯେ ଆପଣ କେମିତି ଅନୁଭୂତ କରୁଛନ୍ତି। ଜବାବରେ ବୁମ୍ରା କହିଲେ ଆପଣ ଭଲଭାବେ ଜାଣନ୍ତି ଯେ ମୁଁ କିପରି ଅନୁଭୂତ କରୁଛି। ଏହା ପରେ ସଞ୍ଜନା ତାଙ୍କୁ କ’ଣ ପ୍ରଶ୍ନ କରିବେ ସେ କଥା କହୁଛନ୍ତି। ଏହା ପରେ ବୁମ୍ରା ମଜାକିଆ ଢଙ୍ଗରେ ନିଜ ପତ୍ନୀଙ୍କୁ ପଚାରୁଛନ୍ତି ଯେ ମୁଁ କ୍ୟାମେରାକୁ ଦେଖିବି ନା ତୁମ ଆଡ଼କୁ ଦେଖିବି। ଯେତେବେଳେ ସଞ୍ଜନା କହିଲେ କ୍ୟାମେରାକୁ ଦେଖିବାକୁ ପଡ଼ିବ, ବୁମ୍ରା କହିଲେ ଯେ ଚେଷ୍ଟା କରିବି।

Advertisment

ଏହା ପରେ ଦୁହେଁ ଖୁବ୍ ହସିଲେ। ଏହି ଇଣ୍ଟରଭ୍ୟୁ ବେଳେ ବୁମ୍ରା ଲଗାତର ହସୁଥିଲେ। ଏହା ପରେ ଇଣ୍ଟରଭ୍ୟୁ ଆରମ୍ଭ ହେଲା ଏବଂ ବୁମ୍ରା ନିଜ ଇନଷ୍ଟାଗ୍ରାମରେ ଶେଆର୍ ଫଟୋ କଥା କହିବା ଆରମ୍ଭ କଲେ। ଇନଷ୍ଟାଗ୍ରାମରେ ଶେଆର୍ ଏହି ଫଟୋରେ ବୁମ୍ରା ନିଜ ପିଲାଦିନର ଫଟୋ କଥା କହୁଛନ୍ତି। ଏହି ଇଣ୍ଟରଭ୍ୟୁରେ ସଞ୍ଜନା ଆହୁରି ମଜାକିଆ ଫଟୋ ଦେଖାଇ ବୁମ୍ରାଙ୍କୁ ଅନେକ ପ୍ରଶ୍ନ କରିଥିଲେ। ବୁମ୍ରା ମଧ୍ୟ ଜବରଦସ୍ତ ଅନ୍ଦାଜରେ ଜବାବ ରଖିଛନ୍ତି।

Indian Cricket Team Jasprit Bumrah