Advertisment

ଜୟ ଶାହ ହେବେ ICC ଅଧ୍ୟକ୍ଷ!

BCCI ସଚିବ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଜୟ ଶାହ ହୋଇପାରନ୍ତି ୃଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)ର ଚେୟାରମ୍ୟାନ୍।

author-image
Debibandita Barick
 Jay Shah

Jay Shah

ଜୟ ଶାହ ହେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଅଧ୍ୟକ୍ଷ! ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ ଇନ୍ ଇଣ୍ଡିଆ (BCCI) ସଚିବ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ସରିବା ପରେ ସେ ଏହି ଦାୟିତ୍ୱ ନେଇପାରନ୍ତି।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର 30ରେ ଶେଷ ହେବା ପରେ ସେ ଏହି ପଦରୁ ଇସ୍ତଫା ଦେବେ। ତୃତୀୟ ଥର ପାଇଁ ଆଇସିସି ଅଧ୍ୟକ୍ଷ ହେବାକୁ ସେ ନିଜ ଆଡ଼ୁ ମନା କରି ଦେଇ ଥିବାରୁ ଜୟ ଶାହଙ୍କ ନାମ ଚର୍ଚ୍ଚାରେ ରହିଛି। ସେପଟେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଜୟ ଶାହଙ୍କୁ ସମର୍ଥନ ଜଣାଇଛନ୍ତି। ଫଳରେ ଜୟ ଶାହ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

ପ୍ରକାଶ ଥାଉକି, ଆଇସିସି ଅଧ୍ୟକ୍ଷ ପ୍ରତ୍ୟେକ ଦୁଇ ବର୍ଷ ଲେଖାଏଁ ତିନି ଟର୍ମ ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ 2020ରେ ଆଇସିସିର ସ୍ୱାଧୀନ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ। 2022ରେ ମଧ୍ୟ ପୁନର୍ବାର ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ନଭେମ୍ବରରେ ତାଙ୍କର ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବ। କିନ୍ତୁ ସେ ତୃତୀୟ ଥର ପାଇଁ ଆଇସିସି ଅଧ୍ୟକ୍ଷ ପଦ ପାଇଁ ନିର୍ବଚାନ ଲଢିବେ ନାହିଁ ବୋଲି ମନା କରି ଦେଇଛନ୍ତି।  

Advertisment

ନଭେମ୍ବରରେ ତାଙ୍କ କାର୍ଯ୍ୟକାଳ ସରିବା ପରେ ସେ ଏହି ପଦରୁ ଇସ୍ତଫା ଦେବେ ବୋଲି ଆଇସିସିକୁ ଜଣାଇ ସାରିଛନ୍ତି। ଫଳରେ ନୂଆ ଅଧ୍ୟକ୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ନିର୍ବାଚନ କରିବାକୁ ପଡିବ। ଯଦି ଏକାଧିକ ବ୍ୟକ୍ତି ନାମାଙ୍କନ ଦାଖଲ କରନ୍ତି, ତେବେ ନିଶ୍ଚିତ ରୂପେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ଅଗଷ୍ଟ 27 ରହିଛି। 

ଆଇସିସି ନିୟମ ଅନୁସାରେ, ଚେୟାରମ୍ୟାନ୍ ନିର୍ବାଚନରେ ​​16ଟି ଭୋଟ୍ ରହିଛି। ପୂର୍ବରୁ ଅଧ୍ୟକ୍ଷ ହେବାକୁ ହେଲେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପଡୁଥିଲା। ବର୍ତ୍ତମାନ କିନ୍ତୁ  ବିଜୟ ହେବା ପାଇଁ ପ୍ରାର୍ଥୀଙ୍କୁ ନଅଟି ଭୋଟ୍ ଅର୍ଥାତ୍ 51% ସମର୍ଥନ ସହ ସଂଖ୍ୟାଗରିଷ୍ଠତା ଆବଶ୍ୟକ। ଯଦି ଜୟ ଶାହ ଏଥିପାଇଁ ନାମାଙ୍କନ ଭରନ୍ତି, ତେବେ ସେ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଭୋଟ୍ ଦେବାକୁ ଥିବା 16 ଜଣ ସଦସ୍ୟଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି।

ଏପରି ହେଲେ ସେ ତୃତୀୟ ଭାରତୀୟ ଭାବେ ଏହି ପଦରେ ଅଳଙ୍କୃତ ହେବେ। ଏହା ପୂର୍ବରୁ ଜଗମୋହନ ଡାଲମିଆ 1997ରୁ 2000 ପର୍ଯ୍ୟନ୍ତ ଏବଂ ଶରଦ ପାୱାର 2010ରୁ 2012 ପର୍ଯ୍ୟନ୍ତ ଆଇସିସିର ମୁଖ୍ୟ ପଦରେ ରହିଥିଲେ। 

ICC Jay Shah ICC Chairman ICC Chairman Election