Advertisment

ରଣଜୀ ଖେଳୁ ନଥିବା ଷ୍ଟାର କ୍ରିକେଟରଙ୍କୁ ଖୋଲା ଚେତାବନୀ ଦେଲେ ଜୟ ଶାହ

ଶ୍ରୀ ଶାହଙ୍କ କହିବା କଥା ଯେ ବିସିସିଆଇ ଆଇପିଏଲର ସଫଳତାରେ ବେଶ ଖୁସି। କିନ୍ତୁ ଖେଳାଳିମାନେ ଘରୋଇ କ୍ରିକେଟ ଅପେକ୍ଷା ଆଇପିଏଲକୁ ଗୁରୁତ୍ୱ ଦେବା ଠିକ ନୁହେଁ। ଏପରି ଆଶା ବିସିସିଆଇ କେବେ କରି ନଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Ishan Kishan

Ishan Kishan

ଈଶାନ କିଶନ ଓ ଶ୍ରେୟସ ଆୟରଙ୍କ ଭଳି ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଥିବା ଷ୍ଟାର ଖେଳାଳିଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ବିସିସିଆଇର ସମ୍ପାଦକ ଜୟ ଶାହ। କଣ୍ଟ୍ରାକ୍ଟରେ ଥିବା ଖେଳାଳିମାନେ ଯେମିତି ହେଲେ ଘରୋଇ କ୍ରିକେଟ ଖେଳିବା ଦରକାର। ରଣଜୀ ଟ୍ରଫି ଖେଳିବା ପରେ ହିଁ ଜଣେ ଖେଳାଳି ଜାତୀୟ ଟିମର ଚୟନ ପ୍ରକ୍ରିୟା ପାଇଁ ଉପଲବ୍ଧ ହୋଇପାରିବେ ବୋଲି ଜୟ ଶାହ କହିଛନ୍ତି।

Advertisment

ଶ୍ରୀ ଶାହଙ୍କ କହିବା କଥା ଯେ ବିସିସିଆଇ ଆଇପିଏଲର ସଫଳତାରେ ବେଶ ଖୁସି। କିନ୍ତୁ ଖେଳାଳିମାନେ ଘରୋଇ କ୍ରିକେଟ ଅପେକ୍ଷା ଆଇପିଏଲକୁ ଗୁରୁତ୍ୱ ଦେବା ଠିକ ନୁହେଁ। ଏପରି ଆଶା ବିସିସିଆଇ କେବେ କରି ନଥିଲା।

ଜୟ ଶାହ ଗୋଟିଏ ଚିଠି ଲେଖି ସବୁ କ୍ରିକେଟରଙ୍କୁ କହିଛନ୍ତି ଯେ “ବର୍ତ୍ତମାନ ଗୋଟିଏ ଟ୍ରେଣ୍ଡି ଆରମ୍ଭ ହୋଇଛି ଓ ଏହା ଅତ୍ୟନ୍ତ ଚିନ୍ତାଜନକ। କିଛି ଖେଳାଳି ଘରୋଇ କ୍ରିକେଟ ଅପେକ୍ଷା ଆଇପିଏଲକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏପରି ଆଶା ସେମାନଙ୍କ ଠାରୁ କେବେ ନଥିଲା। ଭାରତୀୟ କ୍ରିକେଟ ଟିମ ଆଜି ଯେଉଁଠି ବି ପହଞ୍ଚିଛି, ତା’ର ମୂଳଦୁଆ ଘରୋଇ କ୍ରିକେଟ ହିଁ ସବୁବେଳେ ରହିଛି। ଏହାର ମୂଲ୍ୟ ଆମ ଦୃଷ୍ଟିରେ କମି ନାହିଁ କିମ୍ବା ବଦଳି ନାହିଁ। 

Advertisment

ଘରୋଇ କ୍ରିକେଟ ହେଉଛି ଭାରତୀୟ କ୍ରିକେଟର ମେରୁଦଣ୍ଡ। ଏହା ଭାରତୀୟ ଟିମର ମୁଖ୍ୟ ଉତ୍ସ। ଯେଉଁ କ୍ରିକେଟରମାନେ ଭାରତ ପାଇଁ ଖେଳିବାକୁ ଚାହୁଁଛନ୍ତି, ସେମାନଙ୍କୁ ପ୍ରଥମେ ଘରୋଇ କ୍ରିକେଟରେ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। ଘରୋଇ କ୍ରିକେଟରେ କରିଥିବା ପ୍ରଦର୍ଶନ ହିଁ ଚୟନ ପାଇଁ ମୁଖ୍ୟ ସୂତ୍ର। ଘରୋଇ କ୍ରିକେଟରେ ଭାଗ ନ ନେଲେ, ଏହାର ଅନେକ ଗୁରୁତର ପ୍ରଭାବ ଖେଳାଳିଙ୍କ ଉପରେ ପଡ଼ିବ।”

ବିଭିନ୍ନ କାରଣ ପାଇଁ ଈଶାନ କିଶନ, ଶ୍ରେୟସ ଆୟର ଓ ଦୀପକ ଚହର ଭାରତୀୟ ଟିମରୁ ବାଦ ପଡ଼ିଛନ୍ତି। ଆୟର କେନ୍ଦ୍ରୀୟ କଣ୍ଟ୍ରାକ୍ଟର ବି ବର୍ଗରେ ଥିବା ବେଳେ ଈଶାନ ଗ୍ରେଡ ସିରେ ରହିଛନ୍ତି। ଦୀପକ ଚହରଙ୍କୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି।

ଈଶାନ ଶେଷ ଥର ଗୌହାଟୀରେ ଭାରତ ପାଇଁ ଟି-୨୦ ଖେଳିଥିଲେ। ଏହାପରେ ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳି ନଥିଲା। ୨୫ ବର୍ଷୀୟ ଈଶାନଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସ୍କ୍ୱାଡରେ ରଖାଯାଇଥିଲା। ହେଲେ ସେ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନଥିଲେ।

ଗତବର୍ଷ ୱେଷ୍ଟଇଣ୍ଡିଜ ଟୁର ବେଳେ ସେ ଭାରତ ପାଇଁ ୱିକେଟ କିପିଂ କରିଥିଲେ। କିନ୍ତୁ ବର୍ତ୍ତମାନ ଚାଲିଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କ ନାଁକୁ ବିଚାରକୁ ନିଆଯାଇ ନାହିଁ। ତଥାପି ବି ସେ ରଣଜୀ ଟ୍ରଫିରେ ଝାରଖଣ୍ଡ ପାଇଁ ଖେଳି ନାହାନ୍ତି।

ଶ୍ରେୟସ ଆୟରଙ୍କୁ ଖରାପ ପ୍ରଦର୍ଶନ ପାଇଁ ଇଂଲଣ୍ଡ ବିପକ୍ଷ ଶେଷ ୩ ଟେଷ୍ଟରୁ ବାଦ ଦିଆଯାଇଛି। ସେ ଏବେ ଭାରତୀୟ ଦଳରୁ ବାହାରେ ରହି ଥିଲେ ହେଁ ରଣଜୀ ଟ୍ରଫିରେ ଘରୋଇ ଟିମ ପାଇଁ ଖେଳୁ ନାହାନ୍ତି।

ଦୀପକ ଚହର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ରୁ ମେଡିକାଲ କାମ ପାଇଁ ନିଜ ନାଁକୁ ପ୍ରତ୍ୟାହାର କରି ନେଇ ଥିଲେ। ତାଙ୍କ ବାପା ବ୍ରେନ ଷ୍ଟ୍ରୋକର ସମ୍ମୁଖୀନ ହେବାରୁ ଚହର ଦକ୍ଷିଣ ଆଫ୍ରିକା ମଧ୍ୟ ଯାଇ ନଥିଲେ। ସେ ମଧ୍ୟ ଏବେ ରଣଜୀ ଟ୍ରଫି ଖେଳୁ ନାହାନ୍ତି।

Bcci Jay Shah Ishan Kishan