Advertisment

ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଏମିତି ରେକର୍ଡ କଲେ ଜୋ ରୁଟ୍‌

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରି ଡବଲ ଟନ୍ ଅଭିମୁଖେ ଯାଉଥିବା ଇଂଲଣ୍ଡ ବ୍ୟାଟର ଜୋ ରୁଟ ବିଶ୍ୱ ରେକର୍ଡ କରିଛନ୍ତି।

ଅଦ୍ୟତନ ହୋଇଛି
Joe Root

Joe Root

Advertisment

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରି ଡବଲ ଟନ୍ ଅଭିମୁଖେ ଯାଉଥିବା ଇଂଲଣ୍ଡ ବ୍ୟାଟର ଜୋ ରୁଟ ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରୁ କୌଣସି ବ୍ୟାଟର ଯାହା କରି ନଥିଲେ, ପାକିସ୍ତାନ ବିପକ୍ଷରେ ତାହା କରି ଦେଖାଇଛନ୍ତି ରୁଟ।

Advertisment

ପ୍ରଥମ ବ୍ୟାଟର ଭାବେ ଜୋ ରୁଟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC)ରେ ୫୦୦୦ରୁ ଅଧିକ ରନ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ସେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୨୭ ରନ କରିବା କ୍ଷଣି ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ପାକିସ୍ତାନ ୫୫୬ ରନ କରି ଅଲଆଉଟ ହେବା ପରେ ଇଂଲଣ୍ଡ ତା’ର ଇନିଂସ ଆରମ୍ଭ କରିଥିଲା। ଦ୍ୱିତୀୟ ଦିନରେ ରୁଟ ୫୪ ବଲରେ ୩୨ ରନ କରି ଅପରାଜିତ ରହିଥିଲେ। ଆଜି ସେ ଶତକ ହାସଲ କରିବା ସହ ଡବଲ ଟନ୍‌ ଦିଗରେ ଯାଉଛନ୍ତି।

Advertisment

ରିପୋର୍ଟ ଲେଖା ହେବା ବେଳକୁ ସେ ୨୫୩ ବଲରେ ୧୬୯ ରନ କରି ବ୍ୟାଟିଂ କରୁଛନ୍ତି। ତାଙ୍କ ସହ ହ୍ୟାରୀ ବ୍ରୁକ ୧୨୯ରେ ରହିଛନ୍ତି। ଇଂଲଣ୍ଡ ୩ ୱିକେଟ ହରାଇ ୪୭୧ ରନ କରି ସାରିଲାଣି।

ଜୋ ରୁଟ WTCର ୫୯ଟି ମ୍ୟାଚ୍‌ରେ ଏଯାଏ ୫ ହଜାରରୁ ଅଧିକ ରନ କରିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ ୩୯୦୪ ରନ ଓ ଷ୍ଟିଭ ସ୍ମିଥ ୩୪୮୪ କରିଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲ କରିବା ମାମଲାରେ ସେ ଆଲିଷ୍ଟର କୁକଙ୍କୁ ପଛରେ ପକାଇ ଦେଇଛନ୍ତି। ରୁଟ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ପାଇଁ ୧୨, ୪୭୨ ରନ କରିଥିଲେ। ହେଲେ ଏହାକୁ ଆଜି ରୁଟ ଟପି ଯାଇଛନ୍ତି। 

ରୁଟ ପାକିସ୍ତାନ ବିପକ୍ଷରେ ନିଜର ୩୫ତମ ଶତକ ହାସଲ କରିଛନ୍ତି। ଏହି ଶତକ ପରେ ସେ ଭାରତର କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ଟପି ଯାଇଛନ୍ତି। ଗାଭାସ୍କରଙ୍କ ବ୍ୟତୀତ ସେ ୟୁନିସ ଖାନ, ବ୍ରାଏନ ଲାରା ଓ ମାହେଲା ଜୟବର୍ଦ୍ଧନଙ୍କ ୩୪ଟି ଲେଖାଏ ଶତକ ରେକର୍ଡକୁ ଭାଙ୍ଗିଛନ୍ତି। ସେ ୧୪୭ଟି ମ୍ୟାଚରେ ୩୫ଟି ଶତକ ହାସଲ କରିଥିବା ବେଳେ ତାଲିକାର ୧ ନମ୍ବର ସ୍ଥାନରେ ୫୧ଟି ଶତକ ସହ ସଚିନ ତେନ୍ଦୁଲକର ରହିଛନ୍ତି। ସଚିନ ୨୦୦ଟି ମ୍ୟାଚରେ ୫୧ଟି ଶତକ ହାସଲ କରିଛନ୍ତି। 

ଏହାବାଦ ଜୋ ରୁଟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବା ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ସଚିନ ଟେଷ୍ଟ କ୍ରିକେଟର ୬ଟି କ୍ୟାଲେଣ୍ତର ବର୍ଷରେ ୧ ହଜାରରୁ ଅଧିକ ରନ କରିଥିଲେ।

୩୩ ବର୍ଷୀୟ ରୁଟ ଏଯାଏ ୫ଟି କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟରେ ୧ ହଜାରରୁ ଅଧିକ ରନ କରି ସାରିଲେଣି। ସେ ଆଉ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ପୂରଣ କରିବା କ୍ଷଣି ସଚିନଙ୍କ ସମକକ୍ଷ ହୋଇଯିବେ।

ତେବେ ୫ଥର ସେ ୧ ହଜାରରୁ ଅଧିକ ରନ କରି ବ୍ରାଏନ ଲାରା, ମାଥ୍ୟୁ ହେଡେନ, ଜ୍ୟାକ୍ସ କ୍ୟାଲିସ, ରିକି ପଣ୍ଟିଂ, କୁମାର ସାଙ୍ଗାକାରା ଓ ଆଲିଷ୍ଟର କୁକଙ୍କ ସମକକ୍ଷ ହୋଇଛନ୍ତି।

Pakistan England WTC Joe Root
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe