Advertisment

ଯଶପ୍ରୀତ ବୁମ୍ରାଙ୍କୁ ଦଣ୍ଡିତ କଲା ଆଇସିସି

ସେ ଇଂଲଣ୍ଡର ମ୍ୟାଚ୍‌ ୱିନର ଓଲି ପପଙ୍କ ବାଟ ଓଗାଳିବା ସହ ତାଙ୍କ ସହ ଜାଣିଶୁଣି ଧକ୍କା ହୋଇଥିଲେ। ତେଣୁ ତାଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Jasprit Bumrah

Jasprit Bumrah

Advertisment

ଭାରତୀୟ ଟେଷ୍ଟ ଟିମର ଉପ ଅଧିନାୟକ ତଥା ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରାଙ୍କୁ ତାଗିଦ କରିବା ସହ ଦଣ୍ଡିତ କରିଛି ଆଇସିସି। ବିଶୃଙ୍ଖଳା ଆଚରଣ ପାଇଁ ତାଙ୍କୁ ଆଇସିସି ପକ୍ଷରୁ ଗୋଟିଏ ଡି-ମେରିଟ ପଏଣ୍ଟ ମିଳିଛି। ସେ ଇଂଲଣ୍ଡର ମ୍ୟାଚ୍‌ ୱିନର ଓଲି ପପଙ୍କ ବାଟ ଓଗାଳିବା ସହ ତାଙ୍କ ସହ ଜାଣିଶୁଣି ଧକ୍କା ହୋଇଥିଲେ। ତେଣୁ ତାଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ବୁମ୍ରା ପ୍ରଦର୍ଶନ କରିଥିବା ଆଚରଣ ଆଇସିସି କୋଡ ଅଫ କଣ୍ଡକ୍ଟର ଧାରା ୧କୁ ଉଲ୍ଲଙ୍ଘନ କରିଛି। ଏଥିପାଇଁ ତାଙ୍କୁ ଆଇସିସି ତାଗିଦ କରିବା ସହ  ଗୋଟିଏ ଡି-ମେରିଟ ପଏଣ୍ଟ ଦେଇଛି। ୨୪ ମାସ ମଧ୍ୟରେ ଏହା ବୁମ୍ରାଙ୍କ ପ୍ରଥମ ଡି-ମେରିଟ ପଏଣ୍ଟ। ୩ ଡିମେରିଟ ପଏଣ୍ଟ ମିଳିଲେ ଜଣେ ଖେଳାଳିଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯିବାର ପ୍ରାବଧାନ ରହିଛି। 

ଆଇସିସି କହିଛି ଯେ ପୂରା ଘଟଣା ଇଂଲଣ୍ଡର ଦ୍ୱିତୀୟ ଇନିଂସ ବ୍ୟାଟିଂ ବେଳେ ଘଟିଥିଲା। ଇନିଂସର ୮୧ ତମ ଓଭରେ ବୁମ୍ରା ବୋଲିଂ କରିବା ପରେ ଜାଣିଶୁଣି ଓଲି ପପଙ୍କ ବାଟ ଓଗାଳିଥିଲେ। ସେ ରନ ନେଉଥିବା ବେଳେ ବୁମ୍ରା ତାଙ୍କ ସାମ୍ନାକୁ ଆସି ଯାଇଥିଲେ। ଫଳରେ ବୁମ୍ରାଙ୍କ ସହ ତାଙ୍କର ଧକ୍କା ହୋଇଥିଲା।

Advertisment

ବୁମ୍ରାଙ୍କ ଆଚରଣ ଆଇସିସିର କୋଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ କରିଛି। ନିଜର ବିଶୃଙ୍ଖଳା ଆଚରଣକୁ ବୁମ୍ରା ଗ୍ରହଣ କରି ନେଇଛନ୍ତି। ମ୍ୟାଚ୍‌ ରେଫରୀ ରିଚି ରିଚାର୍ଡସନଙ୍କ ଅଭିଯୋଗକୁ ସେ ଗ୍ରହଣ କରି ନେଇଥିବାରୁ ଘଟଣାର କୌଣସି ଶୁଣାଣିର ଆବଶ୍ୟକ ନାହିଁ।

ପଡ଼ିଆରେ ଥିବା ଅମ୍ପାୟାର ପଲ ରେଇଫଲ,କ୍ରିସ ଗାଫନୀ, ତୃତୀୟ ଅମ୍ପାୟାର ଏରାସମସ ଓ ୪ର୍ଥ ଅମ୍ପାୟାର ରୋହନ ପଣ୍ତିତ ମିଳିତ ଭାବେ ବୁମ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଆଇସିସି ପକ୍ଷରୁ କୁହାଯାଇଛି।

‌ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୮୯ ରନର ଲିଡ୍‌ ପାଇଥିଲେ ହେଁ ମ୍ୟାଚ୍‌କୁ ୨୮ ରନରେ ହାରି ଯାଇଥିଲା। ଦ୍ୱିତୀୟ ଇନିଂସରେ ଓଲି ପପ ୧୯୬ ରନର ଇନିଂସ ଖେଳିବାରୁ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୨୩୧ ରନର ଟାର୍ଗେଟ ମିଳିଥିଲା। କିନ୍ତୁ ବ୍ୟାଟରଙ୍କ ଫ୍ଲପ ଶୋ’ ଯୋଗୁ ଭାରତକୁ ୨୮ ରନରେ ମ୍ୟାଚ ହାରିବାକୁ ପଡ଼ିଛି।

Jasprit Bumrah Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe