Advertisment

ଲଢ଼େଇ କଲେ ରୁଟ୍‌, ଏବେ ବି ଇଂଲଣ୍ଡ ୨୪୫ ରନ୍‌ ପଛରେ

ଲର୍ଡ୍ସ: ପ୍ରାରମ୍ଭିକ ଝଟକା ସତ୍ତ୍ୱେ ଦ୍ୱିତୀୟ ଟେଷ୍ଟରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଛି ଘରୋଇ ଇଂଲଣ୍ଡ ଟିମ। ‌ଐତିହାସିକ ଲର୍ଡ୍ସରେ ଭାରତ ପ୍ରଥମ ଇନିଂସରେ ୩୬୪ ରନ୍‌ କରି ଅଲଆଉଟ ହେବା ପରେ ଇଂଲିଶ ଟିମ୍‌ ବ୍ୟାଟିଂ ଆରମ୍ଭ କରିଛି। ୨୩ ରନ୍‌ରେ ଦଳ ଦୁଇ ୱିକେଟ ହରାଇଥିଲେ ହେଁ ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୧୯ ରନ୍‌ କରି ନେଇଛି। ଅଧିନାୟକ ଜୋ ରୁଟ୍‌ ୪୮ ରନ୍‌ କରି ଅପରାଜିତ ଥିବା […]

ଲଢ଼େଇ କଲେ ରୁଟ୍‌, ଏବେ ବି ଇଂଲଣ୍ଡ ୨୪୫ ରନ୍‌ ପଛରେ

Joe-root

Advertisment

ଲର୍ଡ୍ସ: ପ୍ରାରମ୍ଭିକ ଝଟକା ସତ୍ତ୍ୱେ ଦ୍ୱିତୀୟ ଟେଷ୍ଟରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଛି ଘରୋଇ ଇଂଲଣ୍ଡ ଟିମ। ‌ଐତିହାସିକ ଲର୍ଡ୍ସରେ ଭାରତ ପ୍ରଥମ ଇନିଂସରେ ୩୬୪ ରନ୍‌ କରି ଅଲଆଉଟ ହେବା ପରେ ଇଂଲିଶ ଟିମ୍‌ ବ୍ୟାଟିଂ ଆରମ୍ଭ କରିଛି। ୨୩ ରନ୍‌ରେ ଦଳ ଦୁଇ ୱିକେଟ ହରାଇଥିଲେ ହେଁ ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୧୯ ରନ୍‌ କରି ନେଇଛି।

Advertisment

ଅଧିନାୟକ ଜୋ ରୁଟ୍‌ ୪୮ ରନ୍‌ କରି ଅପରାଜିତ ଥିବା ବେଳେ ଓପନର ରୋରୀ ବର୍ନସ ୪୯ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ଏବେ ବି ଦଳ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ୨୪୫ ରନ୍‌ ପଛରେ ରହିଛି। କ୍ରିଜ୍‌ରେ ରୁଟ୍‌ ଥିବାରୁ ତୃତୀୟ ଦିବସ ଭାରତ ପାଇଁ ଆଦୌ ସହଜ ହେବନି ବୋଲି କୁହାଯାଉଛି।

ଟସ୍‌ ହାରି ଦ୍ୱିତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆ କେଏଲ ରାହୁଲଙ୍କ ଶତକ(୧୨୯) ବଳରେ ୩୬୪ ରନ୍‌ କରି ପାରିଥିଲା। ଏହାର ଜବାବରେ ଇଂଲଣ୍ଡ ବେଶ ସତର୍କତାର ସହ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଚା’ ପାନ ବିରତି ଯାଏ ଦୁଇ ଓପନର ରୋରୀ ବର୍ନସ ଓ ଡମ ସିବଲେ ଭାରତକୁ କୌଣସି ବିପର୍ଯ୍ୟୟ ଘଟାଇବାକୁ ସୁଯୋଗ ଦେଇ ନଥିଲେ।

Advertisment

ତେବେ ଚା’ ପାନ ବ୍ରେକ୍‌ ପରେ ମହମ୍ମଦ ସିରାଜ ଇଂଲିଶ ଟିମ୍‌କୁ ଯୁଗଳ ଝଟକା ଦେଇଥିଲେ। ପ୍ରଥମେ ସେ ୧୧ ରନ୍‌ କରିଥିବା ସିବେଲଙ୍କୁ ରାହୁଲଙ୍କ ହାତରେ କ୍ୟାଚ୍‌ କରାଇଥିଲେ। ଏହାର ପରବର୍ତ୍ତୀ ବଳରେ ଯୁବ ବ୍ୟାଟସମ୍ୟାନ ହସୀବ ହମିଦଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଇଂଲଣ୍ଡ ୨୩ ରନ୍‌ରେ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

କିନ୍ତୁ ପୁଣିଥରେ ଅଧିନାୟକ ଜୋ ରୁଟ୍‌ ଦଳର କମାଣ ସମ୍ଭାଳିଥିଲେ। ତାଙ୍କୁ ରୋରୀ ବର୍ନସ ମଧ୍ୟ ଭରପୂର ସହଯୋଗ କରିଥିଲେ। ଉଭୟ ଟିମ୍‌ ଇଣ୍ଡିଆର ବୋଲିଂ ଆଟାକକୁ ମୁକାବିଲା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏପରି କି ତୃତୀୟ ୱିକେଟ ପାଇଁ ୮୫ ରନ୍‌ ଯୋଡ଼ି ଭାରତକୁ ସାମାନ୍ୟ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଷ୍ଟମ୍ପ ଅପସାରଣ ହେବାକୁ ଆଉ ମାତ୍ର କିଛି ସମୟ ଥିବା ବେଳେ ମହମ୍ମଦ ଶାମି ସ୍ଥିତି ବଦଳାଇ ଦେଇଥିଲେ। ସେ ୪୯ ରନ୍‌ କରିଥିବା ବର୍ନସଙ୍କୁ ଆଉଟ କରି ଇଂଲିଶ ଟିମ୍‌କୁ ତୃତୀୟ ଝଟକା ଦେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଜନ୍ନି ବେୟାରଷ୍ଟୋ ରକ୍ଷାଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ।

ସେ ରୁଟ୍‌ଙ୍କ ସହ ମିଶି ଦିବସର ଖେଳ ଶେଷ ହେବା ଯାଏ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ରୁଟ୍‌ ୪୮ ଓ ବେୟାରଷ୍ଟୋ ୬ ରନ୍‌ କରି ଅପରାଜିତ ରହିଛି। ଇଂଲଣ୍ଡ ହାତରେ ଆହୁରି ୭ଟି ୱିକେଟ ଥିବାରୁ ଦଳ ଭାରତର ପ୍ରଥମ ଇନିଂସ୍‌ରୁ ଅଧିକ ରନ୍‌ କରିବାକୁ ଲକ୍ଷ୍ୟ ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe