Advertisment

Rising Stars Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ: ଜିତେଶ ଶର୍ମା ଅଧିନାୟକ, ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ରାଇଜିଂ ଷ୍ଟାର୍ସ ଏସିଆ କପରେ ମୋଟ ୮ଟି ଦଳ ଭାଗ ନେବେ। ଭାରତ ଗ୍ରୁପ ବି’ରେ ରହିଛି। ଏହି ଗ୍ରୁପରେ ଓମାନ, ୟୁଏଇ ଓ ପାକିସ୍ତାନ ରହିଛନ୍ତି। ଅର୍ଥାତ ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ-ପାକିସ୍ତାନ ଟକ୍କର ଦେଖିବାକୁ ମିଳିବ।

author-image
Hemant Lenka
jitesh-sharma

ଜିତେଶ ଶର୍ମା

ନଭେମ୍ବର ୧୪ରୁ ଆରମ୍ଭ ହେବ ରାଇଜିଂ ଷ୍ଟାର୍ସ ଏସିଆ କପ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଏ ଟିମର ନେତୃତ୍ୱ ନେବେ ୱିକେଟ କିପର ବ୍ୟାଟର ଜିତେଶ ଶର୍ମା। ନଭେମ୍ବର ୨୩ ଯାଏ କତରର ଦୋହାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ(Asia Cup)ରେ ନମନ ଧୀର ଉପ ଅଧିନାୟକ ଭାବେ କାମ କରିବେ।

Advertisment

ମଙ୍ଗଳବାର ବିସିସିଆଇ ପକ୍ଷରୁ ଇଣ୍ଡିଆ ଏ ଟିମର ଘୋଷଣା କରାଯାଇଛି। ପ୍ରଥମଥର ପାଇଁ ଯୁବ ଟିମରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଛି। ସେ ଦଳରେ ଓପନର ଭାବେ ସ୍ଥାନ ପାଇଛନ୍ତି। 

ସୂର୍ଯ୍ୟବଂଶୀଙ୍କ ସହ ସ୍କ୍ୱାଡରେ ପ୍ରିୟାଂଶ ଆର୍ଯ୍ୟ ରହିଛନ୍ତି। ଆଇପିଏଲରେ କମାଲ କରିଥିବା ନେହାଲ ୱାଧେରା, ସୂର୍ଯ୍ୟାଂଶ ଶେଡଗେ, ରମଣଦୀପ ସିଂହ ଓ ଆଶୁତୋଷ ଶର୍ମାଙ୍କ ଭଳି ବ୍ୟାଟରଙ୍କୁ ସୁଯୋଗ ମିଳିଛି। ଅଭିଷେକ ପୋରେଲ ଦ୍ୱିତୀୟ ୱିକେଟ କିପର ଭାବେ ସ୍କ୍ୱାଡରେ ରହିଛନ୍ତି।

Advertisment

ଗୁରଜପନୀତ ସିଂହ, ୟାଶ ଠାକୁର, ବିଜୟ କୁମାର ବୈଶାଖ, ଯୁଦ୍ଧବୀର ସିଂହ ରୂପରେ ୪ ଜଣ ଦ୍ରୁତ ବୋଲରଙ୍କୁ ଦଳରେ ରଖାଯାଇଛି। ସ୍ପିନ ବୋଲିଂ ବାହିନୀରେ ସୂୟାଶ ଶର୍ମା ଓ ହର୍ଷ ଦୁବେ ରହିଛନ୍ତି। 

୧୫ ଜଣିଆ ସ୍କ୍ୱାଡ ବ୍ୟତୀତ ବିସିସିଆଇ ୫ ଜଣଙ୍କୁ ଷ୍ଟାଣ୍ଡବାଇରେ ରଖିଛି। ଗୁରନୁର ସିଂହ ବ୍ରାର, କୁମାର କୁଶଗ୍ରା, ତନୁଶ କୋଟିଆନ, ସମୀର ରିଜଭୀ ଓ ଶେକ ରଶିଦଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। 

ରାଇଜିଂ ଷ୍ଟାର୍ସ ଏସିଆ କପରେ ମୋଟ ୮ଟି ଦଳ ଭାଗ ନେବେ। ଭାରତ(Team India) ଗ୍ରୁପ ବି’ରେ ରହିଛି। ଏହି ଗ୍ରୁପରେ ଓମାନ, ୟୁଏଇ ଓ ପାକିସ୍ତାନ ରହିଛନ୍ତି। ଅର୍ଥାତ ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ-ପାକିସ୍ତାନ ଟକ୍କର ଦେଖିବାକୁ ମିଳିବ। ଗ୍ରୁପ ଏ’ରେ ଆଫଗାନିସ୍ତାନ, ଶ୍ରୀଲଙ୍କା, ହଂକଂ ଓ ବାଂଲାଦେଶ ରହିଛନ୍ତି। 

ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଇମର୍ଜିଂ ଏସିଆ କପ ଭାବେ ଖେଳା ଯାଉଥିଲା। କିନ୍ତୁ ଏଥର ଏହାର ନାଁକୁ ବଦଳାଇ ରାଇଜିଂ ଷ୍ଟାର୍ସ ଏସିଆ କପ ରଖାଯାଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍‌ ଖେଳାଯିବ। ପ୍ରତି ଦଳ ନିଜ ନିଜ ଗ୍ରୁପରେ ଥିବା ଦଳ ଗୁଡ଼ିକ ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ।

ଏହାପରେ ପ୍ରତି ଗ୍ରୁପରୁ ଟପ ୨ ଟିମ ସେମି ଫାଇନାଲକୁ ଯିବେ। ଏହାପରେ ଗ୍ରୁପ ଏର ଟପ ଟିମ ଓ ଗ୍ରୁପ ବିର ରନର୍ସ ଅପ ଟିମ ମଧ୍ୟରେ ଏବଂ ଗ୍ରୁପ ବି’ର ଟପ ଟିମ ଓ ଗ୍ରୁପ ଏର ରନର୍ସ ଅପ ମଧ୍ୟରେ ସେମି ଫାଇନାଲ ଖେଳାଯିବ। ୨୩ ତାରିଖରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଏସିସି କହିଛି। 

ଭାରତୀୟ ସ୍କ୍ୱାଡ: ପ୍ରିୟାଂଶ ଆର୍ଯ୍ୟ, ବୈଭବ ସୂର୍ଯ୍ୟବଂଶୀ, ନେହାଲ ୱାଧେରା, ନମନ ଧୀର(ଉପ ଅଧିନାୟକ), ସୂର୍ଯ୍ୟାଂଶ ଶେଡଗେ, ଜିତେଶ ଶର୍ମା(ଅଧିନାୟକ/ୱିକେଟ କିପର), ରମଣଦୀପ ସିଂହ, ହର୍ଷ ଦୁବେ, ଆଶୁତୋଷ ଶର୍ମା, ୟାଶ ଠାକୁର, ଗୁରଜପନୀତ ସିଂହ, ବିଜୟ କୁମାର ବୈଶାଖ, ଯୁଦ୍ଧବୀର ସିଂହ, ଅଭିଷେକ ପୋରେଲ(ୱିକେଟ କିପର) ଓ ସୂୟାଶ ଶର୍ମା। 

Team India Asia Cup