Advertisment

ବୁମ୍ରା ହତାଶ, କହିଲେ- କିଛି ହେଉନି

ଆଜିଠାରୁ ବ୍ରିସବେନରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ବର୍ଷା ସାଜିଲା ଭିଲିଆନ।

Jashprit Bumra

Jashprit Bumra

Advertisment

ବ୍ରିସବେନର ଗାବା ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌। ତେବେ ପ୍ରଥମ ଦିନର ଖେଳରେ ବର୍ଷା ସାଜିଛି ବାଧକ। ମାତ୍ର ୧୩.୨ ଓଭର ଖେଳ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି କୌଣସି ୱିକେଟ ନହରାଇ ୨୮ ରନ୍ କରିଛି। ଉସମାନ ଖୱାଜା ୧୯ ରନ୍ (୪୭ ବଲ, ୩ ଚୌକା) ଓ ନାଥନ ମ୍ୟାକସ୍ୱିନୀ ୪ ରନ୍ (୩୩ ବଲ୍‌) କରି ଅପରାଜିତ ଅଛନ୍ତି।

Advertisment

ଏହି ସ୍ୱଳ୍ପ ସମୟର ଖେଳ ମଧ୍ୟରେ ଦେଖିବାକୁ ମିଳିଥିଲା ଯେ ଫାଷ୍ଟ୍ ବୋଲରଙ୍କୁ ଭଲ ସ୍ୱିଙ୍ଗ ମିଳିନଥିଲା। ଆଉ ଏଥିପାଇଁ ଯଶପ୍ରୀତ ବୁମ୍ରା ଚିନ୍ତିତ ହୋଇଯାଇଥିଲେ। ଏକ ସମୟରେ ସେ ପ୍ରତିକ୍ରିୟାଶୀଳ ହୋଇ କହି ଦେଇଥିଲେ ଯେ କିଛି ସ୍ୱିଙ୍ଗ ହେଉନି। ଯେଉଁଠି ବି ବଲ୍ ପକାଇଲେ କିଛି ହେଉନାହିଁ। ତାଙ୍କର ଏ କଥା ଷ୍ଟମ୍ପ ମାଇକ୍ରୋଫୋନ୍‌ରେ ରେକର୍ଡ ହୋଇଯାଇଥିଲା।

ଭଲ ସୁଇଙ୍ଗ ମିଳୁ ନଥିବାରୁ ମ୍ୟାଚ୍‌ର ୫ମ ଓଭରରେ ଯଶପ୍ରୀତ ବୁମ୍ରା ତାଙ୍କ ଲେଙ୍ଗଥ ଟିକେ ବଦଳାଇ ଥିଲେ ପିଚ୍‌ରେ କିଛି ମୁଭ୍‌ମେଣ୍ଟ ପାଇବା ପାଇଁ। ତଥାପି ତାଙ୍କୁ ସ୍ୱିଙ୍ଗ ମିଳି ନଥିଲା। ତା’ପରେ ହତାଶ ଯଶପ୍ରୀତ ବୁମ୍ରା ତାଙ୍କ ବୋଲିଂ ମାର୍କ ଆଡ଼କୁ ଯାଉଥିବା ବେଳେ କହିଥିଲେ, ନହିଁ ହୋ ରହା ସ୍ୱିଙ୍ଗ, କହିଁ ବି କର...।

Advertisment

ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। ଖେଳ ଆରମ୍ଭ ହେବା ପୂର୍ବରୁ ପାଗ ଖରାପ ଥିଲା। ଆଉ ମ୍ୟାଚ୍ ବେଳେ ବର୍ଷା ହୋଇଥିଲା। ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ କରାଯାଇଛି। ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳା ଯାଉଛି। ସେହିପରି ପେସ୍ ବୋଲର ହର୍ଷିତ ରାଣାଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ନିଆଯାଇଛି। ସେହିପରି ଅଷ୍ଟ୍ରେଲିଆ ଟିମ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଜୋଶ ହାଜେଲଉଡ୍‌ ପୁଣି ଟିମ୍‌କୁ ଫେରିଛନ୍ତି। ସ୍କଟ୍ ବୋଲାଣ୍ଡଙ୍କ ବଦଳରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ନେଇଛି ଦଳ।

ବର୍ଡର-ଗାଭାସ୍କର ଟ୍ରଫିର ଚଳିତ ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ସମାନ ସ୍ଥିତିରେ ଅଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେବ। କାରଣ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତିଲେ ହିଁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଦଳ ଖେଳି ପାରିବ। ଯଦି ବର୍ଷା ଯୋଗୁ ତୃତୀୟ ମ୍ୟାଚ୍ ପୂରା ଧୋଇ ହୋଇଯିବ, ତା’ହେଲେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳିବା ଆଶା ମଉଳି ଯାଇପାରେ। କାରଣ ପରବର୍ତ୍ତୀ ଦୁଇଟି ଟେଷ୍ଟ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe