Advertisment

ଆଇସିସି ରାଙ୍କିଙ୍ଗ: ଲାବୁଶେନ ଖସିଲେ, ଜୋ ରୁଟ୍‌ ୧ନଂରେ ପହଞ୍ଚିଲେ

ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ଦୁଇଟି ସ୍ଥାନ ଉପରକୁ ଉଠି ୭ମ, ୮ମରେ ଡାର୍ଲି ମିଚେଲ, ୯ମରେ ଦିମୁଥ କରୁଣାରତ୍ନେ ଓ ୧୦ମ ସ୍ଥାନରେ ଭାରତର ଋଷଭ ପନ୍ତ ପୂର୍ବଭଳି ରହିଛନ୍ତି।

author-image
Hemant Lenka
Test

Test

ଆଶେସ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶତକ ମାରିଥିବା ଜୋ ରୁଟ୍‌ଙ୍କୁ ମିଳିଛି ବଡ଼ ସଫଳତା। ସେ ଦୀର୍ଘ ମାସ ପରେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନଙ୍କୁ ହଟାଇ ସେ ଏବେ ବିଶ୍ୱର ୧ନଂ ଟେଷ୍ଟ ବ୍ୟାଟର ବନି ଯାଇଛନ୍ତି।

Advertisment

ଲାବୁଶେନ ୨ଟି ସ୍ଥାନ ତଳକୁ ଖସି ୩ନଂରେ ପହଞ୍ଚିଥିବା ବେଳେ ନ୍ୟୁଜିଲ୍ୟାଣ୍ତର କେନ ୱିଲିୟମସନ ୨ନଂ ସ୍ଥାନ ଦଖଲ କରିଛନ୍ତି। ଗତ ସପ୍ତାହରେ ଟପ୍‌ ୩ରେ ସ୍ଥାନ ପାଇଥିବା ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌ ୪ର୍ଥକୁ ଖସିଥିବା ବେଳେ ନଂ ୨ରେ ଥିବା ଷ୍ଟିଭ ସ୍ମିଥ ୪ଟି ସ୍ଥାନ ତଳକୁ ଖସି ୬ଷ୍ଠରେ ପହଞ୍ଚିଛନ୍ତି। ରାଙ୍କିଙ୍ଗର ୫ନଂ ସ୍ଥାନରେ ପାକିସ୍ତାନର ବାବର ଆଜମ ଅଛନ୍ତି।

ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ଦୁଇଟି ସ୍ଥାନ ଉପରକୁ ଉଠି ୭ମ, ୮ମରେ ଡାର୍ଲି ମିଚେଲ, ୯ମରେ ଦିମୁଥ କରୁଣାରତ୍ନେ ଓ ୧୦ମ ସ୍ଥାନରେ ଭାରତର ଋଷଭ ପନ୍ତ ପୂର୍ବଭଳି ରହିଛନ୍ତି।

Advertisment

ଅନ୍ୟପକ୍ଷରେ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ଭାରତର ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳିବାର ସୁଯୋଗ ପାଇ ନଥିବା ଅଶ୍ୱିନଙ୍କ ପାଖରେ ୮୬୦ ପଏଣ୍ଟ ରହିଛି। ୮୨୯ ପଏଣ୍ଟ ସହ ଜେମ୍ସ ଆଣ୍ଡରସନ ୨ନଂ ଓ ୮୨୫ ପଏଣ୍ଟ ସହ କାଗିସୋ ରବାଡା ୩ନଂ ସ୍ଥାନରେ ଅଛନ୍ତି।

ଟପ୍‌ ୧୦ ବୋଲିଂ ରାଙ୍କିଙ୍ଗରେ ଭାରତର ଯଶପ୍ରୀତ ବୁମ୍ରା ୮ମ ଓ ରବୀନ୍ଦ୍ର ଜାଡେଜା ୯ମ ସ୍ଥାନରେ ରହିଛନ୍ତି। ତେବେ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରେ ଜାଡେଜା ଓ ୨ନଂରେ ଅଶ୍ୱିନ ଅଛନ୍ତି।

ICC England