Advertisment

ଭାରତ ବିପକ୍ଷରେ ଇତିହାସ ରଚିଲେ ଜୋ ରୁଟ୍‌, ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଲେ

ଟେଷ୍ଟରେ ଭାରତ ବିପକ୍ଷରେ ଜୋ ରୁଟ୍‌ଙ୍କ ପ୍ରଦର୍ଶନ ଖୁବ୍ ଭଲ ରହି ଆସିଛି।

Joe Root

Joe Root

Advertisment

ଇଂଲଣ୍ଡର ଷ୍ଟାର କ୍ରିକେଟର ଜୋ ରୁଟ୍ ଆଜି ଇତିହାସ ରଚିଛନ୍ତି। ଟେଷ୍ଟ ମ୍ୟାଚ୍‌ରେ ଭାରତ ବିପକ୍ଷରେ ସବୁଠୁ ଅଧିକ ରନ୍‌ କରିବାର ଗୌରବ ହାସଲ କରିଛନ୍ତି ସେ। ପୂର୍ବରୁ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ନାଁରେ ଏହି ରେକର୍ଡ ଥିବା ବେଳେ ଜୋ ରୁଟ୍‌ ଏହାକୁ ଭାଙ୍ଗି ଦେଇଛନ୍ତି।

Advertisment

ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ରେ ରିକି ପଣ୍ଟିଂ ୨୫୫୫ କରିଥିଲେ। ହାଇଦ୍ରାବାଦରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଆଜି ରୁଟ୍ ୨ ରନ୍ କରିବା ପରେ ପଣ୍ଟିଂଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ। ଟେଷ୍ଟରେ ଭାରତ ବିପକ୍ଷରେ ରୁଟ୍ ୨୫୫୭ ରନ୍ କରି ସାରିଲେଣି। ଚଳିତ ଟେଷ୍ଟ ସିରିଜ୍‌ରେ ଭାରତ ସହିତ ଇଂଲଣ୍ଡ ଆହୁରି ୪ଟି ମ୍ୟାଚ୍ ଖେଳିବାକୁ ଥିବାରୁ ରୁଟ୍ ଏହି ସଂଖ୍ୟାକୁ ଆହୁରି ଢେର ଆଗକୁ ନେବାର ସମ୍ଭାବନା ଅଛି। ଅବଶ୍ୟ ଆଜି ଜୋ ରୁଟ୍‌ ଦ୍ୱିତୀୟ ଇନିଂସରେ ମାତ୍ର ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ପ୍ରଥମ ଇନିଂସରେ ସେ ୨୯ ରନ୍ କରିଥିଲେ।

ଟେଷ୍ଟରେ ଭାରତ ବିପକ୍ଷରେ ଜୋ ରୁଟ୍‌ଙ୍କ ପ୍ରଦର୍ଶନ ଖୁବ୍ ଭଲ ରହି ଆସିଛି। ଭାରତ ବିପକ୍ଷରେ ସେ ୨୬ଟି ଟେଷ୍ଟ ଖେଳିଥିବା ବେଳେ ୬୨.୩୧ ହାରରେ ୨୫୫୭ ରନ୍ କରିଛନ୍ତି। ତା’ ମଧ୍ୟରେ ୯ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ଭାରତରେ ସେ ୨୧ଟି ଇନିଂସ ଖେଳିଥିବା ବେଳେ ୪୯.୦୫ ହାରରେ ରନ୍ ସଂଗ୍ରହ କରିଛନ୍ତି। ଏଥିରୁ ଜଣାପଡ଼ୁଛି ଭାରତ ମାଟିରେ ଭାରତୀୟ ବୋଲରଙ୍କ ଉପରେ ସେ କେମିତି ଭାରି ପଡ଼ନ୍ତି।

Advertisment

ଜୋ ରୁଟ୍ କେବଳ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗି ନାହାନ୍ତି, ସେ ଆଉ ଏକ ମାଇଲଖୁଣ୍ଟ ମଧ୍ୟ ସ୍ଥାପନ କରିଛନ୍ତି। ସେ ହେଉଛନ୍ତି ପଞ୍ଚମ ଭ୍ରମଣକାରୀ ବ୍ୟାଟର ଯିଏ ଭାରତରେ ଟେଷ୍ଟ ମ୍ୟାଚ୍‌ରେ ୧୦୦୦ ରନ୍ ସଂଗ୍ରହ କରିଛନ୍ତି। ୩୩ ବର୍ଷୀୟ ଜୋ ରୁଟ୍ ୧୩୫ଟି ଟେଷ୍ଟରୁ ୧୧,୪୧୬ ରନ୍ ସଂଗ୍ରହ କରିଥିବା ବେଳେ ତା’ ମଧ୍ୟରେ ରହିଛି ୩୦ଟି ଶତକ ଓ ୬୦ଟି ଅର୍ଦ୍ଧଶତକ।

ଜାନୁଆରୀ ୨୫ ତାରିଖରୁ ହାଇଦ୍ରାବାଦରେ ଚାଲିଛି ଚଳିତ ଭାରତ-ଇଂଲଣ୍ଡ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍ କରିଥିବା ବେଳେ ଭାରତ ୪୩୬ ରନ୍ କରିଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୬ ୱିକେଟ୍ ହରାଇ ୩୧୬ ରନ୍ ସଂଗ୍ରହ କରିଛି। ଏହା ସହିତ ଦଳ ୧୨୬ ରନ୍‌ର ଲିଡ୍‌ ନେଇଛି।

INDvsENG Joe Root
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe