Advertisment

ସଚିନ ଓ କାଲିସଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କଲେ ଜୋ ରୁଟ୍‌

ରୁଟ ଇଂଲଣ୍ଡର ପ୍ରଥମ ଓ ବିଶ୍ୱର ୫ମ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୩ ହଜାର ରନ ପୂରଣ କରିପାରିଛନ୍ତି।

author-image
Hemant Lenka
joe Root

joe Root

ଇଂଲଣ୍ଡର ସବୁଠାରୁ ଅଭିଜ୍ଞ ଓ ଷ୍ଟାର ବ୍ୟାଟର ବିଶ୍ୱ ରେକର୍ଡ କରିଛନ୍ତି। ସେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କାଲିସଙ୍କ ଭଳି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏଥିସହ ଟେଷ୍ଟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

Advertisment

ଜୋ ରୁଟ ବର୍ତ୍ତମାନ ବିଶ୍ୱର ଦ୍ରୁତତମ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୩ ହଜାର ରନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏପରି କରି ସେ ସଚିନ, ରାହୁଲ ଡ୍ରାଭିଡ, ରିକି ପଣ୍ଟିଂ ଓ କାଲିସଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଟ୍ରେଣ୍ଟ ବ୍ରିଜରେ ଚାଲିଥିବା ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ରୁଟ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱ ରେକର୍ଡ ଠାରୁ ସେ ମାତ୍ର ୨୮ ରନ ଦୂରରେ ଥିବା ବେଳେ ଜିମ୍ବାୱେ ବିପକ୍ଷରେ ବ୍ୟାଟିଂ କରିବାକୁ ଆସିଥିଲେ।

ଇଂଲଣ୍ଡର ୮୦ତମ ଓଭରରେ ଭିକ୍ଟର ନୟାଉଚିଙ୍କ ବଲରେ ଏକ ରନ ନେଇ ସେ ଦ୍ରୁତତମ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୩ ହଜାର ରନ ପୂରଣ କରିଥିଲେ। ତେବେ ରୁଟ ଏହି ଇନିଂସରେ ୩୪ ରନ କରି ବ୍ଲେସିଂ ମୁଜାରବାନିଙ୍କ ବଲରେ ଆଉଟ ହୋଇଯାଇଛନ୍ତି।

Advertisment

ଆଉଟ ହେବା ପୂର୍ବରୁ ସେ ଟେଷ୍ଟ କ୍ରିକେଟରେ ନୂଆ କୀର୍ତ୍ତିମାନ ହାସଲ କରି ସାରିଥିଲେ। ସେ ୧୫୩ଟି ମ୍ୟାଚ୍‌ରେ ୧୩୦୦୦ ରନ ପୂରଣ କରିଥିବା ବେଳେ ତାଙ୍କ ତଳକୁ କାଲିସ (୧୫୯), ଡ୍ରାଭିଡ (୧୬୦), ପଣ୍ଟିଂ (୧୬୨) ଓ ତେନ୍ଦୁଲକର (୧୬୩) ରହିଛନ୍ତି। ରୁଟ ଇଂଲଣ୍ଡର ପ୍ରଥମ ଓ ବିଶ୍ୱର ୫ମ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୩ ହଜାର ରନ ପୂରଣ କରିପାରିଛନ୍ତି। ୨୦୧୨ରେ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ରୁଟ ସମୟକ୍ରମେ ନିଜକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ଗଢ଼ି ତୋଳିଛନ୍ତି।

ଅନ୍ୟପକ୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲ କରିଥିବା କ୍ରିକେଟରଙ୍କ ତାଲିକାର ୧ ନଂ ସ୍ଥାନରେ ଏବେ ବି ସଚିନ ତେନ୍ଦୁଲକର ୧୫୯୨୧ ରନ ସହ ରହିଛି। ଜିମ୍ବାୱେ ବିପକ୍ଷ ପ୍ରଥମ ଇନିଂସରେ ରୁଟ ୩୪ ରନ କରିବା କ୍ଷଣି ସଚିନଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିବାକୁ ଆଉ ପାଦେ ଆଗେଇଛନ୍ତି। ଏବେ ସେ ସଚିନଙ୍କ ଠାରୁ ୨୯୧୬ ରନ ପଛରେ ରହିଛନ୍ତି।

England Test Cricket Joe Root