Advertisment

ଘାଇଲା କଲେ ରୁଟ୍, ଭାରତ ୧୪୫ ରନରେ ଅଲଆଉଟ୍

ଅହମ୍ମଦାବାଦ: ଇଂଲଣ୍ଡ ଭଳି ଭାରତୀୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ସ୍ପିନରଙ୍କ ଆଗରେ ଆଣ୍ଠେଇଛନ୍ତି। ଇଂଲଣ୍ଡର ୧୧୨ ରନ୍ ଜବାବରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ମାତ୍ର ୧୪୫ ରନରେ ଅଲଆଉଟ୍ ହୋଇଯାଇଛି। ଫଳରେ ଭାରତ ୩୩ ରନ୍‌ର ଅଗ୍ରଣୀ ହାସଲ କରିଛି। ପ୍ରଥମ ଦିବସରେ ଭାରତୀୟ ସ୍ପିନର ଓ ରୋହିତ୍ ଶର୍ମାଙ୍କ ଦବଦବା ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ରୋହିତଙ୍କ ଆଉଟ୍ ପରେ ପୂରା ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଛି। ଅନ୍ୟ ପକ୍ଷରେ ମାତ୍ର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଘାଇଲା କଲେ ରୁଟ୍, ଭାରତ ୧୪୫ ରନରେ ଅଲଆଉଟ୍

root

ଅହମ୍ମଦାବାଦ: ଇଂଲଣ୍ଡ ଭଳି ଭାରତୀୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ସ୍ପିନରଙ୍କ ଆଗରେ ଆଣ୍ଠେଇଛନ୍ତି। ଇଂଲଣ୍ଡର ୧୧୨ ରନ୍ ଜବାବରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ମାତ୍ର ୧୪୫ ରନରେ ଅଲଆଉଟ୍ ହୋଇଯାଇଛି। ଫଳରେ ଭାରତ ୩୩ ରନ୍‌ର ଅଗ୍ରଣୀ ହାସଲ କରିଛି। ପ୍ରଥମ ଦିବସରେ ଭାରତୀୟ ସ୍ପିନର ଓ ରୋହିତ୍ ଶର୍ମାଙ୍କ ଦବଦବା ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ରୋହିତଙ୍କ ଆଉଟ୍ ପରେ ପୂରା ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଛି। ଅନ୍ୟ ପକ୍ଷରେ ମାତ୍ର ଜଣେ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ନେଇ ଖେଳୁଥିବା ଇଂଲଣ୍ଡ ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରିଛି। ଜ୍ୟାକ୍ ଲିଚ୍‌ଙ୍କ ସହ କ୍ୟାପଟେନ୍ ଜୋ ରୁଟ୍‌ଙ୍କ ସ୍ପିନ୍ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ତିଷ୍ଠିପାରିନାହାନ୍ତି।

Advertisment

ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୯୯ ରନ୍ କରିଥିଲା। ଦ୍ୱିତୀୟ ଦିବସରେ ଭାରତ ଏହିଠାରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ରୋହିତ୍ ଓ ଅଜିଙ୍କ୍ୟ ରାହାଣେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ଖରାପ ଶଟ୍ ଖେଳି ନିଜ ନିଜର ୱିକେଟ ହରାଇ ବସିଥିଲେ। ଟିମ୍‌ର ସ୍କୋର ୧୧୪ ଥିବା ବେଳେ ରାହାଣେ(୭)ଙ୍କୁ ଲିଚ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଲିଚ୍ ନିଜର ପରବର୍ତ୍ତୀ ଓଭରରେ ସେଟ୍ ବ୍ୟାଟ୍ସମ୍ୟାନ୍ ରୋହିତଙ୍କ ମଧ୍ୟ ଏଲବିଡବ୍ଲ୍ୟୁ କରି ଭାରତର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରୋହିତ୍ ୯୬ ବଲରେ ୧୧ ଚୌକା ସହ ୬୬ ରନ କରିଥିଲେ।

ରୋହିତଙ୍କ ଆଉଟ୍ ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବସିଥିଲା। ବାମହାତୀ ବ୍ୟାଟ୍ସମ୍ୟାନ୍ ଅର୍ଥାତ ଋଷଭ ପନ୍ତ କ୍ରିଜକୁ ଆସିବା ପରେ ରୁଟ୍ ନିଜେ ବୋଲିଂ କରିବାକୁ ଆସିଥିଲେ। କାମଚଳା ସ୍ପିନର୍ ରୁଟ୍ ଅବିଶ୍ୱସନୀୟ ବୋଲିଂ କରି ଭାରତର ଲୋୟର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଦୌ ସେଟ୍ ହେବାକୁ ଦେଇନଥିଲେ। ଦ୍ୱିତୀୟ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ପନ୍ତ ମାତ୍ର ୧ ରନ୍ କରି ରୁଟ୍‌ଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୱାଶିଂଟନ୍ ସୁନ୍ଦରଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ରୁଟ୍।

Advertisment

ଅନ୍ୟତମ ବାମହାତୀ ବ୍ୟାଟ୍ସମ୍ୟାନ୍ ଅକ୍ଷର ପଟେଲ୍ (୦) ରୁଟଙ୍କ ସ୍ପୀନ୍ ଆଗରେ ତିଷ୍ଠି ପାରିନଥିଲେ। ଅଶ୍ୱିନ୍ କିଛି ସମୟ କ୍ରିଜରେ ରହି ଭାରତକୁ ଭଲ ଲିଡ୍ ଦେବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କୁ ମଧ୍ୟ ଆଉଟ୍ କରି ରୁଟ୍ ଭାରତର ନବମ ୱିକେଟ୍ ପତନ କରିଥିଲେ। ଅଶ୍ୱିନ୍ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ୱିକେଟ୍ ଭାବେ ଯଶପ୍ରୀତ ବୁମ୍ରା ୧ ରନ୍ କରି ରୁଟଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଈଶାନ୍ତ ଶର୍ମା ୧୦ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ରୁଟ୍ ମାତ୍ର ୮ ରନ୍ ଦେଇ ୫ଟି ଓ ଲିଚ୍ ୫୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

India Vs England