Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ, ବୁମ୍ରା ଉପ ଅଧିନାୟକ

ବିସିସିଆଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ଉପ ଅଧିନାୟକ ନାଁ ଘୋଷଣା କରିଛି। ଯଶପ୍ରୀତ ବୁମ୍ରା ନ୍ୟୁଜିଲ୍ୟାଣ୍ତ ବିପକ୍ଷ ସିରିଜରେ ଅଧିନାୟକ ରୋହିତ ଶର୍ମାଙ୍କ ଡେପୁଟି ଭାବେ କାମ କରିବେ।

ଅଦ୍ୟତନ ହୋଇଛି
Jasprit Bumrah

Jasprit Bumrah

Advertisment

ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଆଜି ଭାରତୀୟ ସ୍କ୍ୱାଡ ଘୋଷଣା କରାଯାଇଛି। ନ୍ୟୁଜିଲ୍ୟାଣ୍ଡ ଟିମ ଭାରତ ଗସ୍ତରେ ଆସି ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜରେ ସ୍ଥାନ ପାଇଥିବା ୧୬ ଜଣଙ୍କ ମଧ୍ୟରୁ ଜଣ ଖେଳାଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ସ୍ଥାନ ପାଇଛନ୍ତି। କେବଳ ୟାଶ ଦୟାଲଙ୍କୁ ୧୫ ଜଣିଆ ସ୍କ୍ୱାଡରୁ ବାଦ ଦିଆଯାଇଛି। ଭାରତ ୨-୦ରେ ବାଂଲାଦେଶକୁ ଟେଷ୍ଟ ସିରିଜରେ ହରାଇଥିଲା। 

Advertisment

ବିସିସିଆଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ଉପ ଅଧିନାୟକ ନାଁ ଘୋଷଣା କରିଛି। ଯଶପ୍ରୀତ ବୁମ୍ରା ନ୍ୟୁଜିଲ୍ୟାଣ୍ତ ବିପକ୍ଷ ସିରିଜରେ ଅଧିନାୟକ ରୋହିତ ଶର୍ମାଙ୍କ ଡେପୁଟି ଭାବେ କାମ କରିବେ।

ସେହିପରି ୪ ଜଣ ଖେଳାଳିଙ୍କୁ ସିରିଜ ପାଇଁ ସଂରକ୍ଷିତ ଖେଳାଳି ଭାବେ ରଖାଯାଇଛି। ସେମାନେ ଦଳ ସହ ଗସ୍ତ କରିବେ। ୪ ଖେଳାଳି ହେଲେ ହର୍ଷିତ ରାଣା, ମୟଙ୍କ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ନୀତୀଶ କୁମାର ରେଡ୍ଡୀ। ସ୍କ୍ୱାଡରେ ଥିବା ୧୫ ଖେଳାଳିଙ୍କ ମଧ୍ୟରୁ ଯଦି କେହି ଆହତ କିମ୍ବା ଅନ୍ୟ କୌଣସି ପାଇଁ ଉପଲବ୍ଧ ନ ରୁହନ୍ତି, ତା’ହେଲେ ୪ ସଂରକ୍ଷିତ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ସ୍କ୍ୱାଡରେ ସାମିଲ କରାଯିବ।

Advertisment

ଦଳର କମାଣ ପୂର୍ବ ଭଳି ରୋହିତ ଶର୍ମା ସମ୍ଭାଳିବେ। ୱିକେଟ କିପର ଭାବେ ଋଷଭ ପନ୍ତଙ୍କ ସହ ଧ୍ରୁବ ଜୁରେଲ ରହିଛନ୍ତି। ବାଂଲାଦେଶ ବିପକ୍ଷରେ ଗୋଟିଏ ହେଲେ ମ୍ୟାଚ ଖେଳିବାର ସୁଯୋଗ ପାଇ ନଥିବା ସର୍ଫରାଜ ଖାନ ମଧ୍ୟ ସ୍କ୍ୱାଡରେ ରହିଛନ୍ତି।

ତେବେ ୟାଶ ଦୟାଲଙ୍କୁ ଏଥର ସ୍କ୍ୱାଡ କିମ୍ବା ସଂରକ୍ଷିତ ଖେଳାଳି ଭାବେ ନିଆଯାଇ ନାହିଁ। ସେ ବାଂଲାଦେଶ ବିପକ୍ଷ ସ୍କ୍ୱାଡରେ ରହିଥିଲେ ହେଁ ଗୋଟିଏ ହେଲେ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନଥିଲେ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମ୍ରା(ଉପ ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ୍ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ର ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଆକାଶ ଦୀପ।

ସଂରକ୍ଷିତ ଖେଳାଳି: ହର୍ଷିତ ରାଣା, ମୟଙ୍କ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ନୀତୀଶ କୁମାର ରେଡ୍ଡୀ

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ୧୬ରୁ ଆରମ୍ଭ ହେଉଥିବା ବେଳେ ଦ୍ୱିତୀୟ ଟେଷ୍ଟ ୨୪ ତାରିଖରୁ ପୁଣେରେ ଓ ଶେଷ ଟେଷ୍ଟ ୧ ନମ୍ବେଭରରୁ ମୁମ୍ବାଇରେ ଖେଳାଯିବ।

Jasprit Bumrah Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe