Advertisment

ୟୁଜର୍ସ କହିଲେ 'ମୋଟି', ରାଗିଗଲେ ବୁମ୍‌ରାଙ୍କ ସ୍ତ୍ରୀ

ବଡି ଶେମିଂର ଶିକାର ହେଲେ ଷ୍ଟାର କ୍ରିକେଟର୍‌ ଜସପ୍ରିତ ବୁମ୍‌ରାଙ୍କ ସ୍ତ୍ରୀ।

Jasprit Bumrah

Jasprit Bumrah

Advertisment

ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବୋଲର୍‌ ଜସପ୍ରିମ ବୁମ୍‌ରା। ସେ ଯେତିକି ପପୁଲାର ତାଙ୍କ ସ୍ତ୍ରୀ ସଞ୍ଜନା ଗଣେସନ ମଧ୍ୟ ସେତିକି ଚର୍ଚ୍ଚିତ। ସେ କ୍ରିକେଟ ଖେଳୁନଥିଲେ ମଧ୍ୟ କ୍ରିକେଟ୍‌ ଦୁନିଆ ସହ ଜଡିତ। ହେଲେ ନିକଟରେ ସେ ବଡି ଶେମିଂର ଶିକାର ହୋଇଛନ୍ତି। ତାଙ୍କ ମୋଟା ପଣକୁ ନେଇ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଏହାକୁ ନେଇ ରାଗି ଯାଇଛନ୍ତି ବୁମ୍‌ରାଙ୍କ ସ୍ତ୍ରୀ।

Advertisment

ଭାଲେଣ୍ଟାଇନ୍‌ ଡେ' ଅବସରରେ ଜସପ୍ରିତ ବୁମ୍‌ରା ସୋଶାଲ ମିଡିଆରେ ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ତାଙ୍କ ପିତ୍ନୀ ସଞ୍ଜନା ଗଣେସନ ମଧ୍ୟ ନଜର ଆସିଥିଲେ। ବୁମ୍‌ରାଙ୍କ ଏହି ପୋଷ୍ଟ ପରେ ଜଣେ ୟୁଜର୍ସ ସଞ୍ଜାନଙ୍କ ବଡି ଶେମିଂ କରିଛନ୍ତି। ତାଙ୍କୁ 'ମୋଟି' ବୋଲି କହିଛନ୍ତି। ଏହାକୁ ନେଇ ରାଗି ଯାଇଛନ୍ତି ସଞ୍ଜନା।

ପ୍ରକୃତରେ ବୁମ୍‌ରା ଯେଉଁ ଭିଡିଓ ପୋଷ୍ଟ କରିଥିଲେ ସେଥିରେ ଜଣେ ୟୁଜର୍ସ ସଞ୍ଜନାଙ୍କୁ କମେଣ୍ଟ କରି 'ଭାଉଜ ଆପଣ ମୋଟି ହୋଇଗଲେଣି' ବୋଲି କହିଥିଲେ। ଏହି କମେଣ୍ଟକୁ ଦେଖି ସଞ୍ଜନା ଭଡକି ଯାଇଛନ୍ତି। ସେ ତାଙ୍କ ବଡି ଶେମିଂ କରି କମେଣ୍ଟ କରିଥିବା ୟୁଜର୍ସଙ୍କୁ ଦେଇଛନ୍ତି କଡ଼ା ଜବାବ। ସେ କହିଛନ୍ତି, " ନିଜ ସ୍କୁଲ ବେଳର ବିଜ୍ଞାନ ପାଠ ମନେ ନଥିବ, ତୁମେ ମହିଳାଙ୍କ ଶରୀର ବିଷୟରେ ମନ୍ତବ୍ୟ ଦେବାକୁ ଆସିଛ .. ଶୀଘ୍ର ଯାଅ ଏଠୁ .. ତୁମେ କିପରି ମହିଳାଙ୍କ ଶରୀର ଉପରେ ମନ୍ତବ୍ୟ ଦେବାକୁ ସାହସ କରୁଛ?" ପ୍ରଶଂସକଙ୍କୁ ବୁମରାଙ୍କ ପତ୍ନୀଙ୍କ ଟ୍ରୋଲର୍‌ଙ୍କୁ ଦେଇଥିବା ଏହି ଜବାବ ବେଶ୍‌ ପସନ୍ଦ ଆସିଛି।

Advertisment

ଉଲ୍ଲେଖଯୋଗ୍ୟ ଯେ, ବୁମ୍‌ରାଙ୍କ ସ୍ତ୍ରୀ ପେସାରେ ଜଣେ ଟିଭି ହୋଷ୍ଟ ବା ଆଙ୍କର। ୨୦୨୧ରେ ସେ ଷ୍ଟାର କ୍ରିକେଟର୍‌ ଜସପ୍ରିତ ବୁମ୍‌ରାଙ୍କୁ ବିବାହ କରିଥିଲେ। ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏଥିପାଇଁ ସେ ଏବେ ଘରେ ରହି ନିଜ ମଦରହୁଡ୍‌କୁ ଏନ୍‌ଜୟ କରୁଛନ୍ତି। ସେ ନିଜ କାମରୁ କିଛି ଦିନ ପାଇଁ ବିରତି ନେଇଛନ୍ତି। 

Jasprit Bumrah Sanjana Ganesan Body Shaming Troll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe