Advertisment

ଲର୍ଡସରେ ଅବସର ନେବେ ଝୁଲଣ ଗୋସ୍ୱାମୀ

କୋଲକାତା: ଆସନ୍ତା ଶନିବାର (ସେପ୍ଟେମ୍ବର ୨୪) ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅନ୍ୟତମ ଲୋକପ୍ରିୟ ଖେଳାଳି ଝୁଲଣ ଗୋସ୍ୱାମୀ। ଝୁଲଣ ଅବସର ନେବା କଥା ଆଜି ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଲଣ୍ଡନର ପ୍ରସିଦ୍ଧ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଶନିବାର ଝୁଲଣ ଖେଳିବେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ […]

ଅଦ୍ୟତନ ହୋଇଛି
ଲର୍ଡସରେ ଅବସର ନେବେ ଝୁଲଣ ଗୋସ୍ୱାମୀ

Jhulan

Advertisment

କୋଲକାତା: ଆସନ୍ତା ଶନିବାର (ସେପ୍ଟେମ୍ବର ୨୪) ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅନ୍ୟତମ ଲୋକପ୍ରିୟ ଖେଳାଳି ଝୁଲଣ ଗୋସ୍ୱାମୀ। ଝୁଲଣ ଅବସର ନେବା କଥା ଆଜି ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଲଣ୍ଡନର ପ୍ରସିଦ୍ଧ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଶନିବାର ଝୁଲଣ ଖେଳିବେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରିବେ ଝୁଲଣ। ଗତ ମାର୍ଚ୍ଚ ମାସରେ ନ୍ୟୁଜିଲ୍ୟାଣ୍ଡରେ ବିଶ୍ୱକପ୍‌ ପରେ ଇଂଲଣ୍ଡ ଗସ୍ତ ପାଇଁ ଟିମ୍‌କୁ ଫେରିଥିଲେ ଝୁଲଣ।

Advertisment

ଗାଙ୍ଗୁଲି କହିଛନ୍ତି, ମୁଁ ଝୁଲଣଙ୍କ ପାଇଁ ବହୁତ ଖୁସି। ତାଙ୍କୁ ପାଖାପାଖି ୪୦ ବର୍ଷ ହେଲାଣି। ତାଙ୍କ କ୍ୟାରିୟର ବେଶ୍ ସ୍ମରଣୀୟ। ତେବେ ପ୍ରତ୍ୟେକ ଖେଳାଳିଙ୍କୁ ଦିନେ ନା ଦିନେ ଏମିତି ନିଷ୍ପତ୍ତି ନେବାକୁ ହୁଏ। ଝୁଲଣ ଜଣେ ରୋଲ୍ ମଡେଲ। ସେ ଲର୍ଡ୍ସରେ ତାଙ୍କ କ୍ୟାରିୟର ଶେଷ କରିବାକୁ ଯାଉଛନ୍ତି। ଆଉ ଲର୍ଡ୍ସରେ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବା ଏକ ସ୍ୱପ୍ନ।

ଝୁଲଣ ୨୦୩ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ତାଙ୍କ ନାଁରେ ରହିଛି ସର୍ବାଧିକ ୱିକେଟ୍ ନେବାର ବିଶ୍ୱରେକର୍ଡ। ସେ ୨୫୩ଟି ୱିକେଟ୍ ନେଇଛନ୍ତି। ଝୁଲଣ ୧୨ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୪୪ଟି ୱିକେଟ୍ ନେଇଛନ୍ତି। ସେହିପରି ୬୮ଟି ଟି-ଟ୍ୱେଣ୍ଟିରୁ ସେ ୫୬ଟି ୱିକେଟ୍ ନେଇଛନ୍ତି।

Advertisment

ଦୀର୍ଘ ୨୦ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁଛନ୍ତି ଝୁଲଣ। ସେ ୨୦୦୨ରେ ଇଂଲଣ୍ଡ ବିରୋଧରେ ଦିନିକିଆରେ ଡେବ୍ୟୁ କରିଥିଲେ। ସେହିବର୍ଷ ସେ ଇଂଲଣ୍ଡ ବିରୋଧରେ ଟେଷ୍ଟରେ ମଧ୍ୟ ଡେବ୍ୟୁ କରିଥିଲେ। ୨୦୨୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ୨୦୦୬ରେ ସେ ଇଂଲଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ। ୨୦୧୮ରେ ବାଂଲାଦେଶ ବିପକ୍ଷରେ ସେ ତାଙ୍କ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe