Advertisment

ଯନ୍ତ୍ରଣାରେ ଛଟପଟ ହେଲେ ବୁମ୍ରା, ଡରିଗଲେ ଫ୍ୟାନ୍

ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ସେଞ୍ଚୁରିଅନ୍ ଟେଷ୍ଟରେ ଟିମ୍ ଇଣ୍ଡିଆ ମଜଭୁତ୍ ସ୍ଥିତିରେ ରହିଛି। ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ପରେ ଭାରତୀୟ ବୋଲରମାନେ ମଧ୍ୟ କମାଲ କରିଛନ୍ତି। ତେବେ ତୃତୀୟ ଦିବସରେ ଗ୍ରାଉଣ୍ଡରେ ଏମିତି କିଛି ଘଟିଛି, ଯାହାକୁ ଦେଖି ଫ୍ୟାନ୍ କିଛି ସମୟ ପାଇଁ ସ୍ତବ୍ଧ ହୋଇପଡ଼ିଥିଲେ। ଲଞ୍ଚ୍ ବ୍ରେକ୍ ପରେ ବୋଲିଂ କରିବାକୁ ଆସିଥିବା ଯଶପ୍ରୀତ ବୁମ୍ରା ଆଘାତପ୍ରାପ୍ତ ହୋଇଛନ୍ତି। ବୁମ୍ରାଙ୍କ ଆହତ ହେବା ଭାରତ ଓ ଫ୍ୟାନଙ୍କୁ ଜବରଦସ୍ତ […]

ଯନ୍ତ୍ରଣାରେ ଛଟପଟ ହେଲେ ବୁମ୍ରା, ଡରିଗଲେ ଫ୍ୟାନ୍

bumrah

Advertisment

ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ସେଞ୍ଚୁରିଅନ୍ ଟେଷ୍ଟରେ ଟିମ୍ ଇଣ୍ଡିଆ ମଜଭୁତ୍ ସ୍ଥିତିରେ ରହିଛି। ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ପରେ ଭାରତୀୟ ବୋଲରମାନେ ମଧ୍ୟ କମାଲ କରିଛନ୍ତି। ତେବେ ତୃତୀୟ ଦିବସରେ ଗ୍ରାଉଣ୍ଡରେ ଏମିତି କିଛି ଘଟିଛି, ଯାହାକୁ ଦେଖି ଫ୍ୟାନ୍ କିଛି ସମୟ ପାଇଁ ସ୍ତବ୍ଧ ହୋଇପଡ଼ିଥିଲେ। ଲଞ୍ଚ୍ ବ୍ରେକ୍ ପରେ ବୋଲିଂ କରିବାକୁ ଆସିଥିବା ଯଶପ୍ରୀତ ବୁମ୍ରା ଆଘାତପ୍ରାପ୍ତ ହୋଇଛନ୍ତି। ବୁମ୍ରାଙ୍କ ଆହତ ହେବା ଭାରତ ଓ ଫ୍ୟାନଙ୍କୁ ଜବରଦସ୍ତ ଝଟକା ଲାଗିଛି।

Advertisment

ମ୍ୟାଚର ଏକାଦଶ ଓଭରର ପଞ୍ଚମ ବଲ୍ ପକାଉଥିବା ବୁମ୍ରା ଯେତେବେଳେ ନିଜର ଫଲୋ ଥ୍ରୁ’କୁ ଗଲେ, ହଠାତ୍ ତାଙ୍କର ଗୋଇଠି ମୋଡ଼ି ହୋଇଯାଇଥିଲା। ଯାହା ପରେ ବୁମ୍ରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ବୁମ୍ରାଙ୍କୁ ଏମିତି ଯନ୍ତ୍ରଣାରେ ଦେଖି ଭାରତୀୟ ଟିମର ଫିଜିଓ ତୁରନ୍ତ ମଇଦାନକୁ ଆସିଥିଲେ ଏବଂ ତାଙ୍କୁ ବାହାରକୁ ନେଇ ଚାଲିଯାଇଥିଲେ। ବୁମ୍ରା ନିଜେ ଚାଲିଚାଲି ମଇଦାନ ବାହାରକୁ ଯାଇଥିଲେ, କିନ୍ତୁ ଏହା ପରେ ତାଙ୍କ ଡାହାଣ ଗୋଡ଼ରେ ପଟି ବନ୍ଧା ଯାଇଥିଲା। ତେବେ ବୁମ୍ରାଙ୍କ ଆହତ କେତେ ଗୁରୁତର, ତାହା ସ୍ପଷ୍ଟ ହୋଇନାହିଁ।

https://twitter.com/BCCI/status/1475791723511283712?s=20

ମଇଦାନକୁ ବାହାରକୁ ଯିବା ପରେ ବୁମ୍ରା ଆଉ ବୋଲିଂ କରିବାକୁ ଆସିନାହାନ୍ତି। ବୁମ୍ରା ୫.୫ ଓଭର ବୋଲିଂ କରି ୧୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଇନିଂସର ପଞ୍ଚମ ବଲରେ ବୁମ୍ରା ଭାରତକୁ ଏହି ସଫଳତା ଦେଇଥିଲେ।

Advertisment

ଦକ୍ଷିଣ ଆଫ୍ରିକା ଗସ୍ତରେ ବୁମ୍ରା ଭାରତର ସବୁଠାରୁ ବଡ଼ ମ୍ୟାଚ୍ ୱିନର। ଦକ୍ଷିଣ ଆଫ୍ରିକା ପିଚରେ ତାଙ୍କ ବୋଲିଂ ବିରୋଧୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ। ଏଭଳି ସ୍ଥିତିରେ ବୁମ୍ରାଙ୍କ ଆଘାତ ଯଦି ଗୁରୁତର ହୋଇଥାଏ, ତାହେଲେ ଏହା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ହେବ। ବୁମ୍ରା ତିନି ବର୍ଷ ତଳେ ଦକ୍ଷିଣ ଆଫ୍ରିକା ଗସ୍ତରେ ନିଜର ଟେଷ୍ଟ କ୍ୟାରିୟରର ଶୁଭାରମ୍ଭ କରିଥିଲେ ଏବଂ ପଦାର୍ପଣ ସିରିଜରେ ୧୪ ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପୂର୍ବରୁ ବୁମ୍ରାଙ୍କୁ ବିଶ୍ରାମ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା। ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଓ ଟି-୨୦ ସିରିଜ୍ ଖେଳିନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe