Advertisment

ଏହି କାରଣ ପାଇଁ ତୃତୀୟ ଟେଷ୍ଟ ଖେଳିବେନି ବୁମ୍ରା, ଘରକୁ ଫେରି ଆସିଲେ!

ବୁମ୍ରାଙ୍କ ଅନୁପସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ବାଦ ପଡ଼ିଥିବା ମହମ୍ମଦ ସିରାଜ ଦ୍ରୁତ ବୋଲିଂ ବାହିନୀର କମାଣ ସମ୍ଭାଳିବେ। ତାଙ୍କ ସହ ଆକାଶ ଦୀପ ରହି ପାରନ୍ତି।

Jasprit Bumrah

Jasprit Bumrah

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ନଜର ଆସିବେ ନାହିଁ ଟିମ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ଆସନ୍ତାକାଲି ଠାରୁ ମୁମ୍ବାଇରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଆଗୁଆ ଟେଷ୍ଟ ସିରିଜକୁ ୦-୨ରେ ହାରି ସାରିଥିବା ଭାରତୀୟ ଆସନ୍ତାକାଲି ଠାରୁ ସମ୍ମାନ ରକ୍ଷା କରିବା ପାଇଁ ଲଢ଼େଇ କରିବ। ଏଥିସହ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ପୂର୍ବରୁ ଏହି ମ୍ୟାଚ୍‌ ଜିତିବା ମଧ୍ୟ ଭାରତୀୟ ଟିମ ବେଶ ଗୁରୁତ୍ୱପୂର୍ଣ୍ଣ।

Advertisment

ଭାରତ ଟେଷ୍ଟ ସିରିଜ ହାରି ସାରିଥିବାରୁ ତୃତୀୟ ମ୍ୟାଚ୍‌ରେ ଦଳ ବୁମ୍ରାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। କାରଣ ଏହି ସିରିଜ ପରେ ଭାରତୀୟ ଟିମ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ନଭେମ୍ବର ୨୨ରୁ ଆରମ୍ଭ ହେବ।

ଏଥିପାଇଁ ଭାରତୀୟ ଟିମ ନଭେମ୍ବର ୧୦ରୁ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ସମୟରେ ବୁମ୍ରା ଦଳ ସହ ଯୋଗ ଦେବେ। ସେ ତୃତୀୟ ଟେଷ୍ଟ ଖେଳିବାକୁ ମୁମ୍ବାଇ ଯାଇଥିଲେ ହେଁ ସେଠାରୁ ନିଜ ଘର ଅହମଦାବାଦକୁ ଚାଲି ଯାଇଛନ୍ତି।

Advertisment

ତାଙ୍କୁ ସ୍କ୍ୱାଡରୁ ରିଲିଜ କରି ଦିଆଯାଇଛି। ବୁମ୍ରାଙ୍କ ଅନୁପସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ବାଦ ପଡ଼ିଥିବା ମହମ୍ମଦ ସିରାଜ ଦ୍ରୁତ ବୋଲିଂ ବାହିନୀର କମାଣ ସମ୍ଭାଳିବେ। ତାଙ୍କ ସହ ଆକାଶ ଦୀପ ରହି ପାରନ୍ତି।

ବିସିସିଆଇର ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ବୁମ୍ରା ମୁମ୍ବାଇ ଟେଷ୍ଟରେ ଖେଳିବେ ନାହିଁ। ସେ ଘରକୁ ଚାଲି ଯାଇଛନ୍ତି। ଭାରତୀୟ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ବିଶ୍ରାମ ଦେବାକୁ ଚାହୁଁଛି। ଏହାଦ୍ୱାରା ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ସେ ରିଲାକ୍ସ ହୋଇ ପାରିବେ। ଅଷ୍ଟ୍ରେଲିଆ ଗସ୍ତ ବେଳେ ସେ ଟିମ ସହ ଯୋଗଦେବେ।”

Test Cricket Jasprit Bumrah Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe