Advertisment

କଞ୍ଜୁସି ବୋଲିଂ କରି ଇତିହାସ ରଚିଲେ ୱେଷ୍ଟଇଣ୍ଡିଜର ଏହି ବୋଲର

ସିଲ୍ସ ଟେଷ୍ଟ କ୍ରିକେଟରେ ସବୁଠାରୁ କଞ୍ଜୁସ ବୋଲର ବା ସବୁଠାରୁ କମ ରନ ଖର୍ଚ୍ଚ କରିଥିବା ଖେଳାଳିଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

author-image
Hemant Lenka
Jayden Seales

Jayden Seales

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଜାୟଡେନ ସିଲ୍ସ। ସେ ପୁରୁଷ ଟେଷ୍ଟରେ ସବୁଠାରୁ କଞ୍ଜୁସି ବୋଲିଂ କରି ନିଜ ନାଁକୁ ରେକର୍ଡ ବୁକରେ ସାମିଲ କରିଛନ୍ତି।

Advertisment

ସିଲ୍ସ ଟେଷ୍ଟ କ୍ରିକେଟରେ ସବୁଠାରୁ କଞ୍ଜୁସ ବୋଲର ବା ସବୁଠାରୁ କମ ରନ ଖର୍ଚ୍ଚ କରିଥିବା ଖେଳାଳିଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ଏପରି କୀର୍ତ୍ତିମାନ ହାସଲ କରିବା ସହ ବାଂଲାଦେଶ ବିପକ୍ଷରେ ୪ ୱିକେଟ ମଧ୍ୟ ଦଖଲ କରିଛନ୍ତି।

ସିଲ୍ସ ୧୫.୫ ଓଭରରେ ୧୦ଟି ମେଡେନ ନେବା ସହ କେବଳ ୫ ରନ ଦେଇଛନ୍ତି। ଏହି ଘାତକ ବୋଲିଂ ଜରିଆରେ ସେ ବାଂଲାଦେଶର ୪ ଜଣ ବ୍ୟାଟରଙ୍କୁ ମଧ୍ୟ ଆଉଟ କରିଛନ୍ତି। ୨୩ ବର୍ଷୀୟ ସିଲ୍ସଙ୍କ ଇକୋନୋମୀ ରେଟ ୦.୩୦ ରହିଛି। ୧୯୬୩-୬୪ ପର ଠାରୁ କୌଣସି ବୋଲର ଟେଷ୍ଟ କ୍ରିକେଟରେ ଏପରି କଞ୍ଜୁସି ବୋଲିଂ କରି ନଥିଲେ।

Advertisment

ଏକବିଂଶ ଶତାବ୍ବୀରେ ସବୁଠାରୁ କଞ୍ଜୁସି ବୋଲିଂର ରେକର୍ଡ ଉମେଶ ଯାଦବଙ୍କ ନାଁରେ ରହିଥିଲା। ସେ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୨୧ ଓଭର ବୋଲିଂ କରି ୧୬ଟି ମେଡେନ ନେବା ସହ କେବଳ ୯ ରନ ଦେଇଥିଲେ। ତାଙ୍କ ଖାତାକୁ ୩ଟି ୱିକେଟ ମଧ୍ୟ ଯାଇଥିଲା। ଉମେଶଙ୍କ ଇକୋନୋମୀ ରେଟ ୦.୪୨ ରହିଥିଲା। ହେଲେ ସିଲ୍ସ ଏବେ ତାଙ୍କୁ ଅତିକ୍ରମ କରି ଯାଇଛନ୍ତି।

ଉମେଶଙ୍କ ବ୍ୟତୀତ ଏକବିଂଶ ଶତାବ୍ବୀରେ ଅଷ୍ଟ୍ରେଲିଆର ନାଥନ ଲାୟନ ସବୁଠାରୁ କଞ୍ଜୁସି ବୋଲିଂ କରିଥିଲେ। ସେ ୨୦୧୪-୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୨୨ ଓଭରରେ ୧୭ଟି ମେଡେନ ନେବା ସହ ୧୭ ରନ ଦେଇଥିଲେ। ତାଙ୍କୁ କୌଣସି ୱିକେଟ ମିଳି ନଥିଲେ ହେଁ ତାଙ୍କ ଇକୋନୋମୀ ରେଟ ୦.୪୫ ରହିଥିଲା।

ଅନ୍ୟପକ୍ଷରେ ଟେଷ୍ଟ କ୍ରିକେଟରେ ସବୁଠାରୁ କଞ୍ଜୁସି ବୋଲିଂର ରେକର୍ଡ ଭାରତର ବାପୁ ନଦକରିନଙ୍କ ନାଁରେ ରହିଛି। ସେ ୧୯୬୩-୬୪ରେ ଇଂଲଣ୍ଡ ବିପକ୍ଷ ଚେନ୍ନାଇ ଟେଷ୍ଟରେ ୩୨ ଓଭର ବୋଲିଂ କରି ୨୭ଟି ମେଡେନ ନେବା ସହ କେବଳ ୫ ରନ ଦେଇଥିଲେ। ତାଙ୍କ ଇକୋନୋମୀ ରେଟ ୦.୧୫ ରହିଥିଲା। ଏବେ କଞ୍ଜୁସି ବୋଲିଂ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ସେଲ୍ସ ରହିଛନ୍ତି। 

ତୃତୀୟ ସ୍ଥାନରେ ଇଂଲଣ୍ଡର ଜିମ ଲାକେର ୦.୩୭(୧୫୬-୫୭), ୪ର୍ଥରେ ଅଷ୍ଟ୍ରେଲିଆର ଜିମ ବୁରକେ ୦.୪୫(୧୯୫୭-୫୮), ୫ମରେ ଇଂଲଣ୍ଡର ଡାଭିନ ଆଲେନ ୦.୪୨(୧୯୬୫-୬୬), ୬ଷ୍ଠରେ ଭାରତ ଉମେଶ ଯାଦବ ୦.୪୨(୨୦୧୫-୧୬), ୭ମରେ ଭାରତର ମନିନ୍ଦର ସିଂହ(୧୯୮୬), ୦.୪୩, ୮ମରେ ଇଂଲଣ୍ଡର ଜିମ ଲାକେର ୦.୪୪(୧୯୫୬), ୯ମରେ ଇଂଲଣ୍ଡର ଡେରେକ ଅଣ୍ତରଉଡ ୦.୪୪(୧୯୬୮) ଓ ୧୦ମରେ ନାଥନ ଲାୟନ ୦.୪୫(୨୦୧୪୦୧୫) ରହିଛନ୍ତି।

Test Cricket Test Match Jayden Seales