ରେକର୍ଡ ବୁକ୍‌ରେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା

ଲଣ୍ଡନ: ଇଂଲଣ୍ଡକୁ ୪ର୍ଥ ଟେଷ୍ଟରେ ପରାସ୍ତ କରି ଟିମ୍‌ ଇଣ୍ଡିଆ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୧୯୭୧ ପରେ ଓଭାଲରେ ଭାରତର ଏହା ପ୍ରଥମ ବିଜୟ। ୧୯୭୧ ପରଠାରୁ ଓଭାଲରେ ଭାରତ କେବେ ହେଲେ ଜିତି ନଥିଲା। ହେଲେ ଆଜି ବିରାଟ ବାହିନୀ ଇଂଲଣ୍ଡକୁ ୧୫୭ ରନ୍‌ରେ ହରାଇ ଇତିହାସ ସୃଷ୍ଟି କରିଛି। ଏଥିସହ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ହୋଇ ଯାଇଛି। ଭାରତର ଏହି ବିଜୟର ଦୁଇ ପ୍ରମୁଖ ନାୟକ ହେଲେ […]

Jaddu

Jaddu

Hemant Lenka
  • Published: Monday, 06 September 2021
  • Updated: 06 September 2021, 09:37 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡକୁ ୪ର୍ଥ ଟେଷ୍ଟରେ ପରାସ୍ତ କରି ଟିମ୍‌ ଇଣ୍ଡିଆ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୧୯୭୧ ପରେ ଓଭାଲରେ ଭାରତର ଏହା ପ୍ରଥମ ବିଜୟ। ୧୯୭୧ ପରଠାରୁ ଓଭାଲରେ ଭାରତ କେବେ ହେଲେ ଜିତି ନଥିଲା। ହେଲେ ଆଜି ବିରାଟ ବାହିନୀ ଇଂଲଣ୍ଡକୁ ୧୫୭ ରନ୍‌ରେ ହରାଇ ଇତିହାସ ସୃଷ୍ଟି କରିଛି। ଏଥିସହ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ହୋଇ ଯାଇଛି।

ଭାରତର ଏହି ବିଜୟର ଦୁଇ ପ୍ରମୁଖ ନାୟକ ହେଲେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା। ଉଭୟ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍‌ରେ ଦୁଇଟି ଲେଖାଏ ୱିକେଟ ଦଖଲ କରି ରେକର୍ଡ ବୁକ୍‌ରେ ନିଜ ନାଁ ଲେଖାଇଛନ୍ତି। ବୁମ୍ରା ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ସବୁଠାରୁ କମ ମ୍ୟାଚ୍‌ରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ୱିକେଟ ପୂରଣ କରିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ସବୁଠାରୁ କମ ମ୍ୟାଚ୍‌ରେ ୧୦୦ ୱିକେଟ ଦଖଲ କରିବାର ୧ନଂ ସ୍ଥାନରେ କିମ୍ବଦନ୍ତୀ ପେସ୍‌ ବୋଲର କ୍ରିକେଟର କପିଲ ଦେବ ରହିଥିଲେ। ଆଜି ବୁମ୍ରା ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

କପିଲ ଦେବ ୨୫ଟି ମ୍ୟାଚ୍‌ରେ ୧୦୦ତମ ୱିକେଟ ପୂରଣ କରିଥିବା ବେଳେ ବୁମ୍ରା ୨୪ତମ ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଜି ବୁମ୍ରା ଇଂଲଣ୍ଡର ଓଲି ପପ୍‌ଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ୱିକେଟ ପୂରଣ କରିଛନ୍ତି। ସେ ଭାରତର ୨୩ତମ ବୋଲର ଭାବେ ଟେଷ୍ଟରେ ୧୦୦ରୁ ଅଧିକ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି।


ଭାରତ ପକ୍ଷରୁ ପେସ୍‌ ବୋଲର ଭାବେ ଇରଫାନ ପଠାନ ୨୮ଟି ମ୍ୟାଚ୍‌ରେ ମହମ୍ମଦ ଶାମି ୨୯ଟି ମ୍ୟାଚରେ, ଜବାଗଲ ଶ୍ରୀନାଥ ୩୦ଟି ମ୍ୟାଚରେ ଓ ଈଶାନ୍ତ ଶର୍ମା ୩୩ଟି ମ୍ୟାଚରେ ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ୱିକେଟ ଦଖଲ କରିଥିଲେ। ଏବେ ବୁମ୍ରା ୨୪ଟି ମ୍ୟାଚରେ ୧୦୧ ୱିକେଟ ଦଖଲ କରିନେଇଛନ୍ତି।

ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷରେ ୫୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି। ସେ ୪ର୍ଥ ଭାରତୀୟ ଅଲରାଉଣ୍ଡର ଭାବେ ଇଂଲଣ୍ଡ ବିପକ୍ଷରେ ୫୦ ୱିକେଟ ନେବା ସହ ୫୦୦ରୁ ଅଧିକ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ଜାଡେଜା ମ୍ୟାଚ୍‌ର ୫ମ ଦିନରେ ହସିବ ହମିଦ ଓ ମୋଇନ ଅଲୀଙ୍କ ୱିକେଟ ନେଇ ଭିନୁ ମଙ୍କଡ, କପିଲ ଦେବ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି।


ଇଂଲଣ୍ଡ ବିପକ୍ଷରେ କପିଲ ଦେବ ୮୫ ୱିକେଟ ଓ ୧୩୫୫ ରନ୍ କରି ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ଭିନୁ ମଙ୍କଡ(୫୪ ୱିକେଟ ଓ ୬୧୮ ରନ୍) ଓ ତୃତୀୟରେ ରବିଚନ୍ଦ୍ରନ ଅଶ୍ୱିନ(୫୧ ୱିକେଟ ଓ ୬୭୨ ରନ୍) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos