Advertisment

ଭାରତ ପାଇଁ ଖେଳିବା ଭୁଲି ଯାଅ: କାହିଁକି ବୁମ୍ରାଙ୍କୁ ଏମିତି କହିଲେ ବିଶ୍ୱକପ ଜିତିଥିବା ଖେଳାଳି?

ବୁମ୍ରା ଆହତ ହୋଇଥିବାରୁ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବା ନେଇ ସନ୍ଦେହ ପ୍ରକାଶ ପାଇଛି। ବର୍ଡର-ଗାଭାସ୍କର ଟ୍ରଫିରେ ବୁମ୍ରାଙ୍କ ୱାର୍କଲୋଡ୍‌କୁ ଠିକ ଭାବେ ମ୍ୟାନେଜ କରା ନ ଯିବାରୁ ସେ ଆହତ ସମସ୍ୟାରେ ପଡ଼ିଥିବା କୁହାଯାଉଛି।

Jasprit

Jasprit

Advertisment

ଭାରତୀୟ ବୋଲରମାନଙ୍କ ପାଇଁ ବ୍ୟବହାର ହେଉଥିବା ୱାର୍କଲୋଡ୍‌ ଶବ୍ଦ ଏବେ ବେଶ ଚର୍ଚ୍ଚାରେ। ବିଶେଷ କରି ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ରେ ଯଶପ୍ରୀତ ବୁମ୍ରା ଆହତ ହେବା ଏହି ଚର୍ଚ୍ଚାକୁ ଆହୁରି ବଳ ଦେଇଛି। ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ମୋଟ ୧୫୧.୨ ଓଭର ବୋଲିଂ କରିଛନ୍ତି। ମହମ୍ମଦ ସିରାଜ ୧୬୪.୧ ଓଭର ବୋଲିଂ କରିଥିଲେ।

Advertisment

ବୁମ୍ରା ଆହତ ହୋଇଥିବାରୁ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବା ନେଇ ସନ୍ଦେହ ପ୍ରକାଶ ପାଇଛି। ବର୍ଡର-ଗାଭାସ୍କର ଟ୍ରଫିରେ ବୁମ୍ରାଙ୍କ ୱାର୍କଲୋଡ୍‌କୁ ଠିକ ଭାବେ ମ୍ୟାନେଜ କରା ନ ଯିବାରୁ ସେ ଆହତ ସମସ୍ୟାରେ ପଡ଼ିଥିବା କୁହାଯାଉଛି।

କିନ୍ତୁ ଏସବୁ ଭିତରେ ବୁମ୍ରାଙ୍କୁ ଟାର୍ଗେଟ କରିଛନ୍ତି ୧୯୮୩ ବିଶ୍ୱକପ ଜିତିଥିବା ଭାରତୀୟ ଟିମର ସଦସ୍ୟ ବଲବିନ୍ଦର ସିଂହ ସାନ୍ଧୁ। ତାଙ୍କ କହିବା କଥା ଯେ ୱାର୍କଲୋଡ୍‌ ହେଉଛି ଗୋଟିଏ ବିଦେଶୀ ଧାରଣା। ଯଦି ଜଣେ ବୋଲର ଦିନକୁ ୨୦ ଓଭର ବୋଲିଂ କରିପାରିବ ନାହିଁ, ତା’ହେଲେ ସେ ଭାରତ ପାଇଁ ଖେଳିବା ଦରକାର ନାହିଁ ବୋଲି ସାନ୍ଧୁ କହିଛନ୍ତି।

Advertisment

ଯଶପ୍ରୀତ ବୁମ୍ରାଙ୍କ ୱାର୍କଲୋଡ୍‌ ସମ୍ପର୍କରେ ସାନ୍ଧୁ କହିଛନ୍ତି, “ୱାର୍କଲୋଡ୍? ସେ(ବୁମ୍ରା) କେତେ ଓଭର ବୋଲିଂ କରିଛନ୍ତି? ପ୍ରାୟ ୧୫୦ ଓଭର, ଠିକ। କିନ୍ତୁ ଏହା କେତୋଟି ମ୍ୟାଚ ବା ଇନିଂସରେ? ୫ ମ୍ୟାଚ୍‌ ବା ୯ଟି ଇନିଂସ, ଠିକ? ଏହାକୁ ହିସାବକୁ ନେଲେ ଇନିଂସ ପିଛା ୧୬ ଓଭର କିମ୍ବା ମ୍ୟାଚ୍‌ ପିଛା ୩୦ ଓଭର ହେଉଛି। ସେ ଏହି ୧୫ରୁ ଅଧିକ ଓଭର ଗୋଟିଏ ଥରରେ ପକାଇ ନାହାନ୍ତି।

ସେ ବିଭିନ୍ନ ସ୍ପେଲରେ ବୋଲିଂ କରିଛନ୍ତି। ତେଣୁ ଏହା କ’ଣ ଗୋଟିଏ ବଡ଼ କଥା? ୱାର୍କଲୋଡ୍‌ ମ୍ୟାନେଜମେଣ୍ଟ ଫାଲୁତ କଥା। ଏସବୁ ଅଷ୍ଟ୍ରେଲିଆର ଶବ୍ଦ। ଏହାକୁ ଅଷ୍ଟ୍ରେଲୀୟ ତିଆରି କରିଛନ୍ତି। ମୁଁ ଏମିତି ଏକ ଅଞ୍ଚଳରୁ ଆସିଛି ଯେଉଁଠି କ୍ରିକେଟରମାନେ ସେମାନଙ୍କ ଶରୀର ଛଡ଼ା ଆଉ କାହାକୁ ଶୁଣନ୍ତି ନାହିଁ। ମୁଁ ଏସବୁ ଧାରଣା ସହ ଆଦୌ ଏକମତ ନୁହେଁ।”

ବୁମ୍ରାଙ୍କ ବୋଲିଂ ଶୈଳୀ ଭିନ୍ନ ଥିବାରୁ ୱାର୍କଲୋଡ ମ୍ୟାନେଜମେଣ୍ଟ ତାଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଥିବା କ୍ରିକେଟ ପଣ୍ଡିତମାନେ ମତ ରଖୁଛନ୍ତି। କିନ୍ତୁ ସାନ୍ଧୁ ଏଥିରେ ଏକମତ ହୋଇନାହାନ୍ତି। ସେ କପିଲ ଦେବଙ୍କ ଉଦାହରଣ ଦେଇ ଗୋଟିଏ ଦିନରେ ୧୫ରୁ ୨୦ ଓଭର ବୋଲିଂ କରିବା କୌଣସି ବଡ଼ କଥା ନୁହେଁ ବୋଲି କହିଛନ୍ତି।

ସାନ୍ଧୁ କହିଛନ୍ତି, “ଆମେ ଦିନକୁ ୨୫ରୁ ୩୦ ଓଭର ବୋଲିଂ କରୁଥିଲୁ। କପିଲ ଦେବ ତାଙ୍କ କ୍ୟାରିୟରରେ ଅନେକ ଲମ୍ବାଲମ୍ବା ସ୍ପେଲ ପକାଇଛନ୍ତି। ତୁମେ ଯେତେବେଳେ ବୋଲିଂ ପରେ ବୋଲିଂ କରିଚାଲିବ, ସେହି ଅନୁସାରେ ତୁମର ଶରୀରର ଓ ମାଂସପେଶୀ ତିଆରି ହେବେ।

ଆଜି ଆପଣମାନଙ୍କ ପାଖରେ ଶ୍ରେଷ୍ଠ ଫିଜିଓ, ଅତ୍ୟାଧୁନିକ ଯନ୍ତ୍ରପାତି ଓ ଶ୍ରେଷ୍ଠ ଡାକ୍ତର ରହିଛନ୍ତି। ଯଦି ଜଣେ ବୋଲର ଗୋଟିଏ ଇନିଂସରେ ୨୦ ଓଭର ବୋଲିଂ କରିପାରିବେ ନାହିଁ, ତା’ହେଲେ ସେ ଭାରତ ପାଇଁ କ୍ରିକେଟ ଖେଳିବା ଭୁଲି ଯିବା ଭଲ।”

Jasprit Bumrah Test Cricket Test Match Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe