Advertisment

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା: ଆଇପିଏଲ ଖେଳିବେନି ଯଶପ୍ରୀତ ବୁମ୍ରା

ଆହତ ସମସ୍ୟା ଯୋଗୁ ବୁମ୍ରା ଗତବର୍ଷ ସେଷ୍ଟେମ୍ବର ମାସରୁ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ବି ସେ ପଡ଼ିଆକୁ କମବ୍ୟାକ୍‌ କରିବାକୁ ଫିଟ ହୋଇ ନଥିବା ଜଣାପଡ଼ିଛି।

author-image
Hemant Lenka
Jasprit Bumrah

Jasprit Bumrah

ଆପିଏଲ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା ଲାଗିଛି। ଭାରତର ଷ୍ଟାର ଦ୍ରୁତ ବୋଲର ୨୦୨୩ ଆଇପିଏଲରୁ ବାଦ ପଡ଼ିଛନ୍ତି। ଏହାର ଅର୍ଥ ପୂରା ଆଇପିଏଲରେ ବୁମ୍ରାଙ୍କୁ ଦେଖିବାକୁ ମିଳିବନି। ଆହତ ସମସ୍ୟା ଯୋଗୁ ବୁମ୍ରା ଗତବର୍ଷ ସେଷ୍ଟେମ୍ବର ମାସରୁ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ବି ସେ ପଡ଼ିଆକୁ କମବ୍ୟାକ୍‌ କରିବାକୁ ଫିଟ ହୋଇ ନଥିବା ଜଣାପଡ଼ିଛି।

Advertisment

ସୂତ୍ର ଅନୁସାରେ, ପିଠି ଯନ୍ତ୍ରଣା ସମସ୍ୟାରେ ପଡ଼ିଥିବା ବୁମ୍ରାଙ୍କୁ ଏଥିରୁ ମୁକୁଳିବା ପାଇଁ ସର୍ଜରୀର ଆବଶ୍ୟକତା ରହିଛି। ସେ ଖୁବଶୀଘ୍ର ବିଦେଶରେ ବ୍ୟାକ ଇଞ୍ଜୁରୀ ସମସ୍ୟାର ସମାଧାନ ପାଇଁ ଅସ୍ତ୍ରୋପଚାର କରିବାକୁ ଯାଇ ପାରନ୍ତି। ତେଣୁ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ତାଙ୍କୁ ଦେଖିବାକୁ ମିଳିବ ନାହିଁ।

କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ନୁହେଁ, ବୁମ୍ରାଙ୍କ ଆହତ ସମସ୍ୟା ଟିମ ଇଣ୍ଡିଆ ପାଇଁ ମଧ୍ୟ ଶକ୍ତ ଝଟକା ସଦୃଶ ହୋଇଛି। ସେ କେବଳ ଆଇପିଏଲ ନୁହେଁ, ଆସନ୍ତା ଜୁନ ମାସରେ ଭାରତ ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବ, ସେଥିରେ ମଧ୍ୟ ବୁମ୍ରା ନଜର ଆସିବେ ନାହିଁ।

Advertisment

ଅଗଷ୍ଟ ମାସରେ ବୁମ୍ରା ବ୍ୟାକ ଇଞ୍ଜୁରୀ ସମସ୍ୟାରେ ପଡ଼ିବାରୁ ତାଙ୍କୁ ଏସିଆ କପରୁ ବାଦ ଦିଆଯାଇଥିଲା। ତେବେ ତାଙ୍କ ଇଞ୍ଜୁରୀ ସମସ୍ୟା କେତେ ଗୁରୁତର ସେକଥା ଜଣାନଥିବାରୁ ତାଙ୍କୁ ଭାରତର ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ମିଳିଥିଲା। ଏପରି କି ସେ ଅଷ୍ଟ୍ରେଲିଆ ବିପକ୍ଷ ସେପ୍ଟେମ୍ବର ୨୩ ଓ ୨୫ରେ ଖେଳାଯାଇଥିବା ଟି-୨୦ରେ ନଜର ଆସିଥିଲେ। ସେ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଆହତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା। ତେଣୁ ସେ ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ୩ ଦିନ ପରେ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳି ନଥିଲେ। ଏହି ସମୟରେ ତାଙ୍କ ଇଞ୍ଜୁରୀର ସ୍କାନ କରାଯାଇଥିଲା। ସ୍କାନରୁ ଜଣାପଡ଼ିଥିଲା ଯେ ତାଙ୍କ ଆହତ ସମସ୍ୟା ଗୁରୁତର ରହିଛି।

ନଭେମ୍ବର ମାସରେ ବୁମ୍ରା କମବ୍ୟାକ ପାଇଁ ଏନସିଏରେ ରିହାବ ଆରମ୍ଭ କରିଥିଲେ। ଡିସେମ୍ବର ମଧ୍ୟ ଭାଗରେ ସେ ବୋଲିଂ କରିବା ଆରମ୍ଭ କରିଥିଲେ। ତାଙ୍କୁ ଜାନୁଆରୀ ମାସରେ ଖେଳା ଯିବାକୁ ଥିବା ସୀମିତ ଓଭର ସିରିଜ ପାଇଁ ଚୟନ କରାଯାଇଥିଲା।

ହେଲେ ଜାନୁଆରୀ ମାସରେ ସେ ରହାବ କରୁଥିବା ବେଳେ ପୁଣି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସ୍କାନରୁ ଜଣାପଡ଼ିଥିଲା ଯେ ନୂଆ ନିଗଲ ସମସ୍ୟାରେ ସେ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ ହେବାକୁ ପଡ଼ିଥିଲା।

Indian Cricket Team India Cricket Jasprit Bumrah