Advertisment

ପୁଣି ରୁଟ୍‌ଙ୍କ ଶତକ, ବିଶାଳ ଲିଡ୍ ଆଡ଼କୁ ଇଂଲଣ୍ଡ

ଲିଡ୍ସ: ଲିଡ୍ସ ଟେଷ୍ଟରେ ବ୍ୟାଟିଂ ପରେ ବୋଲିଂରେ ବି ଫେଲ୍ ମାରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିବସରେ ଲଜ୍ଜାଜନକ ବ୍ୟାଟିଂ କରିଥିବା ଭାରତ ଆଜି ବୋଲିଂରେ ଦମ୍ ଦେଖାଇ ମ୍ୟାଚକୁ କମବ୍ୟାକ୍ କରିବ ବୋଲି ଆଶା ଥିଲା। କିନ୍ତୁ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଇଂଲଣ୍ଡର ଟପ୍ ଅର୍ଡର ଠିକଣା ସମୟରେ ଫର୍ମକୁ ଫେରିବା ଭାରତକୁ ମ୍ୟାଚରେ ବ୍ୟାକଫୁଟକୁ ଠେଲି ଦେଇଛି। କ୍ୟାପଟେନ୍ ଜୋ ରୁଟ୍ କ୍ରମାଗତ ତୃତୀୟ ଟେଷ୍ଟରେ ଶତକ ମାରିଛନ୍ତି। ଯାହା ବଳରେ ଶେଷ […]

ଅଦ୍ୟତନ ହୋଇଛି
ପୁଣି ରୁଟ୍‌ଙ୍କ ଶତକ, ବିଶାଳ ଲିଡ୍ ଆଡ଼କୁ ଇଂଲଣ୍ଡ

joe-root

Advertisment

ଲିଡ୍ସ: ଲିଡ୍ସ ଟେଷ୍ଟରେ ବ୍ୟାଟିଂ ପରେ ବୋଲିଂରେ ବି ଫେଲ୍ ମାରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିବସରେ ଲଜ୍ଜାଜନକ ବ୍ୟାଟିଂ କରିଥିବା ଭାରତ ଆଜି ବୋଲିଂରେ ଦମ୍ ଦେଖାଇ ମ୍ୟାଚକୁ କମବ୍ୟାକ୍ କରିବ ବୋଲି ଆଶା ଥିଲା। କିନ୍ତୁ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଇଂଲଣ୍ଡର ଟପ୍ ଅର୍ଡର ଠିକଣା ସମୟରେ ଫର୍ମକୁ ଫେରିବା ଭାରତକୁ ମ୍ୟାଚରେ ବ୍ୟାକଫୁଟକୁ ଠେଲି ଦେଇଛି।

Advertisment

କ୍ୟାପଟେନ୍ ଜୋ ରୁଟ୍ କ୍ରମାଗତ ତୃତୀୟ ଟେଷ୍ଟରେ ଶତକ ମାରିଛନ୍ତି। ଯାହା ବଳରେ ଶେଷ ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୩୫୨ ରନ୍ କରି ବଡ଼ ଲିଡ୍ ଆଡ଼କୁ ଆଗେଇଛି। ଇଂଲଣ୍ଡ ହାତରେ ୬ ୱିକେଟ୍ ବାକି ଥାଇ ୨୭୪ ରନର ଅଗ୍ରଣୀ ହାସଲ କରିନେଇଛି। ରୁଟ୍ ୧୦୪ ଓ ଜୋସ୍ ବଟଲର୍ ୧ ରନରେ ବ୍ୟାଟିଂ କରୁଛନ୍ତି।

ଭାରତ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା ୱିକେଟ୍ ୧୨୦ ରନ୍ କରିଥିଲା। ତେବେ ଆଜି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ ମହମ୍ମଦ ଶାମି। ଖରାପ ଫର୍ମରେ ଥିବା ରୋରୀ ବର୍ନସ୍ ୬୧ ରନ୍ କରି ଶାମିଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଡାୱିଡ୍ ମଲାନ୍ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେଟ୍ ହୋଇସାରିଥିବା ହସୀମ ହମୀଦଙ୍କୁ ରବୀନ୍ଦ୍ର ଜାଡେଜା ପ୍ୟାଭିଲିୟନ୍ ପଠାଇଥିଲେ। ହମୀଦ ୬୮ (୧୨ ଚୌକା) ରନ୍ କରି ବୋଲ୍ଡ ହୋଇଥିଲେ।

Advertisment

ଦମଦାର ଫର୍ମରେ ଥିବା କ୍ୟାପଟେନ୍ ରୁଟ୍ ପୁଣି କମାଲ କରିଥିଲେ। ସେ କ୍ରିଜକୁ ଆସିବା ମାତ୍ରକେ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ। ତାଙ୍କୁ ଭରପୂର ସହାୟତା କରିଥିଲେ ମଲାନ୍। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୩୯ ରନର ପାର୍ଟନରଶିପ୍ କରିଥିଲେ। ମଲାନ୍ ନିଜର ସପ୍ତମ ଅର୍ଦ୍ଧଶତକ ପୂରଣ କରିଥିଲେ ହେଁ ଶତକରୁ ବଞ୍ଚିତ ହୋଇଥିଲେ।

ମଲାନ୍ ୭୦ (୧୨୮ ବଲ, ୧୧ ଚୌକା) ରନ୍ କରିଥିବା ବେଳେ ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ। ଜନ୍ନି ବେୟାରଷ୍ଟୋ (୨୯) ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିପାରିଥିଲେ। ତାଙ୍କୁ ଶାମି ପ୍ୟାଭିଲିୟନ୍ ପଠାଇଥିଲେ। ରୁଟ୍ ଆକର୍ଷଣୀୟ ବ୍ୟାଟିଂ କରି ପ୍ରଥମେ ୫୭ ବଲରେ ଅର୍ଦ୍ଧଶତକ ଏବଂ ପରେ ୧୨୪ ବଲରେ ଶତକ ପୂରଣ କରିଥିଲେ। ଭାରତ ପକ୍ଷରୁ ଶାମି ୨ଟି, ସିରାଜ ଓ ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe