Advertisment

ଟିମ ଇଣ୍ଡିଆର ନୂଆ ଜର୍ସିକୁ ଲଞ୍ଚ କଲେ ରୋହିତ ଓ ଜୟ ଶାହ

ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ପରିଧାନ କରିବାକୁ ଥିବା ଜିର୍ସିର କିଛି ଝଲକ ପୂର୍ବରୁ ହିଁ ଆଡିଡାସ ଫ୍ୟାନ୍ସଙ୍କୁ ଦେଇ ସାରିଥିଲା।

BCCI

BCCI

Advertisment

ବିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହ ଓ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଭାରତୀୟ କ୍ରିକେଟ ଟିମର ନୂଆ କିଟ ଅନାବରଣ କରିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଆସନ୍ତା ଟି-୨୦ ବିଶ୍ୱକପରେ ଭାରତୀୟ ଟିମ ପିନ୍ଧିବାକୁ ଥିବା ଜର୍ସିକୁ ମଧ୍ୟ ଲଞ୍ଚ କରାଯାଇଛି।

Advertisment

ନୂଆ କିଟ ଓ ଜର୍ସି ଲଞ୍ଚ କାର୍ଯ୍ୟକ୍ରମର ଭିଡିଓକୁ ବିସିସିଆଇ ତା’ର ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛି। ପ୍ରଥମେ ରୋହିତ ଓ ଜୟ ଶାହ ଗୋଟିଏ ଜର୍ସିର କପଡ଼ାକୁ ଯାଞ୍ଚ କରିଥିଲେ। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଜର୍ମାନ ସ୍ପୋର୍ଟସୱେୟାର ଆଡିଡାସ ପକ୍ଷରୁ ଭାରତୀୟ ଟିମର ସମସ୍ତ କିଟ୍ସ ଯଥା- ଟ୍ରେନିଂ କିଟ, କୋଚିଂ ଷ୍ଟାଫ କିଟ ଓ ମୁଖ୍ୟ କିଟ୍‌କୁ ପ୍ରଦର୍ଶିତ କରାଯାଇଥିଲା।

ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ପରିଧାନ କରିବାକୁ ଥିବା ଜିର୍ସିର କିଛି ଝଲକ ପୂର୍ବରୁ ହିଁ ଆଡିଡାସ ଫ୍ୟାନ୍ସଙ୍କୁ ଦେଇ ସାରିଥିଲା। ହେଲିକପ୍ଟର ଜରିଆରେ ଟି-୨୦ ବିଶ୍ୱକପ ଜର୍ସିକୁ ଧର୍ମଶାଲା ଷ୍ଟାଡିୟମରେ ରୋହିତ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଉପସ୍ଥିତିରେ ଲଞ୍ଚ କରାଯାଇଥିଲା।

Advertisment

ଆଜି ଏହାକୁ କ୍ୟାପ୍ଟେନ ରୋହିତ ଓ ସମ୍ପାଦକ ଜୟ ଶାହ ବିଧିବଦ୍ଧ ଭାବେ ଲଞ୍ଚ କରିଛନ୍ତି। ନୂଆ ଜର୍ସିର ହାତ ଓ ବେକରେ କମଳା ରଙ୍ଗର ଷ୍ଟ୍ରିପ ରହିଛି। ବଡି ଅଂଶଟି ବ୍ଲୁ ରଙ୍ଗର। ଜର୍ସିରେ ଆଡିଡାସର ପ୍ରତୀକ ଓ କଲାରରେ ତ୍ରିରଙ୍ଗା ରହିଛି। ଏହି ଜର୍ସିକୁ ପିନ୍ଧି ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ଟ୍ରଫି ପାଇଁ ଟକ୍କର କରିବ।

ଆସନ୍ତା ଜୁନ ୨ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ଘୋଷଣା ହୋଇ ସାରିଛି। ରୋହିତ ଶର୍ମା ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଡେପୁଟି ଭାବେ ବିଶ୍ୱକପରେ ନଜର ଆସିବେ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ସୂର୍ଯ୍ୟ କୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଋଷଭ ପନ୍ତ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜି ଚହଲ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ।

ରିଜର୍ଭ ଖେଳାଳି: ଶୁବମନ ଗିଲ, ରିଙ୍କୁ ସିଂହ, ଖଲୀଲ ଅହମଦ ଓ ଆବେଶ ଖାନ।

Bcci Rohit Sharma T20 Match T20 World Cup T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe