Advertisment

ଧୱନଙ୍କ ବଦଳରେ ‘କ୍ୟାପ୍ଟେନ୍ସ ମିଟ୍‌’ରେ ଫଟୋ ଉଠାଇଲେ ଜିତେଶ, ଜାଣନ୍ତୁ କାରଣ

କ୍ୟାପ୍ଟେନ୍ସ ମିଟରେ ଦୁଇଟି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି।

IPL

IPL

Advertisment

ଆସନ୍ତାକାଲି ଠାରୁ ଆଇପିଏଲର ୧୭ତମ ସଂସ୍କରଣ ଆରମ୍ଭ ହେଉଛି। ଏହାପୂର୍ବରୁ ୧୦ଟି ଯାକ ପ୍ରାଞ୍ଚାଇଜ ନିଜ ନିଜର ପ୍ରସ୍ତୁତି ଶେଷ କରିଛନ୍ତି। ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଆଜି ୧୦ଟି ଯାକ ଦଳକୁ ନେଇ କ୍ୟାପ୍ଟେନ୍ସ ମିଟ ହୋଇଛି।

Advertisment

ଏହି କାର୍ଯ୍ୟକ୍ରମରେ ସବୁ ଦଳର ଅଧିନାୟକ ଏକାଠି ହୋଇ ଆଇପିଏଲ ଟ୍ରଫି ସହ ଫଟୋ ଉଠାଇଛନ୍ତି। କ୍ୟାପ୍ଟେନ୍ସ ମିଟରେ ଦୁଇଟି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି।

ପ୍ରଥମତଃ ଚେନ୍ନାଇ ସୁପର କିଙ୍ଗସକୁ ମହେନ୍ଦ୍ର ସିଂହ ଧୋନିଙ୍କ ବଦଳରେ ଋତୁରାଜ ଗାଏକ୍ୱାଡ ପ୍ରତିନିଧିତ୍ୱ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଜଣାପଡ଼ିଥିଲା ଯେ ଧୋନି ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ୨୦୨୪ ଆଇପିଏଲରେ ଋତୁରାଜଙ୍କ ନେତୃତ୍ୱରେ ଚେନ୍ନାଇ ଲଢ଼େଇ କରିବ।

Advertisment

ସେହିପରି ଆଉ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ହେଲା ପଞ୍ଜାବ କିଙ୍ଗସ ପକ୍ଷରୁ ଯୁବ ଖେଳାଳି ଜିତେଶ ଶର୍ମା ଫଟୋ ଶୁଟକୁ ଆସିଥିଲେ। ପଞ୍ଜାବ କିଙ୍ଗସର ଅଧିନାୟକ ହେଉଛନ୍ତି ଶିଖର ଧୱନ। କ’ଣ ଧୋନିଙ୍କ ଭଳି ଧୱନ ମଧ୍ୟ ଅଧିନାୟକ ପଦ ଛାଡ଼ି ଦେଲେ କି ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା।

ତେବେ ଏହି ଦ୍ୱନ୍ଦ୍ୱ ଭିତରେ ପଞ୍ଜାବ କିଙ୍ଗସ ସବୁ ପ୍ରଶ୍ନର ଉତ୍ତର ଦେଇଛି। ପ୍ରାଞ୍ଚାଇଜ ନିଶ୍ଚିତ କରିଛି ଯେ ଧୱନ ହିଁ ୨୦୨୪ରେ ପଞ୍ଜାବ କିଙ୍ଗସର ନେତୃତ୍ୱ ନେବେ। ଜିତେଶ ଶର୍ମା ତାଙ୍କ ଡେପୁଟି ଭାବେ ଦାୟିତ୍ୱ ସମ୍ପାଦନ କରିବେ। କୌଣସି କାରଣ ବଶତଃ ଆଜି ଧୱନ ଫଟୋ ଶୁଟକୁ ଆସି ପାରି ନଥିଲେ। ତେଣୁ ଜିତେଶ ଉପ ଅଧିନାୟକ ଭାବେ ଅନ୍ୟ ଦଳର କ୍ୟାପ୍ଟେନ୍ସଙ୍କ ସହ ଫଟୋ ଉଠାଇଛନ୍ତି।

ଗତ ଦୁଇଟି ଯାକ ସିଜିନରେ ଜିତେଶ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୫୪୩ ରନ କରିଥିଲେ ହେଁ ତାଙ୍କ ଷ୍ଟ୍ରାଇକ ରେଟ ୧୫୯.୨୪ ରହିଛି। ଗତ ସଂସ୍କରଣରେ ସେ କେବଳ ୩୦୯ ରନ କରିଥିଲେ। ବ୍ୟାଟିଂ ଓ ଦମଦାର କିପିଂ ଯୋଗୁ ତାଙ୍କୁ ଭାରତୀୟ ଟିମରେ ମଧ୍ୟ ସୁଯୋଗ ମିଳିଥିଲା। ଏବେ ୨୦୨୪ରେ ସେ ଆହୁରି ଭଲ ପ୍ରଦର୍ଶନ କରି ଭାରତୀୟ ଟିମରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସ ତା’ର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଏହି ମ୍ୟାଚ୍‌ଟି ୨୩ ତାରିଖରେ ଖେଳାଯିବ। 

IPL CSK IPL 2024 Punjab Kings
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe