Advertisment

ରୁଟ୍‌ଙ୍କୁ ରୋକି ପାରୁନି ଟିମ୍ ଇଣ୍ଡିଆ, ବ୍ରାଡ୍‌ମ୍ୟାନ୍‌ଙ୍କ ସମକକ୍ଷ ହେଲେ

ଚେନ୍ନାଇ: ଭାରତ ବିପକ୍ଷ ସିରିଜ୍‌ର ପ୍ରଥମ ଏବଂ ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ଆଜି ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଦ୍ୱିତୀୟ ଅଧିନାୟକ ଭାବେ ସେ ତିନୋଟି ଟେଷ୍ଟ୍ ମ୍ୟାଚ୍‌ରେ ଲଗାତାର ଭାବେ ୧୫୦ ବା ତା’ଠାରୁ ଅଧିକ ରନ୍ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମହାନ କ୍ରିକେଟର ସାର୍ ଡନ୍ ବ୍ରାଡ୍‌ମ୍ୟାନଙ୍କ ନାଁରେ ରହିଥିଲା। ଏବେ ଜୋ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ରୁଟ୍‌ଙ୍କୁ ରୋକି ପାରୁନି ଟିମ୍ ଇଣ୍ଡିଆ, ବ୍ରାଡ୍‌ମ୍ୟାନ୍‌ଙ୍କ ସମକକ୍ଷ ହେଲେ

joe

ଚେନ୍ନାଇ: ଭାରତ ବିପକ୍ଷ ସିରିଜ୍‌ର ପ୍ରଥମ ଏବଂ ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ଆଜି ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଦ୍ୱିତୀୟ ଅଧିନାୟକ ଭାବେ ସେ ତିନୋଟି ଟେଷ୍ଟ୍ ମ୍ୟାଚ୍‌ରେ ଲଗାତାର ଭାବେ ୧୫୦ ବା ତା’ଠାରୁ ଅଧିକ ରନ୍ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମହାନ କ୍ରିକେଟର ସାର୍ ଡନ୍ ବ୍ରାଡ୍‌ମ୍ୟାନଙ୍କ ନାଁରେ ରହିଥିଲା। ଏବେ ଜୋ ରୁଟ୍ ତାଙ୍କ ସମକକ୍ଷ ହୋଇଛନ୍ତି।

Advertisment

ସେହିପରି ସପ୍ତମ ଖେଳାଳି ଭାବେ ସେ ଟେଷ୍ଟ୍ ମ୍ୟାଚ୍‌ରେ ଲଗାତାର ତିନି ଥର ୧୫୦ରୁ ଅଧିକ ରନ୍ କରିଛନ୍ତି। ତାଙ୍କ ପୂର୍ବରୁ ଟମ୍ ଲାଥମ, କୁମାର ସାଙ୍ଗାକାରା (ଲଗାତାର ୪ଟି ଶତକ), ମୁଦାସର ନଜର, ଜାହିର ଆବାସ, ଡନ୍ ବ୍ରାଡ୍‌ମ୍ୟାନ୍ ଓ ୱାଲି ହାମ୍ମୋଣ୍ଡ ଲଗାତାର ତିନୋଟି ଟେଷ୍ଟ୍ ମ୍ୟାଚ୍‌ରେ ୧୫୦ରୁ ଅଧିକ ରନ୍ କରିଥିଲେ।  ଆହୁରି ମଧ୍ୟ ୱାଲି ହାମ୍ମୋଣ୍ଡଙ୍କ ପରେ ଜୋ ରୁଟ୍‌ ହେଉଛନ୍ତି ଦ୍ୱିତୀୟ ଖେଳାଳି ଯିଏ ବିଦେଶରେ ଲଗାତାର ତିନୋଟି ଟେଷ୍ଟ ମ୍ୟାଚ୍‌ରେ ୧୫୦ରୁ ଅଧିକ ରନ୍ କରିଛନ୍ତି।

ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ରୁଟ ୧୫୦ରୁ ଅଧିକ ରନ୍ କରିବା ପୂର୍ବରୁ ଶ୍ରୀଲଙ୍କା ବିରୋଧରେ ଖେଳିଥିବା ଦୁଇଟି ଟେଷ୍ଟରେ ଯଥାକ୍ରମେ ୨୨୮ ଓ ୧୮୬ ରନ୍ କରିଥିଲେ।

Advertisment

ଖବର ଲେଖାଯିବା ସୁଦ୍ଧା ରୁଟ୍ ୧୭୬ ରନ୍ କରି ଅପରାଜିତ ରହିଛନ୍ତି। ୩୧୭ଟି ବଲ୍‌ରୁ ୧୭ ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ୪ ୱିକେଟ୍ ହରାଇ ୪୦୧ ରନ୍ କରିଛନ୍ତି।

ଗତକାଲି ରୁଟ୍ ୧୨୮ ରନ୍ କରି ଅପରାଜିତ ରହିଥିଲେ। ଆଉ ଆଜି ଦ୍ୱିଶତକ ଅଭିମୁଖେ ଆଗେଇ ଚାଲିଛନ୍ତି। ଡୋମିନିକ୍ ସିବଲେ ଗତକାଲି ୮୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଆଜି ବେନ୍ ଷ୍ଟୋକ୍‌ସ ୮୨ ରନ୍ କରି ଆଉଟ୍ ହୋଇଥିଲେ। ସେ ୧୧୮ଟି ବଲ୍‌ରେ ୮୨ ରନ୍ ସଂଗ୍ରହ କରିଥିଲେ। ତା’ ଭିତରେ ୧୦ଟି ଚୌକା ଓ ୩ଟି ଛକା ରହିଛି।

India Vs England INDvsENG