ପାକିସ୍ତାନ ବିପକ୍ଷରେ ରୁଟଙ୍କ ଦ୍ୱିଶତକ, ଭାଙ୍ଗିଲେ ସଚିନଙ୍କ ୩ ବଡ଼ ରେକର୍ଡ

ରୁଟ ପାକିସ୍ତାନ ବିପକ୍ଷ ମୁଲତାନରେ ଡବଲ ସେଞ୍ଚୁରୀ ହାସଲ କରି ସଚିନ ତେନ୍ଦୁଲକରଙ୍କ ନାଁରେ ଥିବା ୩ ବଡ଼ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Root

ରୁଟ ଓ ସଚିନ

Hemant Lenka
  • Published: Thursday, 10 October 2024
  • Updated: 10 October 2024, 04:35 PM IST

Sports

Latest News

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର। ଏ ଦିଗରେ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ ଜୋ ରୁଟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛନ୍ତି।

ଇଂଲଣ୍ଡର ଅନେକ ପୂର୍ବତନ ଖେଳାଳି ମଧ୍ୟ ରୁଟ ଟେଷ୍ଟ କ୍ରିକେଟରେ ସଚିନଙ୍କ ରେକର୍ଡକୁ ଭାଙ୍ଗି ଦେବେ ବୋଲି ଆଶା ରଖିଛନ୍ତି। ଏସବୁ ଭିତରେ ରୁଟ ପାକିସ୍ତାନ ବିପକ୍ଷ ମୁଲତାନରେ ଡବଲ ସେଞ୍ଚୁରୀ ହାସଲ କରି ସଚିନ ତେନ୍ଦୁଲକରଙ୍କ ନାଁରେ ଥିବା ୩ ବଡ଼ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ରୁଟ ମୁଲତାନ ଟେଷ୍ଟର ୪ର୍ଥ ଦିନରେ ନିଜ ଟେଷ୍ଟ କ୍ୟାରିୟରରେ ୬ଷ୍ଠ ଥର ପାଇଁ ଦୁଇ ଶତକ ହାସଲ କରିବା ପରେ ୨୬୨ ରନରେ ଆଉଟ ହୋଇଯାଇଛନ୍ତି। ତେବେ ସେ ଆଉଟ ହେବା ପୂର୍ବରୁ ୪ର୍ଥ ଥର ପାଇଁ ବିଦେଶ ମାଟିରେ ଦୁଇ ଶତକ ହାସଲ କରିବାର କୀର୍ତ୍ତିମାନ ଛୁଇଁଛନ୍ତି।

ଏହି ମାମଲାରେ ୩୩ ବର୍ଷୀୟ ରୁଟ ମାଷ୍ଟରବ୍ଲାଷ୍ଟର ତେନ୍ଦୁଲକରଙ୍କୁ ଟପି ଯାଇଛନ୍ତି। ସଚିନ ନିଜର ଲମ୍ବା ଟେଷ୍ଟ କ୍ୟାରିୟର ମଧ୍ୟରେ ୩ ଥର ବିଦେଶ ମାଟିରେ ଡବଲ ଟନ ହାସଲ କରିଥିଲେ। 

Also Read

ସଚିନ ଓ ଜୋ ରୁଟ ସମାନ ୬ଥର ଡବଲ ସେଞ୍ଚୁରୀ ହାସଲ କରିପାରିଛନ୍ତି। କିନ୍ତୁ ସଚିନ ଘରୋଇ ମାଟିରେ ୩ଥର ଓ ବିଦେଶ ମାଟିରେ ୩ଥର ଦୁଇ ଶତକ ମାରିଥିଲେ। ରୁଟ ଘରୋଇ ମାଟିରେ ୨ଟି ଓ ବିଦେଶ ମାଟିରେ ୪ଟି ଦୁଇ ଶତକ ହାସଲ କରିଛନ୍ତି।

ପାକିସ୍ତାନ ହେଉଛି ୫ମ ଦେଶ ଯେଉଁଠାରେ ରୁଟ ତାଙ୍କ ଟେଷ୍ଟ କ୍ୟାରିୟରରେ ଦୁଇ ଶତକ ମାରିଛନ୍ତି। ଏହି ମାମଲାରେ ମଧ୍ୟ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ଭାରତ ସମେତ ସଚିନ ୪ଟି ଦେଶରେ ୨୦୦ରୁ ଅଧିକ ରନ କରିପାରିଥିଲେ।

ଜୋ ରୁଟ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ଲର୍ଡସ ଟେଷ୍ଟରେ ଅପରାଜିତ ୨୦୦ ରନ, ୨୦୧୬ରେ ପାକିସ୍ତାନ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟରେ ୨୫୪ ରନ, ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ହାମିଲଟନ ଟେଷ୍ଟରେ ୨୨୬ ରନ, ୨୦୨୧ରେ ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ୨୨୮ ରନ, ୨୦୨୧ ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ୨୧୮ ରନ ଓ ୨୦୨୪ ପାକିସ୍ତାନ ବିପକ୍ଷ ମୁଲତାନ ଟେଷ୍ଟରେ ସେ ୨୬୨ ରନର ଇନିଂସ ଖେଳିଛନ୍ତି।

ସଚିନ ତେନ୍ଦୁଲକର ତାଙ୍କ ଟେଷ୍ଟ କ୍ୟାରିୟର ମଧ୍ୟରେ ଜିମ୍ବାୱେ(ଘରୋଇ), ଶ୍ରୀଲଙ୍କା, ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ(ଘରୋଇ) ବିପକ୍ଷରେ ଥରେ ଲେଖାଏ ଦୁଇ ଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୨ ଥର ଦୁଇ ଶତକ ହାସଲ କରିଥିଲେ। ଏହା ମଧ୍ୟରୁ ଗୋଟିଏ ଅଷ୍ଟ୍ରେଲିଆରେ ଓ ଆଉ ଗୋଟିଏ ଭାରତରେ ଦେଖିବାକୁ ମିଳିଥିଲା।

ପାକିସ୍ତାନ ବିପକ୍ଷରେ ରୁଟ ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୬୨ ହାସଲ କରିଛନ୍ତି। କିନ୍ତୁ ସଚିନଙ୍କ ଟେଷ୍ଟ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଲା ଅପରାଜିତ ୨୪୮। ସେ ବାଂଲାଦେଶ ମାଟିରେ ଏପରି ସ୍କୋର କରିଥିଲେ। ଏହାର ୧୧ ମାସ ପୂର୍ବରୁ ସଚିନ ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନୀ ଟେଷ୍ଟରେ ଅପରାଜିତ ୨୪୧ ରନ କରିଥିଲେ।

ପାକିସ୍ତାନ ମାଟିରେ ବିଦେଶୀ ଖେଳାଳି ଭାବେ ସର୍ବାଧିକ ବ୍ୟକ୍ତିଗତ ରନ ହାସଲ କରିଥିବା ତାଲିକାର ଦୁଇ ନମ୍ବର ସ୍ଥାନରେ ଅଛନ୍ତି ରୁଟ। ସେ ୨୬୨ ରନ କରିଛନ୍ତି। ତାଙ୍କ ଉପରେ ସମାନ ମୁଲତାନ ଟେଷ୍ଟରେ ୩୧୭ ରନ କରିଥିବା ସାଥୀ ଖେଳାଳି ଜୋ ରୁଟ ରହିଛନ୍ତି।

ପାକିସ୍ତାନରେ ସଚିନଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ଅପରାଜିତ ୧୯୪। ସେ ୨୦୦୪ରେ ଏହି ମୁଲତାନ ମାଟିରେ ୧୯୪ ରନର ଇନିଂସ ଖେଳିଥିଲେ। ସେ ଦୁଇ ଶତକ ଠାରୁ ୬ ରନ ଦୂର ଥିବା ବେଳେ ଭାରତ ପାଳି ଘୋଷଣା କରିବା ସମସ୍ତଙ୍କୁ ସେତେବେଳେ ଚକିତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story