ଶତକ ଟେଷ୍ଟରେ ରୁଟଙ୍କ ଶତକ, ବ୍ୟାକଫୁଟରେ ଭାରତ

ଚେନ୍ନାଇ: ଚେପକରେ ଚମକିଲା ଭ୍ରମଣକାରୀ ଇଂଲଣ୍ଡ। ଅଧିନାୟକ ଜୋ ରୁଟ୍‌ଙ୍କ ଦମଦାର ଶତକ ଓ ଡମ ସିବଲେଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭ୍ରମଣକାରୀ ଦଳ ଟିମ୍‌ ଇଣ୍ଡିଆକୁ ସାମାନ୍ୟ ବ୍ୟାକଫୁଟକୁ ଠେଲି ଦେଇଛି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ୩ ୱିକେଟ ହରାଇ ୨୬୩ ରନ୍‌ କରି ନେଇଛି। ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ରୁଟ୍ କ୍ୟାରିୟରର ୨୦ତମ ଶତକ ହାସଲ କରି ଏବେ ବି କ୍ରିଜ୍‌ରେ ଅଛନ୍ତି। ସିବଲେ ୮୭ ରନ୍‌ କରି […]

dz

dz

Hemant Lenka
  • Published: Friday, 05 February 2021
  • Updated: 05 February 2021, 05:29 PM IST

Sports

Latest News

ଚେନ୍ନାଇ: ଚେପକରେ ଚମକିଲା ଭ୍ରମଣକାରୀ ଇଂଲଣ୍ଡ। ଅଧିନାୟକ ଜୋ ରୁଟ୍‌ଙ୍କ ଦମଦାର ଶତକ ଓ ଡମ ସିବଲେଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭ୍ରମଣକାରୀ ଦଳ ଟିମ୍‌ ଇଣ୍ଡିଆକୁ ସାମାନ୍ୟ ବ୍ୟାକଫୁଟକୁ ଠେଲି ଦେଇଛି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ୩ ୱିକେଟ ହରାଇ ୨୬୩ ରନ୍‌ କରି ନେଇଛି।

ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ରୁଟ୍ କ୍ୟାରିୟରର ୨୦ତମ ଶତକ ହାସଲ କରି ଏବେ ବି କ୍ରିଜ୍‌ରେ ଅଛନ୍ତି। ସିବଲେ ୮୭ ରନ୍‌ କରି ଦିବସର ଅନ୍ତିମ ଓଭର୍‌ରେ ଯଶପ୍ରୀତ ବୁମ୍ରାଙ୍କ ବଲରେ ପ୍ୟାଭିଲିୟନ ‍ଫେରିଛନ୍ତି। ଆସନ୍ତାକାଲି ଇଂଲିଶ ଟିମ୍‌ ରୁଟ୍‌ଙ୍କ ସହ ଆଉ ଜଣେ ନୂଆ ବ୍ୟାଟସମ୍ୟାନଙ୍କୁ ଧରି ମୈଦାନକୁ ଓହ୍ଲାଇବ। ହାତରେ ୭ଟି ୱିକେଟ ଥିବାରୁ ଦଳ ବିଶାଳ ସ୍କୋର କରିବାକୁ ଲକ୍ଷ୍ୟ ରଖିଛି।

ଦୀର୍ଘ ୩୩୦ ଦିନର ବ୍ୟବଧାନ ପରେ ଭାରତକୁ ଆଜିଠାରୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଚେପକ ଷ୍ଟାଡିୟମରେ ୪ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ଦଳର ଦୁଇ ଓପନର ରୋରି ବର୍ନସ ଓ ଡମ ସିବଲେ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ପ୍ରଥମ ଗୋଟିଏ ଘଣ୍ଟା କୌଣସି ସଫଳତା ହାସଲ କରିବାର ସୁଯୋଗ ଦେଇ ନଥିଲେ। ତେବେ ଅଭିଜ୍ଞ ରବି ଅଶ୍ୱିନ ଦଳୀୟ ସ୍କୋର ୬୩ ଥିବା ବେଳେ ବ୍ୟକ୍ତିଗତ ୩୩ ରନ୍‌ କରିଥିବା ରୋରି ବର୍ନସଙ୍କୁ ୱକେଟ କିପର ରିଷଭ ପନ୍ତଙ୍କ ହାତରେ କ୍ୟାଚ୍‌ ଆଉଟ କରି ଦେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଡନ ଲୱରେନ୍ସ ଖାତା ଖୋଲିବା ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କ ଶିକାର ହୋଇଥିଲେ।

୬୩ ରନ୍‌ରେ ଦୁଇଟି ୱିକେଟ ହରାଇ ଦଳ ସାମାନ୍ୟ ସଙ୍କଟରେ ପଡ଼ିଥିଲା। କିନ୍ତୁ ଅଧିନାୟକ ରୁଟ ଓ ସିବଲେ ଭାରତୀୟ ବୋଲରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ଉଭୟ ଉଭୟ ସ୍ପିନ ଓ ପେସ୍‌ ଆଟାକୁ ବେଶ ଦାୟିତ୍ୱପୂର୍ଣ୍ଣ ଭାବେ ଖେଳି ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବିଭିନ୍ନ ଉପାୟରେ ୩ ସ୍ପିନର ରବି ଅଶ୍ୱିନ, ଶହବାଜ ନଦୀମ ଓ ୱାଶିଂଟନ ସୁନ୍ଦରଙ୍କୁ ବୋଲିଂ କରିବାକୁ ଦେଇଥିଲେ ହେଁ ସେମାନେ ଏହି ଯୋଡ଼ିକୁ ଭାଙ୍ଗି ପାରି ନଥିଲେ। ଉଭୟ ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ରୁଟ୍‌ ସ୍କୋରିଂର ଗତି ବଢ଼ାଇଥିଲେ।

ସିବଲେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରୁଥିବା ବେଳେ ରୁଟ୍‌ ଶତକ ଅଭିମୁଖେ ବଢ଼ିଥିଲେ। ଶେଷରେ ୱାଶିଂଟନ ସୁନ୍ଦରଙ୍କ ବଲରେ ୧ ରନ୍‌ ଚୋରାଇ ନେଇ ନିଜ ଟେଷ୍ଟ କ୍ୟାରିୟରର ୨୦ତମ ଶତକ ହାସଲ କରିଥିଲେ। ଶତକ ପରେ ସେ ଅଟକି ନଥିଲେ ଛକା ଓ ଚୌକା ମାରି ଇଂଲଣ୍ଡର ସ୍କୋରକୁ ୨୫୦ ପାର୍‌ କରାଇଥିଲେ।

ସିବଲେ ମଧ୍ୟ ଶତକ ଅଭିମୁଖେ ବଢ଼ିଥିଲେ। କିନ୍ତୁ ଦିବସର ଶେଷ ଓଭର୍‌ ସେ ବ୍ୟାଟିଂ କରୁଥିବା ବେଳେ ବୁମ୍ରା ତାଙ୍କୁ ୮୭ ରନ୍‌ରେ ଏଲବିଡବ୍ଲ୍ୟୁ କରି ଭାରତକୁ ୩ୟ ସଫଳତା ଦେଇଥିଲେ। ଏହାପରେ ଅମ୍ପାୟାର ଷ୍ଟମ୍ପ ଅପସାରଣ କରିଥିଲେ। ଏହି ସମୟରେ ରୁଟ୍‌ ୧୨୮ ରନ୍‌ କରି ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story