Advertisment

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଖେଳିବେନି ଯଶପ୍ରୀତ ବୁମ୍ରା

ତାଙ୍କ ସ୍ଥାନରେ ମୁକେଶ କୁମାର କିମ୍ବା ଅକ୍ଷର ପଟେଲଙ୍କୁ ସୁଯୋଗ ଦିଆଯାଇପାରେ।

author-image
Debibandita Barick
Jasprit Bumrah

Jasprit Bumrah

ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଇଣ୍ଡିଆର ବୃହତ୍ତମ ବିଜୟ ପରେ ବିଶ୍ରାମ ନେବେ ଯଶପ୍ରୀତ ବୁମ୍ରା। ରାଞ୍ଚିରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରୁ ବୁମ୍ରାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ଟିମ୍ ମ୍ୟାନେଜମେଣ୍ଟ। ତାଙ୍କ ସ୍ଥାନରେ ମୁକେଶ କୁମାର କିମ୍ବା ଅକ୍ଷର ପଟେଲଙ୍କୁ ସୁଯୋଗ ଦିଆଯାଇପାରେ। 

Advertisment

ତେବେ ବୁମ୍ରା କେବଳ ଚତୁର୍ଥ ମ୍ୟାଚ୍ ଖେଳିବେନି, ସେ ଧର୍ମଶାଳାରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ଶେଷ ମ୍ୟାଚରେ ଦଳକୁ ଫେରିବେ।

ରିପୋର୍ଟ ଅନୁଯାୟୀ, ଯଶପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆ ସହିତ ରାଜକୋଟରୁ ରାଞ୍ଚି ଯିବେ ନାହିଁ। କାର୍ଯ୍ୟଭାର ପରିଚାଳନା ପାଇଁ ମ୍ୟାନେଜମେଣ୍ଟ ତାଙ୍କୁ ବିଶ୍ରାମ ଦେଇଛି। ତେବେ ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ରାଞ୍ଚିରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରୁ ଅନ୍ୟ କୌଣସି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ନାହିଁ। 

Advertisment

ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ପଞ୍ଚମ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭-୧୧ରେ ଅନୁଷ୍ଠିତ ହେବ। 

Cricket Jasprit Bumrah IND Vs ENG Test IND Vs ENG 4th Test